30.1 C
Bhubaneswar
Monday, May 20, 2024
Homeଓଡିଶାଅନୁଚିନ୍ତା

ଅନୁଚିନ୍ତା

ଦୁନିଆରେ ହାରିବା ବୋଲି କିଛି ନାହିଁ ହୁଏତ ଜିତିବ , ନହେଲେ କିଛି ଶିଖିବ . ଖାଲି ଅଭିଜ୍ଞତାଟା ହିଁ ଯଥେଷ୍ଟ !!”

ପ୍ରକୃତରେ ବିଧିର ବିଧାନରେ ସବୁକିଛି ଅଜବ . କାହିଁକିନା ଏଠି ଆବଶ୍ୟକତା ଟା ହିଁ ଅଭାବରେ ପରିଣତ ହୋଇଯାଉଛି !!”

ଏକ ନୂଆ ସକାଳ ସବୁବେଳେ ନୂଆ ଭାବନା ଏବଂ ଉତ୍ସାହ ସହିତ ଆସିଥାଏ . ତାକୁ ସ୍ବାଗତ କରି ନୂତନତା ର ସହିତ କାମ କରିବା ଉଚିତ !!”

“ଏମିତି ସମସ୍ତେ ମୁହଁରେ ଖାଲି ନିଜର ନିଜର କହିବେ , ପ୍ରକୃତରେ କିଏ ନିଜର ତାହା ତ କେବଳ ସମୟ ହିଁ କହିବ !!”

” ଗୀତା ବାଣୀ “*

! ସର୍ଵଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ଵଚଃ |ଇଷ୍ଟୋ‌உସି ମେ ଦୃଢମିତି ତତୋ ଵକ୍ଷ୍ୟାମି ତେ ହିତମ !!

ଅତି ଗୁପ୍ତ ମୋର ଏହି ପରମ ବାକ୍ୟ ତୁମେ ପୁଣିଥରେ ଶୁଣ । ଯେଣୁ ତୁମେ ମୋର ଅତି ପ୍ରୀୟ ସେଥିପାଇଁ ମୁ ତୁମ ହିତରେ ପୁଣିଥରେ କହିବି ।

” ଜୀବନ ଦର୍ଶନ *

“ଦେହ ସହିତ ତାଦାତ୍ମ୍ଯ ( ଏକତ୍ବ ଭାବ) ମନେ କରିବାରୁ ହିଁ ମନୁଷ୍ଯ ନିଜକୁ ମରଣ ଶୀଳ ମନେ କରେ, ଦେହ ସମ୍ବନ୍ଧରୁ ଯେତେ ଦୁଃଖ ହୁଏ, ତନ୍ମଧ୍ୟରୁ ମୃତ୍ୟୁକୁ ସବୁଠୁ ବଡ ଦୁଃଖ ବୋଲି ଧରାଯାଏ, ସ୍ବରୂପ ଦୃଷ୍ଟିରୁ ମନୁଷ୍ଯ ଅମର, କିନ୍ତୁ ଭୋଗ ଓ ସଂଗ୍ରହ ପ୍ରତି ଆସକ୍ତ ହେବାରୁ ଏବଂ ପ୍ରତିକ୍ଷଣ ନଷ୍ଟ ଶୀଳ ଶରୀରକୁ ଆମର ରଖିବା ପାଇଁ ଇଚ୍ଛା କରିବାରୁ ତାକୁ ଅମରତ୍ବ ହେଉ ନାହିଁ, ଦେହରୁ ତାଦାତ୍ମ୍ଯ ନଷ୍ଟ ହୋଇଗଲେ ବିବେକ ଶୀଳ ମନୁଷ୍ଯ ଅମରତ୍ବ ଅନୁଭବ କରେ।”

ଶ୍ରୀ ମହାବୀର ପଞ୍ଚାଙ୍ଗ 🌹
୨୮-୧-୨୦୨୩((ଶନିବାର))
{{ମାଘ ସପ୍ତମୀ}}

*ଅଦ୍ଯ ମକର ଦି୧୫ନ,ସପ୍ତମୀ ଦ୬।୩ ଦିଘ୮।୫୧,ଅଶ୍ବିନୀ ଦ୩୩।୩୦ ରାଘ୭।୫୦,ମେଷ ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମକର ଦ୨/୦୩/୫୦ ଇଂଘ ୬/୨୬/୦୪ ଗତେ ଉଦୟ।
କର୍କଟ ଦ୨/୩୩/୦୦ ଇଂଘ୫/୩୧/୪୦ ଗତେ ଅସ୍ତ ।

ଯୋଗିନୀ ବାୟବ୍ୟେ । ଦିବା ଘ୮।୫୧ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୭।୫୦ ଗତେ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା।ସ୍ବାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ମେଷ ରାଶିର ଘାତଚନ୍ଦ୍ର । ବୃଷ, ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୭।୪୮ ମଧ୍ୟେ ଘ୪।୧୦ ଗତେ ଘ୫।୩୨ ମଧ୍ୟେ କାଳବେଳା । ଘ୧।୨୬ ଗତେ ଘ୨।୪୮ ମଧ୍ୟେ ବାରବେଳା । ରାତ୍ରି ଘ୭।୧୦ ମଧ୍ୟେ ଘ୪।୧୮ ଗତେ ଘ୬।୨୬ ମଧ୍ୟେ କାଳରାତ୍ରି । ମୃତେ ଦ୍ଵିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ୮।୫୧ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୭।୫୦ ଗତେ ଦଶମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ତାଳ ଦିବା ଘ୮।୫୧ ଗତେ ନାରିକେଳ ଭକ୍ଷଣ ନିଷେଧ । ଅଦ୍ୟ ମାଘ ସପ୍ତମୀ ।
*(ଅମୃତ) – ଦିବା ଘ୧୦।୨୬ ଗତେ ଘ ୧।୩୮ ମଧ୍ୟେ ରାତ୍ରି ଘ୭।୫୬ ଗତେ ଘ୧୦।୨୦ ମଧ୍ୟେ ଘ୧୧।୫୬ ଗତେ ଘ୧।୩୨ ମଧ୍ୟେ ଘ୨।୨୦ ଗତେ ଘ୩।୫୬ ମଧ୍ୟେ । (ମାହେନ୍ଦ୍ର

🌹ମେଷ: ମନରୁ ନକାରାତ୍ମକ ଚିନ୍ତା ବାହାର କରି ଦିଅନ୍ତୁ। ନିଜ କାମରେ ମନୋଯୋଗ ଦିଅନ୍ତୁ, ଲାଭ ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

🌹ବୃଷ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ହେବ। ପ୍ରେମ ସ˚ପର୍କରେ ମନୋକାମନା ପୂରା ହେବ।

🌹ମିଥୁନ: ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।

🌹କର୍କଟ: ବେପାର ବୃତ୍ତିରେ ମନ ଲାଗି ରହିବ। ସାହସିକ ନିଷ୍ପତ୍ତିରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

🌹ସି˚ହ: ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଘରକୁ କୌଣସି ସ˚ପର୍କୀୟ ଆସିବେ। ନୂଆ କାମ ଆରମ୍ଭ ସମ୍ବନ୍ଧରେ ବିଚାର ବିମର୍ଶ କରିପାରନ୍ତି।

🌹କନ୍ୟା: ବୁଦ୍ଧିମତ୍ତାରେ କାମ କରନ୍ତୁ, ଲାଭ ହେବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

🌹ତୁଳା: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ। ବୈବାହିକ ଜୀବନରେ ସୁଖୀ ରହିବେ।

🌹ବିଛା: ଆପଣ ଆତ୍ମବିଶ୍ବାସ ଭରା ରହିବେ। ମହତ୍ତ୍ବପୂର୍ଣ୍ଣ କାର୍ୟ୍ୟ ଅତିଶୀଘ୍ର ପୂରା କରିନେବେ। ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ।

🌹ଧନୁ: ଜୀବନରେ ମଉଜ ମଜଲିସ ପାଇଁ ଉତ୍ତମ ଅବସର ପାଇବେ। କ୍ୟାରିୟରରେ ଆପଣଙ୍କ ସହିତ ଭଲ ହୋଇପାରେ। ରାତିରେ ଭଲ ନିଦ ହେବ।

🌹ମକର: କାହାରି ସହିତ ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାର୍ୟ୍ୟରେ ବାଧା ଉପୁଜିପାରେ। ମହିଳାମାନଙ୍କ ଲାଗି ଦିନଟି ଭଲ।

🌹କୁମ୍ଭ: ନିଜର କାମ ମନୋଯୋଗରେ କରିବେ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ନୂଆ ଦାୟିତ୍ବ ଦେବେ। ପାରିବାରିକ ଜୀବନ ସୁଖମୟ ହେବ।

🌹ମୀନ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟାବସାୟିକ କାମରେ ଧନଲାଭ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking