30.1 C
Bhubaneswar
Monday, May 20, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ମଣିଷ ଦୁଇଟି ସମୟରେ ଉଚ୍ଚ ସ୍ବର କରେ ।
ଯେତେବେଳେ ତା ନିଜର ଭୁଲ୍ ଥାଇବି ସେ ମାନିବାକୁ ପ୍ରସ୍ତୁତ ନ ଥାଏ
ଆଉ ଯେତେବେଳେ ସେ ଠିକ୍ ଥାଏ କିନ୍ତୁ ଦୁନିଆ ମାନିବାକୁ ପ୍ରସ୍ତୁତ ନ ଥାଏ ।
ଦରକାର ଠାରୁ ଅଧିକ ସମୟ ଆଉ ସମ୍ମାନ ଦେଲେ ମଣିଷ ବଦଳି ଯାଆନ୍ତି ।

ଆଶା କରିବା ଭଲ କିନ୍ତୁ ଜରୁରୀ ଠାରୁ ଅଧିକ ଆଶା ମଣିଷକୁ ନିରାଶା ଆଡକୁ ଟାଣି ନେଇଥାଏ ।

କିଛି ଲୋକ ଆମକୁ ତେଜପତ୍ର ଭଳି ମନେ କରନ୍ତି ; କାମ ବେଳେ ବ୍ଯବହାର କରନ୍ତି, କାମ ସରିଗଲେ ଫୋପାଡି ଦିଅନ୍ତି ।

ମାତା ପିତା ଯେତେ ଅଶିକ୍ଷିତ ହେଇଥାଆନ୍ତୁ ନା କାହିଁକି, କିନ୍ତୁ ଶିକ୍ଷା ଓ ସଂସ୍କାର ଦେବାରେ ତାଙ୍କର ଯେଉଁ କ୍ଷମତା ଅଛି ତାହା ଦୁନିଆରେ କୌଣସି University ରେ ନାହିଁ ।

ଭକ୍ତ୍ୟା ମାମଭିଜାନାତି ୟାଵାନ୍ୟଶ୍ଚାସ୍ମି ତତ୍ତ୍ଵତଃ |ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା ଵିଶତେ ତଦନନ୍ତରମ !!

ସେହି ପରାଭକ୍ତି ଦ୍ୱାରା, ମୁଁ ପ୍ରକୃତରେ କିଏ ଓ କଣ , ସେ ତାହା ତତ୍ତ୍ୱତଃ ବିଶେଷରୂପେ ଜାଣି ପାରନ୍ତି ଓ ତତ୍ତ୍ୱରେ ମୋ ସ୍ୱରୂପ ଜାଣିପାରି ତତ୍କାଳ ମୋଠାରେ ପ୍ରବିଷ୍ଟ ହୋଇଯାନ୍ତି ।

” ଜୀବନ ଦର୍ଶନ “*

“ଅନ୍ତଃ କାଳରେ କୌଣସି ମନୁଷ୍ଯ ଠାରେ କୌଣସି କାରଣ ବଶତଃ ଯଦି ରଜୋଗୁଣ ଜନିତ ଲୋଭ, ପ୍ରବୃତ୍ତି, ସ୍ପୃହା ଇତ୍ୟାଦି ବୃଦ୍ଧି ପାଏ, ଏବଂ ସେହି ବୃତ୍ତିକୁ ଚିନ୍ତନ କରି କରି ଯଦି ତା’ ର ମୃତ୍ଯୁ ହୋଇ ଯାଏ, ତେବେ ସେହି ମୃତାତ୍ମା ପ୍ରାଣୀ କର୍ମାସାକ୍ତ ମନୁଷ୍ଯ ଦେହ ଧରି ଜନ୍ମ ହୁଏ।”

ଜୟ ଶ୍ରୀକ ଅମୃତବାଣୀ*

“ଆଳାପରେ, ପ୍ରଳାପରେ, ଜାଗ୍ରତରେ, ସ୍ବପ୍ନରେ ମୋ ଚିନ୍ତାରେ ତୁମମାନଙ୍କୁ ବିଭୋର ଥିବାର ତ ଦେଖିପାରୁ ନାହିଁ ! ଏଥିପାଇଁ କହୁଛି, ତୁମେମାନେ ମୋର ମହାଵାକ୍ୟକୁ ସର୍ବଦା ସ୍ମରଣ କରି ଚଳ l ପ୍ରାଣକୁ ସର୍ବଦା ଅନୁଭୂତିରେ ପୂର୍ଣ୍ଣ କରି ରଖ l ଅନୁଭୂତି ହିଁ ପ୍ରାଣ l ପ୍ରାଣର ଜାଗରଣରେ ହିଁ ଉଦ୍ଦେଶ୍ୟ ସିଦ୍ଧ ହୁଏ l”

ଯୋଗିନୀ ପଶ୍ଚିମେ । ରାତ୍ରି ଘ୬।୩୦ ଗତେ ବାୟବ୍ୟେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୫।୬ ଗତେ ଚିତ୍ରା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ମୃଗଶିରା ଆର୍ଦ୍ରା ପୁଷ୍ଯା ମଘା ଉତ୍ତରାଫାଃ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବୃଷ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିର ଘାତବାର । ଦିବା ଘ୯।୧୨ ଗତେ ଘ୧୧।୫୬ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୩୯ ଗତେ ଘ୧୦।୧୭ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୫।୬ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରାତ୍ରି ଘ୬।୩୦ ଗତେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନିମ୍ବ ରାତ୍ରି ଘ୬।୩୦ ଗତେ ତାଳ ଭକ୍ଷଣ ନିଷେଧ । ନବାଙ୍କ ବେଢ଼ା । ମାସାନ୍ତ
*(ଅମୃତ) – ଦିବା ଘ୮।୪ ମଧ୍ୟେ ଘ୮।୫୨ ଗତେ ଘ୧୧।୧୬ ମଧ୍ୟେ ଘ୧।୪୦ ଗତେ ଘ୩।୧୬ ମଧ୍ୟେ ଘ୪।୫୨ ଗତେ ଘ୫।୨୩ ମଧ୍ୟେ ରାତ୍ରି ଘ୬।୫୯ ଗତେ ଘ୮।୩୫ ମଧ୍ୟେ ଘ୨।୫୯ ଗତେ ଘ୩।୪୭ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୧୦।୧୧ ଗତେ ଘ୧୦।୫୯ ମଧ୍ୟେ ଘ୩।୪୭ ଗତେ ଘ୫।୨୩ ମଧ୍ୟ

ମେଷ: ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ହେବ। କୌଣସି ଧାର୍ମିକ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ବୃଷ: ଆପଣ ଚିନ୍ତା ମୁକ୍ତ ରହିବେ। ଚାକିରିଆଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖକର ହେବ। ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ କିଛି ଲୋକଙ୍କର ସାମନା କରିବାକୁ ପଡ଼ିପାରେ। ଘର କାମରେ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ।

କର୍କଟ: ବଡ଼ଙ୍କ ପରାମର୍ଶ ନେଲେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ବିସ୍ତାର କରିପାରନ୍ତି। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ସୁଖ ମିଳିବ। ସମସ୍ୟାର ଅନ୍ତ ହେବ।

ସିଂହ: ଭାବିଥିବା କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ। ଅନ୍ୟମାନେ କଥା କହୁଥିବା ବେଳେ କିଛି କହନ୍ତୁ ନାହିଁ। ଗଣମାଧ୍ୟମରେ କାର୍ଯ୍ୟରତ ଲୋକଙ୍କ ଲାଗି ଦିନଟି ଉତ୍ତମ।

କନ୍ୟା: ରାଜନୀତିରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ। ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ପାଇବେ।

ତୁଳା: ବ୍ୟବସାୟ ମାନ୍ଦା ହୋଇପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। କୌଣସି କଥାକୁ ନେଇ ଚିନ୍ତିତ ଥିଲେ ସାଥୀଙ୍କୁ ଜଣାନ୍ତୁ, ମନ ହାଲୁକା ହେବ।

ବିଛା: ଅଧୁରା କାମ ସଂପୂର୍ଣ୍ଣ ହେବ। ସି‌ନେ କଳାକାରଙ୍କ ଲାଗି ଭଲ ଦିନଟିଏ। ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ଧନୁ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ହେବ। ଜମି କିଣାବିକା ଲାଭଦାୟକ ହେବ। ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି।

ମକର: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ। ବେପାର ଆରମ୍ଭ କରିବା ଲାଗି ଦିନଟି ଭଲ।

କୁମ୍ଭ: ସାରାଦିନ ମନରେ ପ୍ରସନ୍ନତା ରହିବ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

ମୀନ: ଲେଖକଙ୍କ ବିଚାରର ସମ୍ମାନ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ। ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ଓ ପ୍ରତିଷ୍ଠା ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking