30.1 C
Bhubaneswar
Monday, May 20, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ସମ୍ପର୍କ ଗଢିବା ପାଇଁ ଜୀବନ ବିତିଯାଏ କିନ୍ତୁ ବିଗାଡିବା ପାଇଁ ସମୟ ଲାଗେ ନାହିଁ।

ମଣିଷକୁ ଛୋଟରୁ ବଡ ହେବା ପାଇଁ ସମୟ ଲାଗେ କିନ୍ତୁ ମରିବାକୁ ମୂହୂର୍ତ୍ତର ସମୟ ଲାଗେ ନାହିଁ।

ସବୁ ପ୍ରକାର ସମୟ ମଣିଷ ଜୀବନରେ ଆସିଥାଏ କିନ୍ତୁ ସମୟ ବିତିବାକୁ ସମୟ ଲାଗେ ନାହିଁ।

ରକ୍ତ ସମ୍ପର୍କ ଠାରୁ ଦୃଢ ରହେ ଯେଉଁ ସମ୍ପର୍କକୁ ଆମେ ସ୍ନେହ,ପ୍ରେମ,ବିଶ୍ବାସ ରେ ଗଢିଥାଉ ।

ନିଜକୁ ସୁନା ମୁଦ୍ରା କରି ଗଢି ତୋଳନ୍ତୁ ଯିଏ ନାଳରେ ପଡିଲେ ମଧ୍ୟ ତାର ମୂଲ୍ୟ କମ୍ ହୁଏନାହିଁ।

ଅଦ୍ୟ ଜାନୁଆରୀ ମାସ ୧୫ ତାରିଖ ୨୦୨୩ ମସିହା(ରବିବାର)

ଶକାବ୍ଦ -୧୯୪୪

ସମ୍ବତ -୨୦୭୯

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ଅନଳ

ମାଘମାସ-କୃଷ୍ଣପକ୍ଷ

ତିଥି- ଅଷ୍ଟମୀ ରାତ୍ରି ଘ୦୭/୪୭ ଗତେ ନବମୀ

ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୭/୪୯ ଗତେ ସ୍ଵାତୀ

ଚନ୍ଦ୍ର- କନ୍ୟା ଦିବା ଘ୦୭/୩୩ ଗତେ ତୁଳା

ଯୋଗ- ସୁକର୍ମା

କରଣ – ବାଳବ

ସୌରମାସ- ମକର ୦୨ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୬/୨୦/୦୯

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୨୯

*✧═════•❁❀

ଯୋଗିନୀ ଐଶାନ୍ୟ ରାତ୍ରି ଘ୦୭/୪୭ ଗତେ ପୂର୍ବେ

ମେଷ ରାଶିର ଘାତବାର

ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା ଓ ବାରବେଳା – ଦିବା ଘ୧୦/୩୪ ଗତେ ଘ୦୧/୧୯ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୭ ଗତେ ଘ୧୦/୨୯ ମଧ୍ୟେ ଓ ରାତ୍ରି ଘ୦୭/୦୦ ଗତେ ଘ୦୮/୩୭ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୭/୧୭ ମଧ୍ୟେ ଘ୦୧/୪୦ଗତେ ଘ୦୨/୩୦ ମଧ୍ୟେ

═✧*══•❁❀❁•═════✧

ଅଦ୍ୟ ନଡିଆ ରାତ୍ରି ଘ୦୭/୪୭ ଗତେ ଲାଉ ଭକ୍ଷଣ ନିଷେଧ

* ଆଜିର ରାଶିଫଳ
✧═════•❁❀❁•═════✧

ମେଷ🌹👉:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।

✧═════•❁❀❁•═════✧

🌷ବୃଷ🌹👉: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।

✧═════•❁❀❁•═════✧

🌷ମିଥୁନ🌹👉: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।

✧═════•❁❀❁•═════✧

🌷କର୍କଟ🌹👉: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।

✧═════•❁❀❁•═════✧

🌷ସି˚ହ🌹👉: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।

✧═════•❁❀❁•═════✧

🌷କନ୍ୟା🌹👉: ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।

✧═════•❁❀❁•═════✧

🌷ତୁଳା🌹👉: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।

✧═════•❁❀❁•═════✧

🌷ବିଛା🌹👉: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।

✧═════•❁❀❁•═════✧

🌷ଧନୁ🌹👉: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

✧═════•❁❀❁•═════✧

🌷ମକର🌹👉: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।

✧═════•❁❀❁•═════✧

🌷କୁମ୍ଭ🌹👉: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

✧═════•❁❀❁•═════✧

🌷ମୀନ🌹👉: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

ସୁ ବିଚାର
କହୁଥିବା ଲୋକ ସବୁବେଳେ ଠିକ ଆଉ ସହୁଥିବା ଲୋକ ସବୁବେଳେ ଭୁଲ ହୋଇ ନଥାନ୍ତି , ବେଳେବେଳେ ସମର୍କ ନ ଭାଙ୍ଗିବା ପାଇଁ ମଣିଷ ସବ ସତ ଜାଣି ମଧ୍ୟ ଚୁପ୍ ହୋଇ ରହିଥାଏ !!”

କିଛି ଲୋକଙ୍କ ପାଖରେ ଟଙ୍କା ପଇସାର ମୂଲ୍ୟ ଏତେ ବେଶୀ ହୋଇଥାଏ ଯେ ସେମାନେ କେବଳ ଟଙ୍କା କୁ ହିଁ ଚିହ୍ନି ଥାନ୍ତି , ତାଙ୍କ ଆଗରେ ସ୍ନେହ ଭଲ ପାଇବା ଆଉ ସମ୍ପର୍କର କିଛି ମୂଲ୍ୟ ନଥାଏ !!”

ପଥରର ଗୋଟିଏ ଗୁଣ,ତାର ଦୁର୍ବଳତା ଯେ ସେ କେବେ ତରଳେ ନାହିଁ … କିନ୍ତୁ ଗୋଟିଏ ଗୁଣ ଉତ୍ତମ ଯେ , ସେ କେବେ ବଦଳେ ନାହିଁ ! କିନ୍ତୁ ମଣିଷ ପଥରଠୁ ବି ଭୟଙ୍କର , ତରଳେ ବି ଆଉ ବଦଳେ ବି !!”

କଳିଯୁଗରେ ଦାନ କର , ସେବା କର ପୂଣ୍ୟ କର କିନ୍ତୁ ଭଗବାନଙ୍କ ଛଡା ଆଉ କାହାରିକୁ ଭରସା କର ନାହିଁ .. !!”

ମିଛ’ର ଗତି ଯେତେ ପ୍ରଖର ହେଉନା କାହିଁକି ….. ଲକ୍ଷ୍ୟ ସ୍ଥଳରେ କେବଳ ସତ୍ୟ ହିଁ ପହଞ୍ଚିଥାଏ !!”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking