29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବଳ ଗୋଟାଉଛିି ‘ମିଗଜୋମ୍‌’, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ସମସ୍ତ ସ୍କୁଲ ବନ୍ଦ

ବଳ ଗୋଟାଉଛିି ‘ମିଗଜୋମ୍‌’, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ସମସ୍ତ ସ୍କୁଲ ବନ୍ଦ

ବ୍ୟୁରୋ : ଦକ୍ଷିଣ ରାଜ୍ୟରେ ବାତ୍ୟା ‘ମିଗଜୋମ୍‌’ ଯୋଗୁଁ ସତର୍କ ସୂଚନା ଦିଆଯାଇଛି । ଆସନ୍ତାକାଲି ତାମିଲନାଡୁର ତଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ । ତାମିଲନାଡୁ ସରକାର ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ପଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ତଟୀୟ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ତାମିଲନାଡୁ ଏବଂ ପଡୁଚେରୀରେ ବର୍ଷା, ପବନ ଏବଂ ଘଡଘଡି ଚେତାବନୀ ଜାରି ହୋଇଛି । ସରକାର ଘରୋଇ କମ୍ପାନୀ କର୍ମଚାରୀଙ୍କୁ ଓ୍ଵାର୍କ ଫ୍ରର୍ମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବାତ୍ୟାକୁ ନେଇ ଦେଶର ସମସ୍ତ ପୂର୍ବ ତଟୀୟ ରାଜ୍ୟ ସରକାରଙ୍କ ସହିତ ସଂପର୍କ ରଖିଛନ୍ତି । ବାତ୍ୟାକୁ ଦେଖି ସାଉଥ ସେଣ୍ଟ୍ରାଲ ରେଲେଓ୍ଵ ୧୪୪ ଟ୍ରେନ ବାତିଲ କରାଯାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବା ସହ ଆସନ୍ତାକାଲି ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ ମିଗଜୋମ୍ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲ୍ଲୋର ଓ ପଛଲିପଟନମ୍ ଭିତରେ ଦ୍ବିପ୍ରହର ସମୟରେ ସ୍ଥଳଭାଗ ଅତିକ୍ରମ କରିବ । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ଲାଣ୍ଡଫଲ୍ କରିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ ଓ ବଢ଼ି ୧୧୦ କିଲୋମିଟର ଛୁଇଁପାରେ ।ଏହାର ପ୍ରଭାବରେ ତାମିଲନାଡୁ ସମେତ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ପବନ ଚାଲିଛି । ଆନ୍ଧ୍ରପ୍ରଦେଶରେ ଆଜି ଓ ଆସନ୍ତାକାଲି ଅତି ଭୀଷଣ ବର୍ଷା ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ୬ ତାରିଖ ଯାଏ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ମୋଦି ତାମିଲନାଡୁ, ପଡୁଚେରୀ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ବିଜେପି କାର୍ଯ୍ୟକର୍ତ୍ତା ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସହିତ ସ୍ଥାନୀୟ ପ୍ରଶାସନ ସହାୟତା ଲୋଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking