34.1 C
Bhubaneswar
Saturday, May 18, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଅନ୍ୟକୁ ସାହାଯ୍ୟ, ସହଯୋଗ କରିଵାର ଦୃଢ ପ୍ରତିଶ୍ରୁତି ଦେଇ ଆଦୌ ସାହାଯ୍ୟ ନ କରିବା ଅପେକ୍ଷା ଶ୍ରୀରାମଚନ୍ଦ୍ରଙ୍କୁ ସେତୁ ବନ୍ଧ ବାନ୍ଧିବାରେ ଗୁଣ୍ଡୁଚି ମୁଷା ସାହାଯ୍ୟ କରିଲା ପରି କର୍ମ କ୍ଷେତ୍ରରେ ଅନ୍ୟମାନଙ୍କୁ ସାମାନ୍ୟ ସାହାଯ୍ୟ, ସହଯୋଗ ପ୍ରଦାନ କରିବା ବହୁତ୍ ଗୁଣେ ଭଲ ।
ଧନ ଓ ଧର୍ମ ଦୁଇଟି ସମାନ ନ ହେଲେ ବି ଜୀବନରେ ଦୁଇଟିର ଆବଶ୍ୟକତା ରହିଛି କେବଳ ଏତିକି ପାର୍ଥକ୍ୟ ହେଉଛି ଜୀବନରେ ଧନ ଆସିଲେ ସୁଖ ମିଳିବାରେ କୋୖଣସି ସ୍ଥିରତା ନଥାଏ କିନ୍ତୁ ଧର୍ମ ଜୀବନରେ ଆସିଲେ ସୁଖ ମିଳିବାରେ ସ୍ଥିରତା ନିଶ୍ଚୟ ଆସେ ।
ଜୀବନରେ ଖରାପ ସମୟ କେବଳ ଦୁଃଖ ଦେବାକୁ ନୁହେଁ ବରଂ ସମ୍ପର୍କ ଚିହ୍ନାଇ ଦେବାକୁ ଆସିଥାଏ ଆଉ ସେହି ଖରାପ୍ ସମୟ ହିଁ ଜଣାଇ ଦେଇଥାଏ ଏହି ସ୍ବାର୍ଥର ଦୁନିଆଁ ରେ କିଏ କାହାକୁ କେତେ ଭଲପାଏ…।

ଅଦ୍ୟ ମଇ ମାସ ୩୧ ତାରିଖ ୨୦୨୩ ମସିହା(ବୁଧବାର)

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-କପିଳ

ଜ୍ୟେଷ୍ଠ ମାସ-ଶୁକ୍ଳପକ୍ଷ

ତିଥି- ଏକାଦଶୀ ଦିବା ଘ୦୧/୫୯ ପର୍ୟ୍ୟନ୍ତ ତଦନ୍ତେ ଦ୍ଵାଦଶୀ

ନକ୍ଷତ୍ର- ହସ୍ତା ଦିବା ଘ୦୬/୫୭ ପର୍ୟ୍ୟନ୍ତ ତଦନ୍ତେ ଚିତ୍ରା

ଚନ୍ଦ୍ର- କନ୍ୟା ରାତ୍ରି ଘ୦୭/୨୦ ପର୍ୟ୍ୟନ୍ତ ତଦନ୍ତେ ତୁଳା

ଯୋଗ- ବ୍ୟତିପାତ

କରଣ – ବିଷ୍ଟି

ସୌରମାସ- ବୃଷ ୧୭ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୨

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୩୧

*✧═════•❁❀

ଯୋଗିନୀ ଅଗ୍ନିକୋଣେ ଦିବା ଘ୦୧/୫୯ ପର୍ୟ୍ୟନ୍ତ ତଦନ୍ତେ ନୈଋତେ

ବୃଷ ରାଶିରେ ଘାତ ଚନ୍ଦ୍ର

କର୍କଟ ରାଶିର ଘାତବାର

ଏକାଦଶୀ ର ଏକୋଦିଷ୍ଟ ଓ ଦ୍ଵାଦଶୀ ର ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା -ଘ୦୮/୨୫ଗତେ ଘ୧୦/୦୫ ମଧ୍ୟେ

ବାରବେଳା – ଘ୧୧/୪୨ଗତେ ଘ୦୧/୨୧ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୧୦/୦୬ ଗତେ ଘ୧୦/୪୭ ମଧ୍ୟେ ଓ ଦିବା ଘ୦୧/୨୩ ଗତେ ଘ୦୪/୨୪ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧*══•❁❀❁•═════✧

ଅଦ୍ୟ ଶିମ୍ବ ଦିବା ଘ ୦୧/୫୯ ଗତେ ପୋଇ ଭକ୍ଷଣ ନିଷେଧ

═✧══•❁❀❁•═════

ଆଜିର ରାଶି ଫଳ * ✧═════•❁❀❁•═════✧

ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।

✧═════•❁❀❁•═════✧

*ବୃଷ
କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*

✧═════•❁❀❁•═════✧

ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*

✧═════•❁❀❁•═════✧

କର୍କଟ: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*

✧═════•❁❀❁•═════✧

*ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*

✧═════•❁❀❁•═════✧

କନ୍ୟା: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*

✧═════•❁❀❁•═════✧

ତୁଳା: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*

✧═════•❁❀❁•═════✧

ବିଛା: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*

✧═════•❁❀❁•═════✧

ଧନୁ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*

✧═════•❁❀❁•═════✧

ମକର: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।

✧═════•❁❀❁•═════✧

କୁମ୍ଭ: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।

✧═════•❁❀❁•═════✧

ମୀନ
ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।*

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking