17.1 C
Bhubaneswar
Tuesday, November 26, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଦରକାରଠାରୁ ବେଶି ସମ୍ମାନ ଓ ସମୟ ଦେଲେ ମଣିଷ ବଦଳି ଯାଆନ୍ତି ।
ନିଜ ଘର ଭଲ ହେଉ ବା ଭଙ୍ଗା ହେଉ ନିଜ ଘର ଭଳି ଶାନ୍ତି କୌଣସି ରାଜପ୍ରାସାଦରେ ମିଳେ ନାହିଁ ।

ଯେଉଁ ଲୋକଙ୍କ ପାଖରେ ମାନବିକତା ବା ମଣିଷ ପଣିଆକୁ ନଥାଏ ସେମାନଙ୍କ ପାଖରେ ସମ୍ପର୍କର ମୂଲ୍ୟ କିଛି ନଥାଏ ।

ଗାଡିରେ ଯଦି ବ୍ରେକ୍ ନାହିଁ ତେବେ ଦୁର୍ଘଟଣା ନିଶ୍ଚିତ ଆଉ ଜୀବନରେ ଯଦି ସଂସ୍କାର ଓ ମର୍ଯ୍ଯାଦା ନାହିଁ ତାହା ହେଲେ ପତନ ନିଶ୍ଚିତ ଅଟେ ।

ମାଆ ଡାକିବାରେ ଯେଉଁ ଖୁସି ଅଛି, ସେ ଖୁସି Mummy, mom, mama ଡାକିବାରେ ନାହିଁ ।

ଅଦ୍ଯ ମୀନ ଦି୫ନ,ଦ୍ଵାଦଶୀ ଦ୫।୪୮ ଦିଘ୮।୧୫,ତ୍ରୟୋଦଶୀକ୍ଷଃ ଦ୫୨।୧୫ ରାଘ୫।୯,ଧନିଷ୍ଠା ଦ୩୮।୯ ରାଘ୯।୧୨,ମକର ଚନ୍ଦ୍ର ଦ୧।୫୭ ଦିଘ୧୧।୫୯।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମୀନ ଦ୦/୨୫/୪୦ ଇଂଘ୫/୫୬/୧୧ ଗତେ ଉଦୟ।
କନ୍ୟା ଦ୦/୪୭/୩୦ ଇଂଘ୫/୫୩/୪୬ ଗତେ ଅସ୍ତ ।

ଯୋଗିନୀ ନୈଋତେ । ଦିବା ଘ୮।୧୫ ଗତେ ଦକ୍ଷିଣେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୯।୧୨ ଗତେ ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃର୍ତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୧।୫୯ ଗତେ କୁମ୍ଭ ମେଷ ବୃଷ ସିଂହ କନ୍ୟା ବିଛା ଧନୁ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର ।ଦିବା ଘ୧୦।୨୭ ଗତେ ଘ୧।୨୭ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୨୭ ଗତେ ଘ୨।୫୭ ମଧ୍ୟେ କାଳରାତ୍ରି । ମୃତେ ଦ୍ଵିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ୮।୧୫ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପୂତିକା ( ପୋଇ) ଦିବା ଘ୮।୧୫ ଗତେ ବାର୍ତ୍ତାକୀ(ବାଇଗଣ) ଭକ୍ଷଣ ନିଷେଧ । ଶରଣଂ ।

*(ଅମୃତ) – ଦିବା ଘ୬।୪୫ ଗତେ ଘ୯।୫୭ ମଧ୍ୟେ ରାତ୍ରି ଘ୭।୩୨ ଗତେ ଘ୯।୮ ମଧ୍ୟେ । (ମାହେନ୍ଦ୍ର)– ଦିବା ଘ୬।୪୫ ମଧ୍ୟେ ଘ୧।୯ ଗତେ ଘ୧୧।୫୭ ମଧ୍ୟେ ରାତ୍ରି ଘ୬।୪୪ ଗତେ ଘ୭।୩୨ ମଧ୍ୟେ ଘ୧୨।୨୦ ଗତେ ଘ୩।୩୨ ମଧ୍ୟେ

ମେଷ: ନିୟମିତ ଭାବେ ନିଜର ଜ୍ଞାନ ବୃଦ୍ଧି କରନ୍ତୁ। ଭାଇ ଭଉଣୀ ସହିତ ଉତ୍ତମ ବୁଝାମଣା ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଅଫିସ କାମରେ ବ୍ୟସ୍ତ ରହିବେ।

ବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ, ଆପଣଙ୍କର ନାମ ହେବ। ଅଫିସରେ କାମର ପ୍ରଶଂସା ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମିଥୁନ: ସୌନ୍ଦର୍ଯ୍ୟ ପ୍ରସାଧନ କ୍ଷେତ୍ରରେ ନିବେଶ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ଟେଣ୍ଟ ହାଉସ ମାଲିକଙ୍କ ଲାଗି ଦିନଟି ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: କୌଣସି ବଡ଼ ସୁଯୋଗ ହାତଛଡ଼ା ହୋଇପାରେ। ଚିନ୍ତିତ ରହିବା କାରଣରୁ ଜୀବନସାଥୀଙ୍କ ସହିତ ବଚସା ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ସିଂହ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲଗାନ୍ତୁ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ବ୍ୟବସାୟୀ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

କନ୍ୟା: କୌଣସି ଶୁଭ ଖବର ପାଇବେ। ମନ ଶାନ୍ତ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିପାରେ।

ତୁଳା: ନୂଆ କାମ ଆରମ୍ଭ କରିପାରନ୍ତି। ଧାର ଦେଇଥିବା ପଇସା ପାଇବେ। ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

ବିଛା: କଥା କଥାରେ କ୍ରୋଧ ଆସିପାରେ। ପରିବାର ଲୋକଙ୍କର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହେବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା ପାଇବେ। ଓକିଲ ପୁରୁଣା ମକଦ୍ଦମାରେ ମନ ନିବେଶ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।*

ମକର: କାରବାରରେ ଲାଗି ରହିଥିବା ଝଞ୍ଜଟର ସମାଧାନ ହେବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିବେ। ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ ଲଗାଇବେ।

କୁମ୍ଭ: କରିଆସୁଥିବା କାମରେ ଆପଣଙ୍କ ଧ୍ୟାନ ଲାଗି ରହିବ। କାରବାରରେ ବାଧା ଦୂର ହୋଇଯିବ। ପାରିବାରିକ ଜୀବନରେ ଶାନ୍ତି ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମୀନ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳାମାନେ ନିର୍ଦ୍ଧାରିତ ସମୟରେ ଘର କାମ ସଂପୂର୍ଣ୍ଣ କରିବେ। ଭଲ କଂପାନିରେ ସୁଯୋଗ ଲାଗି ଅଧିକ ପରିଶ୍ରମ କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking