30.1 C
Bhubaneswar
Monday, May 20, 2024
Homeଓଡିଶା" ଆଜିର ଅନୁଚିନ୍ତା "

” ଆଜିର ଅନୁଚିନ୍ତା “

“ଆମେ ଅନ୍ୟମାନଙ୍କୁ ଯାହା ଦେଉଛୁ ତାହା ଆମ ପାଖକୁ ଫେରି ଆସିବ ଏହା ସମ୍ମାନ, ସମ୍ମାନ କିମ୍ବା ପ୍ରତାରଣା ହେଉ। “

ଯିଏ ସର୍ବଦା ଦୁଃଖରେ କାନ୍ଦୁଛି,ତାଙ୍କ ଦ୍ୱାରରେ ଥିବା ଖୁସି ମଧ୍ୟ ବାହାରୁ ହିଁ ଫେରି ଯାଇଥାଏ।”

“ନିଜକୁ ପ୍ରୋତ୍ସାହିତ କରିବା ପାଇଁ ଏତେ ସମୟ ନିଅ,ଯେପରି ଅନ୍ୟମାନଙ୍କୁ ମନ୍ଦ କରିବାର ସମୟ ନ ମିଳେ।”

ଅପେକ୍ଷା କର ନାହିଁ ଯେତିକି ତୁମେ ଭାବୁଛ।ଜୀବନ ଏହାଠାରୁ ଅଧିକ ଦ୍ରୁତ ଗତିରେ ଚାଲିଯାଉଛି। “*

ଖୁସିର କାମରେ ଖୁସି ମିଳିନଥାଏ,ଯଦି ତୁମେ ଖୁସିରେ କାମ କର ତେବେ ତୁମେ ସୁଖ ଏବଂ ସଫଳତା ପାଇବ |”

*ସୁ୍ବିଚାର –
–‘‘ ଅପବିତ୍ର ହେଉ ବା ପବିତ୍ର ହେଉ, ଚାଲୁଥିବା ଅବସ୍ଥାରେ ହେଉ ବା ବସିଥିବା ଅବସ୍ଥାରେ ହେଉ, ବୁଦ୍ଧିମାନ ମନୁଷ୍ୟ ସର୍ବଦା ଗାୟତ୍ରୀ ଜପକରିବା ଉଚିତ । ଏହି ଜପ କରିବା ଦ୍ଵାରା*” ଜୀବନ ଦର୍ଶନ
ଦେହ ସହିତ ତାଦାତ୍ମ୍ଯ ( ଏକତ୍ବ ଭାବ) ମନେ କରିବାରୁ ହିଁ ମନୁଷ୍ଯ ନିଜକୁ ମରଣ ଶୀଳ ମନେ କରେ, ଦେହ ସମ୍ବନ୍ଧରୁ ଯେତେ ଦୁଃଖ ହୁଏ, ତନ୍ମଧ୍ୟରୁ ମୃତ୍ୟୁକୁ ସବୁଠୁ ବଡ ଦୁଃଖ ବୋଲି ଧରାଯାଏ, ସ୍ବରୂପ ଦୃଷ୍ଟିରୁ ମନୁଷ୍ଯ ଅମର, କିନ୍ତୁ ଭୋଗ ଓ ସଂଗ୍ରହ ପ୍ରତି ଆସକ୍ତ ହେବାରୁ ଏବଂ ପ୍ରତିକ୍ଷଣ ନଷ୍ଟ ଶୀଳ ଶରୀରକୁ ଆମର ରଖିବା ପାଇଁ ଇଚ୍ଛା କରିବାରୁ ତାକୁ ଅମରତ୍ବ ହେଉ ନାହିଁ, ଦେହରୁ ତାଦାତ୍ମ୍ଯ ନଷ୍ଟ ହୋଇଗଲେ ବିବେକ ଶୀଳ ମନୁଷ୍ଯ ଅମରତ୍ବ ଅନୁଭବ କରେ।
ଅମୃତବାଣୀ

“ପ୍ରତ୍ୟେକ ବିଷୟରେ ନିଜର କ୍ଷୁଦ୍ରତ୍ୱ ଅନୁଭବ କର l ତାହାହେଲେ ବୃହତ୍ୱର ଉପଲବ୍ଧି ହେବ l ଉଚ୍ଚ ଭାବ ଆସିଲେ ସଚ୍ଚିଦାନନ୍ଦ – ପ୍ରେମ- ସାଗରରେ ଦ୍ବୀପରୂପରେ ଭାସିଉଠିବ ଓ ସେଥିରେ ତତ୍‌କ୍ଷଣାତ୍ ଶତ ଶତ ବୃକ୍ଷଲତା ଜାତ ହୋଇଯିବ l ସେଥିରେ ବାଘ୍ର, ଭଲ୍ଲୁକ ପ୍ରଭୃତି ବାସ କରିବେ l ବତ୍ସ ! ସାବଧାନ ! ବଡ ହେବାର ଇଚ୍ଛା ତୁମର କେବେ ଯେପରି ନ ଜାଗେ l ସବୁବେଳେ ଦୀନ ହୁଅ l ତାହାହେଲେ ତୁମମାନଙ୍କର ଦୀନର ଠାକୁର ତୁମମାନଙ୍କୁ ହୃଦୟରେ ଧରି ଦିନ କଟାଇଦେବ l”
ଶ୍ରୀ ଶ୍ରୀଠାକୁର ନିଗମାନନ୍ଦ

ଅଦ୍ୟ ଜାନୁଆରୀ ମାସ ୨୭ ତାରିଖ ୨୦୨୩ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ମାଘମାସ-ଶୁକ୍ଲପକ୍ଷ
ତିଥି- ଷଷ୍ଠୀ ଦିବା ୦୯/୨୩ ଗତେ ସପ୍ତମୀ
ନକ୍ଷତ୍ର-ରେବତୀ ରାତ୍ରି ୦୬/୨୭ ଗତେ ଅଶ୍ବିନୀ
ଚନ୍ଦ୍ର- ମୀନ ରାତ୍ରି ୦୬/୨୭ ଗତେ ମେଷ
ଯୋଗ- ସିଦ୍ଧି
କରଣ – ତୈତିଳ
ସୌରମାସ- ମକର ୧୪ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୦୯
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୯/୨୩ ଗତେ ବୟବ୍ୟେ
ଧନୁ ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶିର ଘାତବାର
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୯/୧୦ ଗତେ ଘ୧୧/୫୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଦିବା ଘ୦୮/୦୩ ମଧ୍ୟେ ଓ ଘ୦୮/୫୦ ଗତେ ଘ୧୧/୫୫ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୧୦/୧୯ ଗତେ ଘ୧୨/୦୯ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନିମ୍ୱ ଦିବା ଘ ୦୯/୨୩ ଗତେ ତାଳ ଭକ୍ଷଣ ନିଷେଧ
═✧══•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════✧
🌹👉ମେଷ
ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।

✧═════•❁❀❁•═════✧
🌹👉ବୃଷ
ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
✧═════•❁❀❁•═════✧
🌹👉ମିଥୁନ
ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।
✧═════•❁❀❁•═════✧

🌹👉କର୍କଟ
ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
✧═════•❁❀❁•═════✧
🌹👉ସିଂହ
ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
✧═════•❁❀❁•═════✧

🌹👉କନ୍ୟା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
✧═════•❁❀❁•═════✧

🌹👉ତୁଳା
ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
✧═════•❁❀❁•═════✧
🌹👉ବିଛା
ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।

✧═════•❁❀❁•═════✧
🌹👉ଧନୁ
ଆଜି ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।
✧═════•❁❀❁•═════✧
🌹👉ମକର
ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
✧═════•❁❀❁•═════✧
🌹👉କୁମ୍ଭ
ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।

✧═════•❁❀❁•═════✧
🌹👉ମୀନ
ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking