29.1 C
Bhubaneswar
Saturday, September 7, 2024
Homeଦେଶ ବିଦେଶକଂଗ୍ରେସର ‘ଯାତ୍ରା’ରେ ସାମିଲ ହେବା ପାଇଁ ଅଖିଳେଶଙ୍କ ସର୍ତ୍ତ; ପ୍ରଥମେ ଆସନ ଫର୍ମୁଲା ସ୍ଥିର କର

କଂଗ୍ରେସର ‘ଯାତ୍ରା’ରେ ସାମିଲ ହେବା ପାଇଁ ଅଖିଳେଶଙ୍କ ସର୍ତ୍ତ; ପ୍ରଥମେ ଆସନ ଫର୍ମୁଲା ସ୍ଥିର କର

ଲକ୍ଷ୍ନୌ:  ଉତ୍ତରପ୍ରଦେଶରେ ପ୍ରବେଶ କରିଛି କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା ।’ ଇଣ୍ଡିଆ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଭାବେ ସାମିଲ ହୋଇଥିବା ସମାଜବାଦୀ ପାର୍ଟି (ଏସ୍‌ପି) କଂଗ୍ରେସର ଏହି ଯାତ୍ରାରେ ଯୋଗଦେବ ବୋଲି ଅନୁମାନ କରାଯାଉଥିଲା । କଂଗ୍ରେସ ମଧ୍ୟ ଏନେଇ ଆଶ୍ୱସ୍ତ ଥିଲା । କଂଗ୍ରେସର ବରିଷ୍ଠ ନେତାମ।।ନ ଗଣମାଧ୍ୟମରେ ମଧ୍ୟ ବୟାନବାଜି କରିସାରିଥିଲେ ଯେ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଏବଂ ତାଙ୍କ ଦଳର କର୍ମୀ ତଥା ନେତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କିନ୍ତୁ ସୋମବାର ଅଖିଳେଶ ଯାଦବ, ସମ୍ପୂର୍ଣ୍ଣ ଗଣିତ ହିଁ ଓଲଟପାଲଟ କରିଦେଇଛନ୍ତି ।

ରିପୋର୍ଟ ଅନୁସାରେ ଅଖିଳେଶ, କଂଗ୍ରେସ ସମ୍ମୁଖରେ ଏକ ସର୍ତ୍ତ ରଖିଛନ୍ତି । କଂଗ୍ରେସର ଏହି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସେ ଏବଂ ତାଙ୍କ ଦଳର ନେତା, କର୍ମୀମାନେ ସେତେବେଳେ ସାମିଲ ହେବେ ଯେତେବେଳେ କଂଗ୍ରେସ ଇଣ୍ଡିଆ ମେଣ୍ଟ ପାଇଁ ତାଙ୍କ ଦଳ (ଏସ୍‌ପି) ସହ ଆସନ ବୁଝାମଣା ଫର୍ମୁୂଲା ବା ଗଣିତକୁ ଫାଇନାଲ କରିବ । ଅର୍ଥାତ୍ ଆସନ ବୁଝାମଣା ପରେ ହିଁ ତାଙ୍କ ଦଳୀୟ ନେତା ଏବଂ ସେ ନିଜେ କଂଗ୍େରସର ନ୍ୟାୟ ଯାତ୍ରାରେ ଯୋଗଦେବେ । ଅଖିଳେଶ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ପ୍ରକ୍ରିୟା ଜାରି ରହିଛି । ତେବେ ଆଉ କେତେ ରାଉଣ୍ଡ ଆଲୋଚନା ବୈଠକ ହେବ ସେନେଇ ସେ ନିଶ୍ଚିତ ନାହାନ୍ତି । ଉଭୟ ଦଳ ପରସ୍ପରକୁ ସେମାନଙ୍କ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରିସାରିଛନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ଏସମ୍ପର୍କରେ କିଛି ଚୂଡାନ୍ତ ହୋଇନାହିଁ । ଆସନ ବୁଝାମଣା ସମ୍ଭବ ନହେଲେ ତାଙ୍କ ଦଳ କଂଗ୍ରେସର ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପ୍ରକାଶ, ଲୋକସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ମାସ ବାକି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣା ଚୂଡାନ୍ତ ହୋଇପାରିନାହିଁ । ବିଶେଷକରି ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ଅଧିକ ଲୋକସଭା ଆସନରେ ଲଢ଼ିବାକୁ ଚାହୁଁଥିବା ବେଳେ କଂଗ୍ରେସ ପାଇଁ ମାତ୍ର ୧୧ଟି ଆସନ ଛାଡିବା ପାଇଁ ପ୍ରସ୍ତୁୂତ ଥିବା ଖୁଲମ୍‌ଖୁଲ୍ଲା ପ୍ରସ୍ତାବ ଦେଇସାରିଛି । କିନ୍ତୁ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଏହାକୁ ଗ୍ରହଣ କରିନାହିଁ । କଂଗ୍ରେସ, ମଧ୍ୟ ଉତ୍ତରପ୍ରଦେଶରେ ଅଧିକ ଆସନରେ ଲଢ଼ିବାକୁ ଇଚ୍ଛାବ୍ୟକ୍ତ କରିସାରିଛି । ସୁତରାଂ ଦୁଇ ଦଳ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଆସନ ବୁଝାମଣା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇପାରିନାହିଁ । ଏହାକୁ ନେଇ ଅଖିଳେଶ, କଂଗ୍ରେସ ଉପରେ କ୍ଷୁବ୍ଧ ହୋଇପଡିଛନ୍ତି । ନିକଟରେ ଅଖିଳେଶ କହିଥିଲେ, ଆସନ ବୁଝାମଣା ଯଥାଶୀଘ୍ର ହେବା ଉଚିତ୍ କାରଣ ଏହାଦ୍ୱାରା ଦଳକୁ ଏବଂ ଦଳୀୟ ପ୍ରାର୍ଥୀଙ୍କୁ ନିଜ ହିସାବରେ ପ୍ରଚାର ଆଦି କରିବା ପାଇଁ ଯଥେଷ୍ଟ ସମୟ ମିଳିପାରିବ । ତଥାପି କଂଗ୍ରେସ ପକ୍ଷରୁ ଏଦିଗରେ କୌଣସି ତତ୍ପରତା ପ୍ରକାଶ ପାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking