30.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଜମ୍ମୁ କାଶ୍ମୀରରେ ପୁଣି ଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ ସଂଗଠନ

ଜମ୍ମୁ କାଶ୍ମୀରରେ ପୁଣି ଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ ସଂଗଠନ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପୁଣି ଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛି ଆତଙ୍କବାଦୀ ସଂଗଠନ । ଆଉ ଏକ ବଡ ଆକ୍ରମଣ ପାଇଁ ପାଗ ଭିଡୁଥିବା ନେଇ ସତର୍କ ସୂଚନା ଦେଇଛି ଲସ୍କର ଆତଙ୍କୀ । ଏଲଓସି ନିକଟରେ କିଛି ଆତଙ୍କୀ ସଂଗଠନର ପାଖାପାଖି ୩୫ ଆତଙ୍କୀଙ୍କୁ ଦେଖିବାକୁ ମଳିଛି । ଏମାନେ ଆଗକୁ ଭାରତରେ ପଶିବାକୁ ଚେଷ୍ଟା କରିବା ସହ ଏକ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ଅନୁମାନ କରିଛି ସୁରକ୍ଷା ଏଜେନ୍ସି। ତେବେ ଏମାନଙ୍କ ପ୍ରଥମ ଲକ୍ଷ୍ୟ ସୁରକ୍ଷାବାହିନୀ ହେବେ ବୋଲି କୁହାଯାଉଛି । ଏ ନେଇ ସୁରକ୍ଷା ଏଜେନ୍ସି ତରଫରୁ ଆଲର୍ଟ ମଧ୍ୟ ଜାରି ହୋଇଛି । ଘାଟିରେ ଏବେ ସ୍ଥିତି ସ୍ୱାଭାବିକ ହୋଇଛି ଯାହାକୁ ଆତଙ୍କୀମାନେ ମଧ୍ୟ ଅପେକ୍ଷା କରିଥିଲେ । ଏବେ ଜମ୍ମୁ-କାଶ୍ମୀରରେ ବରଫପାତ କମିଥିବାରୁ ସୀମା ପାର କରି ପଶିବା ସେମାନଙ୍କ ପାଇଁ ସୁବିଧା ହେବ ।

ଏହି ସମୟରେ ଏଲଓସି ନିକଟରେ ଆତଙ୍କୀଙ୍କ ଉପସ୍ଥିତି ଆକ୍ରମଣ ଆଶଙ୍କାକୁ ଆହୁରି ବଢାଇ ଦେଇଛି । ଜମ୍ମୁ-କାଶ୍ମୀରର ପୀର ପାଞ୍ଜାଲ ରେଞ୍ଜ ନିକଟ କେରନ ପଛରେ ୩ ଆତଙ୍କୀ ଗ୍ରୁପ ସହ ଲସ୍କର-ଏ-ତୋଏବାର ୫ ଆତଙ୍କୀ, ହିଜବୁଲ ମୁଜାହିଦ୍ଦିନର ୪ ଆତଙ୍କୀ ଏବଂ ଅନ୍ୟ ଆତଙ୍କୀ ସଂଗଠନର କିଛି ଆତଙ୍କବାଦୀ ଭାରତ ସୀମା ଭିତରକୁ ପଶିବା ପାଇଁ ଉଦ୍ୟମ କରୁଛନ୍ତି । କେବଳ ସେତିକି ନୁହେଁ ନୌଗାମର ଲିପା ଇଲାକାରେ ମଧ୍ୟ କିଛି ଆତଙ୍କବାଦୀଙ୍କୁ ଠାବ କରାଯାଇଛି । ତେବେ ଆତଙ୍କୀମାନଙ୍କ ଏସବୁ ଗତିବିଧିକୁ ଲକ୍ଷ୍ୟ କରି ଜମ୍ମୁ-କାଶ୍ମୀର ପୋଲିସ, ସେନା ଏବଂ ଅର୍ଦ୍ଧସୈନିକ ବଳକୁ ଆଲର୍ଟ କରିଛି ସୁରକ୍ଷା ଏଜେନ୍ସି । ଲସ୍କର-ଏ-ତୋଏବାର ଆତଙ୍କବାଦୀ ସଂଗଠନ ଖୁବ ଶୀଘ୍ର ଭାରତ ଉପରେ ଏକ ବଡ ଧରଣର ଆକ୍ରମଣ କରିପାରନ୍ତି ବୋଲି ଏହି ଆଲର୍ଟରେ ଦର୍ଶାଯାଇଛି । ଏଥିସହ ଆକ୍ରମଣ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking