ସବୁଠୁ ଭଲ ଔଷଧ-“ହସିବା”, ସବୁଠୁ ବଡ଼ ସମ୍ପତି-“ବୁଦ୍ଧି”
ସବୁଠୁ ଭଲ ଅସ୍ତ୍ର-“ଧର୍ଯ୍ୟ” , ସବୁଠୁ ସୁନ୍ଦର ସୁରକ୍ଷା-“ବିଶ୍ୱାସ”
ହଁ ବଡ଼ ଖୁସିର କଥା ,ଏ ସବୁ ବିନା ମୂଲ୍ୟରେ ମିଳେ ll
ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି, ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର . ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି.. କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି, ତେଣୁ ନିଜ ହିସାବରେ ନିଜେ ରୁହ ll
ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ କାରଣ ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ ତେଣୁ ଏ ଦୁଇଟି କୁ ନିଜ ଆୟତ୍ତ ରେ ରଖନ୍ତୁ ଆଉ ସଫଳ ଜୀବନ ବିତାନ୍ତୁ ll
ଜୀବନ ଦର୍ଶନ *
🌹➡️”1-ଦୁଇଜଣ ବିବାଦ କରୁଥିବା ବେଳେ ଯିଏ କୌଣସି ଜଣଙ୍କର ପକ୍ଷ ସମର୍ଥନ କରେ, ତାକୁ ‘ପକ୍ଷପାତୀ’ କହନ୍ତି, ଏବଂ ଯେ ଠିକ୍ ନ୍ଯାୟ ବିଚାର କରେ, ତାକୁ ‘ମଧ୍ୟସ୍ଥ’ କହନ୍ତି, କିନ୍ତୁ ଯେ ଦୁଇଜଣଙ୍କୁ ଦେଖୁଥିଲେ ମଧ୍ୟ କାହାରି ପକ୍ଷ ସମର୍ଥନ କରେ ନାହିଁ କି କାହାକୁ କିଛି କହେ ନାହିଁ, ତାକୁ ‘ଉଦାସୀନ’ କହନ୍ତି, ସେହିପରି ସଂସାର ଓ ପରମାତ୍ମା ଉଭୟଙ୍କୁ ଦେଖିଲା ବେଳେ ଗୁଣାତୀତ ମନୁଷ୍ଯ ଉଦାସୀନ ଭଳି ଦେଖନ୍ତି।
2- ବାସ୍ତବରେ ସଂସାରର କୌଣସି ସ୍ବତନ୍ତ୍ର ସତ୍ତା ନାହିଁ, ସତ୍ ସ୍ବରୂପ ପରମାତ୍ମାଙ୍କ ସତ୍ତାରୁ ହିଁ ସଂସାର ସତ୍ତାବାନ୍ ଦେଖା ଯାଉଛି, ଯଦି ଗୁଣାତୀତ ମନୁଷ୍ଯଙ୍କ ଦୃଷ୍ଟିରେ କେବଳ ପରମାତ୍ମାଙ୍କର ସତ୍ତା ବ୍ଯତୀତ ସଂସାରର ସତ୍ତା ନାହିଁ, ତେବେ ସେ କାହା ପ୍ରତି ଉଦାସୀନ ହେବେ ? କିନ୍ତୁ ଯେଉଁ ମାନଙ୍କ ଦୃଷ୍ଟିରେ ସଂସାର ଓ ପରମାତ୍ମାଙ୍କର ସତ୍ତା ରହିଛି, ସେମାନଙ୍କ ଦୃଷ୍ଟିରେ ସେହି ଗୁଣାତୀତ ମନୁଷ୍ଯ ଉଦାସୀନ ଭଳି ଦେଖା ଯାଆନ୍ତି।”⬅️🌹
: . ଗୀତା ଜ୍ଞାନ
ଶ୍ରୀମଦ୍ଭଗବଦ୍ ଗୀତା
ଦ୍ବିତୀୟ ଅଧ୍ୟାୟ
ସାଂଖ୍ୟଯୋଗ
ଭାବାନୁବାଦ
ମୋହଗ୍ରସ୍ତ ଅର୍ଜୁନଙ୍କ ଆଖିରେ ଆତ୍ମାର ଚିରନ୍ତନତା ପ୍ରତି ସନ୍ଦେହ ଭାବ ଲକ୍ଷ୍ୟ କରି ଶ୍ରୀକୃଷ୍ଣ କହିଛନ୍ତି:—-
ତେବେ ଧନଞ୍ଜୟ ଯଦି ଭାବୁଥାଅ
ଆତ୍ମା ଥାଏ ଜନ୍ମହୋଇ,
ଜନ୍ମ ଯେହୁ ହେବ ନିଶ୍ଚୟ ମରିବ,
ଶୋକ କିପାଁ ତାହା ପାଇଁ ?
ଜନ୍ମ ମରଣର ଲାଗିଛି ପ୍ରବାହ
ସୃଷ୍ଟିର ଏହି ନିୟମ,
ଜନ୍ମ ଯେହୁ ନେବ ନିଶ୍ଚୟ ମରିବ
କେହି ନକରିବେ ଆନ।
ଜନମ ପୂର୍ବରୁ ଅଦୃଶ୍ୟ ସକଳେ
ମୃତ୍ୟୁ ପରେ ଅନ୍ତର୍ଦ୍ଧାନ,
ଏ ଦୁଇ ଅବସ୍ଥା ମଧ୍ୟେ ପ୍ରାଣୀଗଣ
ହୋଇଥାନ୍ତି କାୟାବାନ।
ସେ କାୟାକୁ ନେଇ ମାୟା କାହିଁପାଇଁ
ସୀମିତ ଅବଧି ତାର,
ସମୟ ଆସିଲେ ମାଟିରେ ମିଶିବ
ନଶ୍ଵର ଏହି ଶରୀର।
ଆତ୍ମାକୁ ଅର୍ଜୁନ ବାଣୀରେ ବର୍ଣ୍ଣନ
କରିବା ସମ୍ଭବ ନୁହେଁ,
ଏହାର ଦର୍ଶନ ଆବର ବର୍ଣ୍ଣନ
ଆଶ୍ଚର୍ଯ୍ୟ ପ୍ରକାର ହୁଏ।
ଆଶ୍ଚର୍ଯ୍ୟ ଚକିତେ ଶୁଣନ୍ତି ବି କେତେ
ତଥାପି ନଯାଏ ଶୁଣା,
ଶୁଣିଲେ ବା କେହି ଶୁଣି ନପାରଇ
ନପଡେ ବୁଝା ବା ଜଣା।
ଯେତେ ଜାଣିବାକୁ ଚେଷ୍ଟାକଲେ ତାର
ପୂର୍ଣ୍ଣଜ୍ଞାନ ଅସମ୍ଭବ,
ଶେଷ କାହିଁ ତାର ସବୁଜ୍ଞାନ
ଯେଉଁ ଠାରୁ ହୋଇଛି ଆରମ୍ଭ ?
କେତେ ଜ୍ଞାନୀ ଋଷି ମହାତ୍ମା ମହର୍ଷି
ତ୍ରିକାଳଦର୍ଶୀ ବିଜ୍ଞାନୀ,
କଲେ ଅନୁଭବ, କିନ୍ତୁ ଆଦିଅନ୍ତ
ନପାରିଲେ ତାର ଜାଣି।
ଯେଉଁ ଆତ୍ମା ସ୍ଥିତ ସର୍ବ ଦେହେ ପାର୍ଥ
ଅବଧ୍ୟ ଅଟଇ ସେହି,#
ତାର ସ୍ଥିତି ନେଇ କୁହ କାହିଁପାଇଁ
ଶୋକଗ୍ରସ୍ତ ହେବ କେହି ?
କ୍ଷତ୍ରିୟର ଧର୍ମ ଅଟେ ଯୁଦ୍ଧକର୍ମ
ପରଜା ରକ୍ଷଣ ପାଇଁ,
ସେ କଲ୍ୟାଣକର୍ମ କରଣେ ଅର୍ଜୁନ
ଭୟଭୀତ କାହିଁପାଇଁ ?
ଆପେ ହୁଏ ପ୍ରାପ୍ତ ଯେଉଁ ଯୁଦ୍ଧ ପାର୍ଥ !
କ୍ଷତ୍ରି ପାଇଁ ପୁଣ୍ୟ କର୍ମ,
ହେବ ସ୍ବର୍ଗପଥ ତୋ ପାଇଁ ଉନ୍ମୁକ୍ତ
ପାଳିଲେ ସେ କ୍ଷାତ୍ର ଧର୍ମ।
ଏହି ଧର୍ମକ୍ଷେତ୍ରେ କୁରୁ ରଣକ୍ଷେତ୍ରେ
ଯୁଦ୍ଧ ନକରିଲେ ବୀର,
କର୍ତ୍ତବ୍ୟ ବିହୀନ ହୋଇ କୀର୍ତ୍ତିହୀନ
ପାପଭୋଗ ହେବ ସାର।
ଅକଳଙ୍କ ତୁମ୍ଭ କୀର୍ତ୍ତି ଚନ୍ଦ୍ରମାରେ
ଲାଗିବ ଯେଉଁ କଳଙ୍କ,
ସଂସାର ଗାଇବ ତୁମ୍ଭ ଅପକୀର୍ତ୍ତି
ମୃତ୍ୟୁ ସମ ହେବ ଦୁଃଖ।
କାପୁରୁଷ ବୋଲି କହିବେ ତୁମ୍ଭଙ୍କୁ
ରଥି ମହାରଥୀ ଗଣ,
ଯା ଦୃଷ୍ଟିରେ ତୁମ୍ଭେ ଥିଲ ମହାବୀର
କରିବେ ସେ ହେୟଜ୍ଞାନ।
ଶତ୍ରୁଗଣ ତୋର ସାମର୍ଥ୍ୟକୁ ବୀର
ନିନ୍ଦାକରି ଦେବେ ଗାଳି,
କହିବେ ବଚନ ଅତି ଘୃଣ୍ୟମାନ
ଦୁଃଖ ଭାର ଯିବ ବଳି।
ଯୁଦ୍ଧେ ଯେବେ ତୋର ପ୍ରାଣ ଯିବ ବୀର
ପାଇବୁ ସ୍ଥାନ ସ୍ବର୍ଗରେ,
ଯୁଦ୍ଧେ ହେଲେ ଜୟ ଆହେ ଧନଞ୍ଜୟ
ଭୋଗିବୁ ରାଜ୍ୟ ମହୀରେ
ଅନ୍ତଃଦୃଷ୍ଟି
କର୍ତ୍ତବ୍ୟ-ବିମୁଖ ଜୀବ(ଅର୍ଜୁନ)ଙ୍କୁ ପରମ(ଶ୍ରୀକୃଷ୍ଣ)ଙ୍କ ମାର୍ଗଦର୍ଶନ ଏହି ଶ୍ଳୋକଗୁଡିକରେ ଅତ୍ୟନ୍ତ ରୋଚକ ହୋଇଛି।ଏହା ପୂର୍ବରୁ ଶ୍ରୀକୃଷ୍ଣ ସାଂଖ୍ୟ-ତତ୍ତ୍ଵ(ଆତ୍ମା ପରମାତ୍ମା ଦର୍ଶନ)ଅର୍ଜୁନଙ୍କୁ ବୁଝାଇ ଯୁଦ୍ଧପାଇଁ ପ୍ରଚୋଦିତ କରିଛନ୍ତି। କିନ୍ତୁ ମୋହଗ୍ରସ୍ତ ଅର୍ଜୁନଙ୍କ ଆଖିରେ ଆତ୍ମାର ଚିରନ୍ତନତା ପ୍ରତି ସନ୍ଦେହ ଭାବ ଦେଖି ଶ୍ରୀକୃଷ୍ଣ କହିଛନ୍ତି… ଯେବେ ତୁମ ମତରେ ଶରୀର ଭିତରେ ଥିବା ଆତ୍ମାର ଜନ୍ମଅଛି ତାହେଲେ ଏହି ଅଳିକ ସଂସାରରେ ଯାହାର ଜନ୍ମହୁଏ ତାର ମୃତ୍ୟୃ ନିଶ୍ଚିତ; ସେହି ନଶ୍ବର-ତତ୍ତ୍ଵ ପାଇଁ ଶୋକ କାହିଁକି ?ଜନ୍ମ ଓ ମୃତ୍ୟୁର ପ୍ରବାହ ସଂସାରରେ ଲାଗିରହିଛି। ଜନ୍ମ ପୂର୍ବରୁ ଜୀବର ସ୍ଥିତି ନଥାଏ; ମୃତ୍ୟୁପରେ ମଧ୍ୟ ସେ ଉଭାନ ହୋଇଯାଏ। ଏହି ଦୁଇ ଅବସ୍ଥାର ମଝିରେ ସେ କାୟାବାନ ହୁଏ। କିଛି ସମୟ ପାଇଁ ଆସିଥିବା ସେହି କାୟାକୁ ନେଇ ଏତେ ପରିବେଦନା କାହିଁକି ଅର୍ଜୁନ !”
ତା’ପରେ ଶ୍ରୀକୃଷ୍ଣ ଆତ୍ମାର ଚିରନ୍ତନତା କଥା ପୁନର୍ବାର ଅର୍ଜୁନଙ୍କୁ ବୁଝାଇ ମନର ମୋହ ଦୂର କରି କ୍ଷତ୍ରିୟର କର୍ତ୍ତବ୍ୟ କରିବା ପାଇଁ ପ୍ରଣୋଦିତ କରିଛନ୍ତି।ପୂର୍ବେ ଅର୍ଜୁନ କହିଥିଲେ ଯେ ପରିଜନ ମାନଙ୍କୁ ହତ୍ୟାକରି ସେ ନର୍କ ଭୋଗ କରିବେ। ଏଠାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଅପରନ୍ତୁ ଯୁଦ୍ଧରେ ସେହି ଶତ୍ରୁମାନଙ୍କୁ ବିନାଶ କରି, କ୍ଷତ୍ରିୟର କର୍ତ୍ତବ୍ୟ ପାଳନକରି ସେ ସ୍ବର୍ଗ ଭୋଗକରିବେ।ବର୍ଣ୍ଣ ଅନୁଯାୟୀ ତଥା କୌଳିକ କର୍ମ ଅନୁଯାୟୀ କର୍ତ୍ତବ୍ୟ-କର୍ମ ପାଳନ କରିବାର ଦାୟିତ୍ବ ପ୍ରତ୍ୟେକ ମନୁଷ୍ୟ ଉପରେ ନ୍ୟସ୍ତ।ଅପତ୍ୟମୋହ ବା ଜ୍ଞାତି କୁଟୁମ୍ବ ମୋହ ଅଥବା କୌଣସି ଅଜ୍ଞାନତାର ବଶବର୍ତ୍ତୀ ହୋଇ ସେ ଯେବେ ସଠିକ ଭାବରେ ତାହା ପାଳନ ନକରେ ଅଥବା ନିଜ ସ୍ୱାର୍ଥ ସାଧନପାଇଁ କରେ ତାହା ସମାଜର ମଙ୍ଗଳ ସାଧନର ବିରୁଦ୍ଧାଚରଣ ହେବ।
ଜୟଗୁରୁ
ଅମୃତବାଣୀ*
“ଯେତେଦିନଯାଏ ଗୁଣ ଅଛି, ଆମର କର୍ମ ମଧ୍ୟ ସେତେଦିନପର୍ଯ୍ୟନ୍ତ ରହିଥିବ l ଗୁଣ ନ ଗଲେ କର୍ମ କ୍ଷୟ ହେବ ନାହିଁ l ସୁତରାଂ କର୍ମ କରି ଗୁଣ କ୍ଷୟ କରିବାକୁ ହେବ l ତାହାହେଲେ ଜ୍ଞାନ ପ୍ରକାଶ ପାଇବ ; କିନ୍ତୁ କର୍ମ କରିବାକୁ ଗଲେ କର୍ମଫଳ ସଂଚୟ ସୁନିଶ୍ଚିତ l ସେହି ସଞ୍ଚିତ କର୍ମଫଳରେ ପୁଣି ଗୁଣଜାତ ହେବ l ଗୁଣ ହେଲେ ପୁଣି କର୍ମ କରିବାକୁ ହେବ l ଏହି ଗୁଣକର୍ମକୁ ଅବଲମ୍ବନ କରି ମନୁଷ୍ୟର ଜନ୍ମ -ଜନ୍ମାନ୍ତର ଯିବା – ଆସିବା ହୁଏ l ଅତଏବ ଯେତେବେଳେ କର୍ମ ନ କଲେ ଉପାୟ ନାହିଁ, ସେତେବେଳେ କର୍ମ କରିବାକୁ ହେବ ; କିନ୍ତୁ ସମ୍ପୂର୍ଣ୍ଣ ଆସକ୍ତିଶୂନ୍ୟ ହୋଇ ସେହି କର୍ମ କରିଯିବାକୁ ହେବ l ସମସ୍ତ କର୍ମଫଳ ଈଶ୍ୱରଙ୍କୁ ସମର୍ପଣ କରି ଅନାସକ୍ତ ଚିତ୍ତରେ କର୍ମ କରିବାକୁ କର୍ମଯୋଗ କୁହାଯାଏ ।”
ଶ୍ରୀ ଶ୍ରୀଠାକୁର ନିଗମାନନ୍ଦ
ସୁ୍ବିଚାର –ପ୍ରାଣଉର୍ଜ୍ଜ ର ମୁଖ୍ୟ ଉତ୍ସ ହେଲେ ସୂର୍ଯ୍ୟ l ସେ ମଧ୍ୟ ଗାୟତ୍ରୀ ମନ୍ତ୍ରର ଆରାଧ୍ୟ ଦେବତା l ଗାୟତ୍ରୀ ସାଧନାରେ ସାଧକର ଭାବନା ସ୍ୱତଃ ସୂର୍ଯ୍ୟ ଙ୍କ ଠାରେ ଏକାଗ୍ର ହୋଇଯାଏ ଏବଂ ତାକୁ ନିଜେ ନିଜେ ପ୍ରାଣଉର୍ଜ୍ଜ ର ଅନୁଦାନ ମିଳିଯାଏ l
ଅଦ୍ୟ ପ୍ରେବୃଆରୀ ମାସ ୦୨ ତାରିଖ ୨୦୨୩ ମସିହା(ଗୁରୁବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ମାଘମାସ-ଶୁକ୍ଲପକ୍ଷ
ତିଥି- ଦ୍ଵାଦଶୀ ଦିବା ୦୪/୦୯ ଗତେ ତ୍ରୟୋଦଶୀ
ନକ୍ଷତ୍ର-ଆର୍ଦ୍ରା
ଚନ୍ଦ୍ର- ମିଥୁନ
ଯୋଗ-ବୈଧୃତି
କରଣ – କୌଳବ
ସୌରମାସ- ମକର ୨୦ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୨୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୦୦
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ୦୪/୦୯ ଗତେ ଦକ୍ଷିଣେ
କନ୍ୟା ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ଦ୍ୱଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୦ ଗତେ ଘ୦୫/୩୬ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୧୨/୪୫ ଗତେ ଘ୦୨/୪୯ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୮/୦୦ ମଧ୍ୟେ ଓ ଘ୧୧/୧୦ ଗତେ ଘ୧୧/୪୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ପୋଇ ଦିବା ଘ ୦୪/୦୯ ଗତେ ବାଇଗଣ ଭକ୍ଷଣ ନିଷେଧ
═✧══•❁❀❁•════
✧═════•❁❀❁•═════✧
ଆଜିର ରାଶିଫଳ*
✧═════•❁❀❁•═════✧
🌹ମେଷ🌹👉ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।
✧═════•❁❀❁•═════✧
🌹ବୃଷ🌹👉ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ଯାତ୍ରା, ବାଣିଜ୍ୟରେ ଲାଭବାନ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ ସତ କିନ୍ତୁ ଅବହେଳା ଜନିତ କୌଣସି ଉପଚାର କରିବା ସହଜସାଧ୍ୟ ନ ହୋଇପାରେ।
✧═════•❁❀❁•═════✧
🌹ମିଥୁନ🌹👉ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ବାରୁଦ ଓ ବିଦ୍ୟୁତ୍ ପ୍ରତି ସାବଧାନ ରହିବା ଭଲ। କ୍ରୀଡା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।
✧═════•❁❀❁•═════✧
🌹କର୍କଟ🌹👉ଆଜି ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ସମସ୍ୟା ସମାଧାନର ଆଶା କରିପାରନ୍ତି।
✧═════•❁❀❁•═════✧
🌹ସିଂହ🌹👉ଆଜି ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବାରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ।ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ।
✧═════•❁❀❁•═════✧
🌹କନ୍ୟା🌹👉ଆଜି ଅର୍ଥଲାଭ କରାଇବା ସହ ସମସ୍ୟା ସମାଧାନ ପାଇଁ ରାସ୍ତା ପରିଷ୍କାର କରିଦେବେ। ତଥାପି ଖଳକଥାରେ ପ୍ରଭାବିତ ହୋଇ ଚିତ୍ରା ନକ୍ଷତ୍ର ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ।
✧═════•❁❀❁•═════✧
🌹ତୁଳା🌹👉ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।
✧═════•❁❀❁•═════✧
🌹ବିଛା🌹👉ଆଜି ମନ ଅସ୍ଥିର ରହିବ। କିନ୍ତୁ କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ୍ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ।ଏଜେନ୍ସିପ୍, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।
✧═════•❁❀❁•═════✧
🌹ଧନୁ🌹👉କାଲିର ପରିସ୍ଥିତି କ୍ରମଶଃ ବଦଳିଯିବା ସାଙ୍ଗକୁ ସଙ୍କଟମୁ୍କ୍ତ ହୋଇପାରନ୍ତି। ଦିନର ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବାକୁ ପଡିପାରେ। ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇ ପାରନ୍ତି। ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।
✧═════•❁❀❁•═════✧
🌹ମକର🌹👉ଆଜି କୌଣସି କାମରେ ସାହାଯ୍ୟ କରିବାକୁ ମନ ବଳିବ।କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
✧═════•❁❀❁•═════✧
🌹କୁମ୍ଭ🌹👉ଆଜି ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ସରଳୀକୃତ ହେବ। ତଥାପି କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବାର ସୂଚନା ରହିଛ।
✧═════•❁❀❁•═════✧
🌹ମୀନ🌹👉ଆଜି କର୍ମୋନ୍ନତି ସହ ସମ୍ମାନଜନକ ସ୍ଥିତିକୁ ନେବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ। ଆନୁଷ୍ଠାନିକ କାମରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି।