ମୁମ୍ବାଇ: ଜଣଙ୍କ ପରେ ଜଣଙ୍କର ବଲିଉଡ ଶାହାନାଇ ବାଜୁଛି । ଏବେ ସୁପରଷ୍ଟାର ରଣବୀର ଓ ଆଲିଆ ମଧ୍ୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ଅନେକ ଦିନ ହେବ ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ ବି-ଟାଉନରେ ଚର୍ଚ୍ଚା ଚାଲିଛି । ଏଭଳି ସ୍ଥିତିରେ ଦୁହେଁ ଡିସେମ୍ବର ୨୦୨୧ରେ ବିବାହ କରିବେ ବୋଲି ଖବର ଆସିଥିଲା । ଆସନ୍ତା ଏପ୍ରିଲ ମାସରେ ପଡିବ ଚର୍ଚ୍ଚିତ ଯୋଡିଙ୍କର ହାତଗଣ୍ଠି । ମିଡିଆ ରିପୋର୍ଟ ଅନୁଯାଇ ଏବେ ରଣବୀର ଏବଂ ଅଲିଆଙ୍କ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି । କୁହାଯାଉଛି ଯେ ଉଭୟ ରଣବୀର ଏବଂ ଆଲିଆଙ୍କ ଏହା ସବୁଠାରୁ ପ୍ରିୟ ସ୍ଥାନ ରାଜସ୍ଥାନର ରନ୍ଥାମ୍ଭୋରରେ ସାତ ଫେରା ନେବେ । ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଜୋରସୋର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । । ରଣବୀର ଓ ଆଲିଆ ଏପର୍ଯ୍ୟନ୍ତ ବିବାହକୁ ନେଇ କୌଣସି ଘୋଷଣା କରି ନାହାନ୍ତି । ଏନେଇ ସାକ୍ଷାତକାରରେ ରଣବୀର ଆଲିଆଙ୍କୁ ନେଇ ଖୋଲି କରି କହିଥିଲେ କି ସେ ନିଜ ଗାର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କୁ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି । ଯଦି କରୋନା ମହାମାରୀ ନଥାନ୍ତା ତେବେ ସେ ଦୁହିଁଙ୍କ ବିବାହ ବର୍ତ୍ତମାନ ସରି ଯାଆନ୍ତାଣି ବୋଲି ରଣବୀର କହିଥିଲେ । କିନ୍ତୁ ବାହାଘର ତାରିଖକୁ ନେଇ ରଣବୀର ଓ ଆଲିଆଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।