27.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଅବୈଧ ଖଣି ଖନନ ମାମଲାରେ ପଚରା ଉଚରା ପାଇଁ ଆଜି ସିବିଆଇରେ ହାଜର ହୋଇପାରନ୍ତି ଅଖିଳେଶ

ଅବୈଧ ଖଣି ଖନନ ମାମଲାରେ ପଚରା ଉଚରା ପାଇଁ ଆଜି ସିବିଆଇରେ ହାଜର ହୋଇପାରନ୍ତି ଅଖିଳେଶ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସିବିଆଇର ସମନ । ଅବୈଧ ଖଣି ଖନନ ମାମଲାରେ ଏହି ସମନ ଦିଆଯାଇଛି । ଅବୈଧ ଖଣି ଖନନ ମାମଲାରେ ପଚରା ଉଚରା କରିବା ପାଇଁ ଆଜି ଦିଲ୍ଲୀ ସ୍ଥିତ କାର୍ୟ୍ୟାଳୟରେ ହାଜର ହେବାକୁ ଡାକିଛି ସିବିଆଇ । ମାମଲାରେ ଅଖିଳେଶଙ୍କୁ ସାକ୍ଷ୍ୟ ଭାବେ ଉପସ୍ଥିତ ରହିବାକୁ କୁହାଯାଇଛି । ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ସରକାର ଥିବା ସମୟରେ ହମିରପୁରରେ ବଡ ଧରଣର ଖଣି ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଥିଲା । ୨୦୧୯ ଜାନୁଆରି ୨ ତାରିଖରେ ସିବିଆଇ ୧୧ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲା । ଖଣି ଦୁର୍ନିତୀରେ ବହୁ ସରକାରୀ କର୍ମଚାରୀଙ୍କ ନାଁ ମଧ୍ୟ ରହିଛି । ସିବିଆଇ ଅନୁସାରେ ତତ୍କାଳୀନ -ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଇ-ଟେଣ୍ଡରି ପ୍ରକ୍ରିୟାକୁ ଉଲ୍ଲଂଘନ କରି ୨୦୧୩ ଫେବ୍ରୁଆରି ୧୭ ତାରିଖରେ ଗୋଟିଏ ଦିନରେ ୧୩ଟି ଖଣି ଖନନ ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ । ଏହି ମାମଲାରେ ପଚରାଉଚରା କରିବାକୁ ଅଖିଳେଶ ଯାଦବଙ୍କୁ ଦିଲ୍ଲୀ ଡାକିଛି ସିବିଆଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking