28.1 C
Bhubaneswar
Thursday, September 19, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ ।
ହଜିଯାଇଥିବା ସୂର୍ଯ୍ୟକୁ ଫେରି ପାଇବାକୁ ୧୨ ଘଣ୍ଟା ସମୟ ଲାଗେ, କିନ୍ତୁ ହଜିଯାଇଥିବା ବିଶ୍ବାସ ସାରା ଜୀବନ ଅପେକ୍ଷା କରିଲେ ବି ଫେରିପାଇ ହୁଏନା ।

” ଜୀବନ ଏକ ଲମ୍ବା ଯାତ୍ରା ” ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ ଆଉ ହସି ହସି ଚାଲିଲେ କେତେ ବେଳେ ରାସ୍ତା ସରିଯିବ ଜଣା ପଡିବ ନାହିଁ ।

ଯଦି କାହାର ଖରାପ ଗୁଣକୁ ବାହାର କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଜଠାରୁ ଆରମ୍ଭ କରିଦିଅନ୍ତୁ, ଅନ୍ୟଠାରୁ ନୁହେଁ ।

ଜୀବନରେ ଯଦି କେବେ କାହା ପାଇଁ ନଇଁବାକୁ ପଡେ ,ତାହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ କାହିଁକି ନା ଦୂର ଆକାଶର ସୂର୍ଯ୍ୟ ବି ସନ୍ଧ୍ୟାରେ ଅସ୍ତ ହୋଇଯାଏ ରାତ୍ରୀର ଜହ୍ନ ପାଇଁ ।

ଆଜି କାଲିର Relationship….ବର୍ତ୍ତମାନ କାହାକୁ ତୁମେ ଯେତେ ଆପଣାର ଭାବିବ , ଠିକ୍ ସେମିତି କେହି ତୁମକୁ ଆପଣାର ଭାବିବେ ନାହିଁ ।ଆବଶ୍ୟକ ଥିଲେ କହିବେ ( hi ) ଆବଶ୍ୟକ ପୁରଣ ହେଇଗଲେ ( bye )

ଅଦ୍ୟ ନଭେମ୍ବର ମାସ ୦୮ ତାରିଖ ୨୦୨୩ ମସିହା(ବୁଧବାର)*

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୧

ସମ୍ବତ୍ସର-ପିଙ୍ଗଳ

କାର୍ତ୍ତିକମାସ- କୃଷ୍ଣପକ୍ଷ

ତିଥି- ଦଶମୀ ଦିବା ଘ୦୮/୧୮ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ

ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ୦୭/୫୬ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା ଫା

ଚନ୍ଦ୍ର-ସିଂହ ରାତ୍ରି ଘ୦୨/୩୮ ପର୍ଯ୍ୟନ୍ତ ତଦନ୍ତେ କନ୍ୟା

ଯୋଗ- ଇନ୍ଦ୍ର

କରଣ – ବିଷ୍ଟି

ସୌରମାସ- ତୁଳା ୨୨ ଦିନ

✧═════•❁❀❁•════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/୩୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୦୦

*✧═════•❁❀

ଯୋଗିନୀ ଉତ୍ତରେ ଦିବା ଘ୦୮/୧୮ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ

ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

ବୃଷ ରାଶିର ଘାତଚନ୍ଦ୍ର

କର୍କଟ ରାଶିର ଘାତବାର

✧═════•❁❀❁•═══

କାଳବେଳା -ଦିବା ଘ୦୮/୪୪ ଗତେ ଘ୧୦/୦୮ ମଧ୍ୟେ

ବାରବେଳା – ଦିବା ଘ୧୧/୩୨ ଗତେ ଘ୧୨/୫୬ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୪ ମଧ୍ୟେ ଓ ଘ୦୭/୩୧ ଗତେ ଘ୦୮/୦୪ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୪୫ ଗତେ ଘ୦୭/୩୦ ମଧ୍ୟେ ଓ ଘ୦୧/୫୫ ଗତେ ଘ୦୪/୨୦ ମଧ୍ୟେ

═✧*══•❁❀❁•═════✧

ଅଦ୍ୟ କଳମ ଶାଗ ଦିବା ଘ୦୮/୧୮ ପର୍ଯ୍ୟନ୍ତ ତଦନ୍ତେ ଶିମ୍ବ ଭକ୍ଷଣ ନିଷେଧ

✧═════•❁❀❁•═════✧

ଆଜିର ରାଶିଫଳ

✧═════•❁❀❁•═════✧

ମେଷ:ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।

✧═════•❁❀❁•═════✧

ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

✧═════•❁❀❁•═════✧

ମିଥୁନ: ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

✧═════•❁❀❁•═════✧

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

✧═════•❁❀❁•═════✧

ସି˚ହ: ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।

✧═════•❁❀❁•═════✧

କନ୍ୟା: ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।

✧═════•❁❀❁•═════✧

ତୁଳା:ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।

✧═════•❁❀❁•═════✧

ବିଛା:ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।

✧═════•❁❀❁•═════✧

ଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।

✧═════•❁❀❁•═════✧

ମକର:ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।

✧═════•❁❀❁•═════✧

କୁମ୍ଭ:ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।

✧═════•❁❀❁•═════✧

ମୀନ:ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking