30.1 C
Bhubaneswar
Monday, May 20, 2024
Homeଓଡିଶାଆଜିର ଅନୁଚିନ୍ତା "

ଆଜିର ଅନୁଚିନ୍ତା “

“ଯେପରି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଇଥାଏ , ଠିକ୍ ସେହିପରି ଦୁଖ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ଯ ଏଠି ଠିକଣା ବଦଳାଇ ଦିଅନ୍ତି !!”

“ଆଜି ପାଖରେ ଛିଡ଼ା ହୋଇ ଭରଷା ଦେବା ଲୋକ କେହି ନାହାଁନ୍ତି , କି ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖାଇବା ଲୋକ ବି ନାହାଁନ୍ତି . କିନ୍ତୁ ପଛରେ ଛିଡ଼ା ହୋଇ ସମାଲୋଚନା କରିବା ଲୋକଙ୍କ ଅଭାବ ହିଁ ନାହିଁ !!”

ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ କୌଣସି ପ୍ରମାଣପତ୍ରର ଅବ୍ୟଶ୍ୟକତା ପଡିନଥାଏ . କେବଳ ନିରନ୍ତର ପ୍ରଚେଷ୍ଟା ହିଁ ଏକମାତ୍ର ମାଧ୍ୟମ ହୋଇଥାଏ !!”

“ଅଢେଇ ଦିନିଆ ଜୀବନକୁ ନେଇ ବେଶୀ ବଢେଇ ହୁଅନ୍ତୁ ନାହିଁ , କାହିଁକିନା ଏ ସଂସାରକୁ ଆମେ ଆସିଛନ୍ତି ଏକା ଆଉ ଯିବା ବି ଏକା , ଏ ମାଟି ଦେହ ମାଟିରେ ମିଶିଯିବ !!”

ଅଦ୍ୟ ଜାନୁଆରୀ ମାସ ୧୭ ତାରିଖ ୨୦୨୩ ମସିହା(ମଙ୍ଗଳବାର)

ଶକାବ୍ଦ -୧୯୪୪

ସମ୍ବତ -୨୦୭୯

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ଅନଳ

ମାଘମାସ-କୃଷ୍ଣପକ୍ଷ

ତିଥି- ଦଶମୀ ସନ୍ଧ୍ୟା ଘ୦୦୫/୫୬ ଗତେ ଏକାଦଶୀ

ନକ୍ଷତ୍ର-ବିଶାଖା ରାତ୍ରି ଘ୦୭/୧୩ ଗତେ ଅନୁରାଧା

ଚନ୍ଦ୍ର-ତୁଳା ଦିବା ଘ୦୧/୨୯ ଗତେ ବିଛା

ଯୋଗ- ଶୂଳ

କରଣ – ବାଣିଜ୍ୟ

ସୌରମାସ- ମକର ୦୪ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୦୫

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୫୯

*✧═════•❁❀

ଯୋଗିନୀ ଉତ୍ତର ସନ୍ଧ୍ୟ। ଘ୦୫/୫୭ ଗତେ ଅଗ୍ନିକୋଣେ

ମକର ରାଶିର ଘାତବାର

ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା -ଦିବା ଘ୦୧/୧୯ ଗତେ ଘ୦୨/୪୩ ମଧ୍ୟେ

ବାରବେଳା – ଦିବା ଘ୦୭/୫୦ ଗତେ ଘ୦୯/୧୩ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୯/୧୪ ଗତେ ଘ୧୧/୧୭ ମଧ୍ୟେ ଓ ଘ୦୨/୪୪ ଗତେ ଘ୦୩/୧୬ ମଧ୍ୟେ ଓ ଘ୦୪/୦୫ଗତେ ଘ୦୫/୨୬ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧*══•❁❀❁•═════✧

ଅଦ୍ୟ କଳମଶାଗ ସନ୍ଧ୍ୟା ଘ୦୫/୫୭ ଗତେ ଶିମ୍ବ ଭକ୍ଷଣ ନିଷେଧ

ଆଜିର ରାଶିଫଳ*

✧═════•❁❀❁•═════✧

🌹ମେଷ🌹👉: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।*

✧═════•❁❀❁•═════✧

🌹ବୃଷ🌹👉: ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

✧═════•❁❀❁•═════✧

🌹ମିଥୁନ🌹👉: ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

✧═════•❁❀❁•═════✧

🌹କର୍କଟ🌹👉: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

✧═════•❁❀❁•═════✧

🌹ସି˚ହ🌹👉: ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।

✧═════•❁❀❁•═════✧

🌹କନ୍ୟା🌹👉: ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।

✧═════•❁❀❁•═════✧

🌹ତୁଳା🌹👉: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।

✧═════•❁❀❁•═════✧

🌹ବିଛା🌹👉: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।

✧═════•❁❀❁•═════✧

🌹ଧନୁ🌹👉: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।

✧═════•❁❀❁•═════✧

🌹ମକର🌹👉: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।

✧═════•❁❀❁•═════✧

🌹କୁମ୍ଭ🌹👉: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

✧═════•❁❀❁•═════✧

🌹ମୀନ🌹👉: ଆଧାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking