26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶକିମିଆ କଲା ମାଟ୍ରିମୋନି ପ୍ରେମ; ଶେଷରେ କ’ଣ ହେଲା ଜାଣନ୍ତୁ....

କିମିଆ କଲା ମାଟ୍ରିମୋନି ପ୍ରେମ; ଶେଷରେ କ’ଣ ହେଲା ଜାଣନ୍ତୁ….

ନୂଆଦିଲ୍ଲୀ : ବିବାହ ପାଇଁ ମାଟ୍ରିମୋନି ଆସିଥିଲା ପ୍ରସ୍ତାବ । ପରେ ଆରମ୍ଭ ହୋଇଥିବା କଥାବାର୍ତ୍ତା । କିଛି ଦିନ କଥାବାର୍ତ୍ତା ମଧ୍ୟରେ ଆଙ୍କର ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇଯାଇଥିଲେ ଯୁବତୀ । ଏହାରି ଭିତରେ ହଠାତ ବନ୍ଦ ହୋଇଯାଇଥିଲା କଥାବାର୍ତ୍ତା । ପ୍ରେମ ବାର୍ତ୍ତାଳାପ ମଧ୍ୟରେ ହଠାତ ଅଣଦେଖାକୁ ସହିପାରିନଥିଲେ ଯୁବତୀ । ଆଙ୍କରଙ୍କୁ ହରାଇବାର ଡର ତାଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଯୁବକଙ୍କୁ ପାଇବା ପାଇଁ ଶେଷରେ ବାଛିଲେ ଅପହରଣ ରାସ୍ତା । ରାତି ଅଧରେ ୫ଜଣଙ୍କୁ ସାଙ୍ଗରେ ନେଇ ଯୁବକଙ୍କୁ କରିଲେ ଅପହରଣ ।

ଗୋଟିଏ ଘରେ ରଖି ବାହା ହେବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦରୁ । ତେବେ ଅଭିଯୋଗ ପରେ ଯୁବତୀଜଣଙ୍କୁ ଗିରଫ କରିଛି ହାଇଦ୍ରାବାଦର ଉପଲ ପୋଲିସ । ଯୁବକ ଜଣକ ଏକ ନ୍ୟୁଜ ଚ୍ୟାନେଲର ଆଙ୍କରଙ୍କ ଫଟୋ ଦେଇ ମାଟ୍ରିମୋନିରେ ଆକାଉଣ୍ଟ ଖୋଲିଥିବା ବେଳେ ଯୁବତୀଜଣକ ଡିଜିଟାଲ ମାର୍କେଟିଂରେ କାର୍ଯ୍ୟ କରୁଥିବା ସୂଚନା ରହିଛି । ଯୁବକଙ୍କ ନାମ ଚୈତନ୍ୟ ରେଡି ହୋଇଥିବା ବେଳେ ଯୁବତୀଙ୍କ ନାମ ତ୍ରିସନା(୩୧ ବର୍ଷୀୟ) । ସୂଚନା ଅନୁସାରେ, ଚୈତନ୍ୟ ରେଡି (ଆଙ୍କର ପ୍ରଣବଙ୍କ) ସହିତ ତ୍ରିସନାଙ୍କର ମାଟ୍ରିମୋନିରେ ଦେଖା ସାକ୍ଷାତ ହୋଇଥିଲା । ଏହା ପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ସହିତ କଥା ଆଗକୁ ବଢାଇଥିଲେ । କିନ୍ତୁ କିଛି ଦିନର କଥାବାର୍ତ୍ତା ମଧ୍ୟରେ ପ୍ରବଣ ହଠାତ ତ୍ରିସନାଙ୍କୁ ଅଣଦେଖା କରିଥିଲେ । ହେଲେ ପ୍ରବଣଙ୍କୁ ପାଇବାର ଇଚ୍ଛା ତ୍ରିସନାଙ୍କୁ ବିବ୍ରତ କରିଥିଲା ।

ଫଳରେ ଗତ ୧୦ ତାରିଖରେ ୫ଜଣଙ୍କ ସହ ମିଶି ପ୍ରଣବଙ୍କୁ ଅପହରଣ କରିଥିଲେ । ଚୈତନ୍ୟଙ୍କୁ ଏକ ରୁମକୁ ଆଣି ତାଙ୍କୁ ବିବାହ ପାଇଁ ବାଧ୍ୟ କରିଥିଲେ । ଏହାପରେ ୧୧ ତାରିଖରେ ତାଙ୍କୁ ଛାଡି ଦେଇଥିଲେ । ଏହି ଘଟଣାକୁ ନେଇ ଚୈତନ୍ୟ ଉପଲ ପୋଲିସ ଥାନାରେ ତ୍ରିସନାଙ୍କ ବିରୋଧରେ ଏକ ଅପହରଣ ମାମଲା ଦାୟର କରିଥିଲେ । ଅଭିଯୋଗ ଆଧାରାରରେ ପୋଲିସ ତ୍ରିସନାଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ, ଚୈତନ୍ୟା ରେଡ୍ଡି ନାମକ ଜଣେ ଯୁବକ ଆଙ୍କର ପ୍ରଣବଙ୍କ ଫଟୋକୁ ମାଟ୍ରିମୋନିରେ ବ୍ୟବହାର କରି ତ୍ରିସନାଙ୍କ ସହ ଚାଟ୍ କରୁଥିଲେ । ତେବେ ତ୍ରିସନା ମଧ୍ୟ ବିଜିନେସ ଡିଜିଟାଲ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking