22.1 C
Bhubaneswar
Sunday, December 29, 2024
Homeଓଡିଶା_ଆଜିର ଅନୁଚିନ୍ତା

_ଆଜିର ଅନୁଚିନ୍ତା

➡️ନିଜ ବାପା ମାଆଙ୍କୁ ଅଶାନ୍ତିରେ ରଖି ଶହେ ଦେବା ଦେବୀଙ୍କୁ ଖୁସିରେ ରଖିଲେ କିଛି ଲାଭ ନାହିଁ ।
➡️ଈଶ୍ବରଙ୍କ ଜ୍ଞାନ ତୁଲ୍ଯ କୌଣସି ଜ୍ଞାନ ନାହିଁ, ଈଶ୍ବରଙ୍କ ପ୍ରଭାବ ସମାନ କୌଣସି ପ୍ରଭାବ ନାହିଁ, ଈଶ୍ବରଙ୍କ ଦର୍ଶନ ସମାନ କୌଣସି ଦର୍ଶନ ନାହିଁ ।

➡️ଜିତିବା ହାରିବା ନିଜ ଭାବନା ଉପରେ ନିର୍ଭର କରିଥାଏ ।

➡️ଜୀବନରେ ସର୍ବଦା ଜାଣି ରଖନ୍ତୁ ଯେ, ସଫଳତା ଏକ ଏକୁଟିଆ ରାସ୍ତା ।

➡️ମନକୁ ବୁଝେଇ ଦେଇ ହେବ କିନ୍ତୁ ଆଖିକୁ କେବେ ମଧ୍ୟ ବୁଝେଇ ହେବ ନାହିଁ ।

*➡️ସହାନୁଭୂତି ସେଇଠି ଅଧିକାର କରାଯାଇଥାଏ, ଯେଉଁଠି ତମର ପ୍ରତ୍ୟେକ କଥାକୁ Important ଦିଆ ଯାଇଥାଏ ।

ଅଦ୍ଯ କୁମ୍ଭ ଦି୭ନ,ଚତୁର୍ଦ୍ଦଶୀ ଦ୨୫।୨୭ଦିଘ୪। ୨୭,ଶ୍ରବଣା ଦ୨୨।୪୮ ଦିଘ୩।୨୩,ମକର ଚନ୍ଦ୍ର ଦ୪୯।୧୨ ରାଘ ୧।୫୭।

*ଭାରତୀୟ ସାଧାରଣ
ସିଂହ ଦ୦/୫୯/୩୦ ଇଂଘ୫/୪୩/୪୦ ଗତେ ଅସ୍ତ ।

ଯୋଗିନୀ ପଶ୍ଚିମେ । ଦିବା ଘ୪।୨୭ ଗତେ ଐଶାନ୍ୟେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧।୫୭ ମଧ୍ୟେ ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୩।୨୩ ଗତେ ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ବାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧।୫୭ ଗତେ କୁମ୍ଭ ମେଷ ବୃଷ ସିଂହ କନ୍ୟା ବିଛା ଧନୁ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୩୪ ଗତେ ଘ୧।୨୬ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୩୪ ଗତେ ଘ୩।୮ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାଷ(ବିରି) ଦିବା ଘ୪।୨୭ ଗତେ ସ୍ତ୍ରୀ ତୈଳ ବର୍ଜନ ଓ ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ । ଅଦ୍ୟ ଚନ୍ଦ୍ରକ୍ଷୟ, ନିଶିପାଳନ, ନଷ୍ଟ ଚନ୍ଦ୍ରାପବାସ ଓ ହଳ ନିଷେଧ। ଶରଣଂ ।

(ଅମୃତ)-ଦିବା ଘ୭।୫ ଗତେ ଘ୧୦।୧୭ ମଧ୍ୟେ ରାତ୍ରି ଘ୭।୨୦ ଗତେ ଘ୮।୫୬ ମଧ୍ୟେ । (ମାହେନ୍ଦ୍ର)—ଦିବା ଘ୭।୫ ମଧ୍ୟେ ଘ୧।୨୯ ଗତେ ଘ୨।୧୭ ମଧ୍ୟେ ରାତ୍ରି ଘ୬।୩୨ ଗତେ ଘ୭।୨୦ ମଧ୍ୟେ ଘ୧୨।୮ ଗତେ ଘ୩।୨୦ ମଧ୍ୟେ ।

🌹ମେଷ: ନିଜକୁ ଲୋକଙ୍କ ନଜରରେ ଭଲ ପ୍ରମାଣିତ କରିପାରିବେ। କୌଣସି କାମରେ ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

🌹ବୃଷ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହା ଦ୍ବାରା ଭବିଷ୍ୟତ ଉଜ୍ଜ୍ବଳ ହେବ। ଘରୋଇ ଜୀବନ ସୁଖ-ଶାନ୍ତିମୟ ହେବ। ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

🌹ମିଥୁନ: ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

🌹କର୍କଟ: କାରବାର ବୃଦ୍ଧି ଲାଗି ଦିନଟି ଭଲ। ବିରୋଧୀମାନେ କ୍ଷତି କରିବା ପାଇଁ ବିଫଳ ପ୍ରୟ‌ାସ କରିବେ। ଅଫିସ କାମରେ ଚିନ୍ତା କମ୍ ରହିବ। ନୂଆ ସଂପର୍କ ଗଢ଼ିବା ପାଇଁ ଦିନଟି ଭଲ।

🌹ସିଂହ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ଲାଗି ଦିନଟି ଉତ୍ତମ। କଳା କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ।

🌹କନ୍ୟା: ନୂଆ କାମ କରିବା ପାଇଁ ଦିନଟି ଉପଯୁକ୍ତ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ।

🌹ତୁଳା: ବ୍ୟବସାୟୀ ନୂଆ ଯୋଜନା ତିଆରି କରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।

🌹ବିଛା: ମସ୍ତିଷ୍କରେ ଲାଗିରହିଥିବା ଚିନ୍ତା ସମାପ୍ତ ହୋଇଯିବ। ଶୁଭ ଖବର ମିଳିବାର ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ଅଫିସରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ।

🌹ଧନୁ: ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

🌹ମକର: ଜରୁରୀ କାମରେ ଦୂର ସ୍ଥାନକୁ ଯିବେ। ଅଫିସରେ କାମର ବୋଝ ବଢ଼ିପାରେ। ପରିବାର ଲୋକେ ଆପଣଙ୍କ ଠାରୁ ଅନେକ କିଛି ଆଶା କରିବେ।

🌹କୁମ୍ଭ: ଧୈର୍ଯ୍ୟଧରି କାମ କଲେ ସଫଳ ହେବେ। ଅଫିସରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ କରିବେ। ମହିଳାଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।

🌹ମୀନ: ଗମ୍ଭୀରତାର ସହ ଉଦ୍ୟମ କରନ୍ତୁ, ସଫଳ ହେବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking