23.1 C
Bhubaneswar
Friday, January 10, 2025
Homeଓଡିଶାଆଜିର ଅନୁଚିନ୍ତା _

ଆଜିର ଅନୁଚିନ୍ତା _

🦋 ବେଇମାନ କେବେବି ଅନୁତାପ କରେ ନାହିଁ, ସ୍ଵାର୍ଥପର କେବେବି କୃତଜ୍ଞତା ଜଣାଏ ନାହିଁ, ସୁବିଧାବାଦୀ କେବେ ବି କାହାର ଆପଣାର ହୁଏ ନାହିଁ।

🦋 କଷ୍ଟ ମଣିଷକୁ ପରିବର୍ତ୍ତନ କରେ,କଷ୍ଟ ମଣିଷକୁ ଶକ୍ତିଶାଳୀ କରେ। ପ୍ରତେକ କଷ୍ଟର ଅଭିଜ୍ଞାତା ଆମ ପାଇଁ ଏକ ନୂତନ ଶିକ୍ଷା ଅଟେ।

🦋 ପ୍ରକୃତରେ ଯେଉଁମାନେ କଷ୍ଟ କଣ ବୁଝିପାରନ୍ତି,ସେମାନେ କେବେବି ଆଉ କାହାର କଷ୍ଟର କାରଣ ହୁଅନ୍ତି ନାହିଁ।

*🦋 ଭାଗ୍ୟ ସମସ୍ତଙ୍କ ଦ୍ବାରାକୁ ଯାଇ କବାଟ ବାଡ଼େଇ ଥାଏ,କିନ୍ତୁ ତା’ର ଶବ୍ଦ ବହୁତ କମ୍ ଲୋକଙ୍କୁ ଶୁଭି ଥାଏ।

ଅଦ୍ୟ ଅକ୍ଟୋବର ମାସ ୨୩ ତାରିଖ ୨୦୨୨ ମସିହା(ରବିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
କାର୍ତ୍ତିକ-କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ସଂ ଘ୦୬/୧୨ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଉତ୍ତର ଫା ଦିବା ଘ୦୩/୨୩ ଗତେ ହସ୍ତା
ଚନ୍ଦ୍ର- କନ୍ୟା
ଯୋଗ- ଇନ୍ଦ୍ର
କରଣ – ଗର
ସୌରମାସ- ତୁଳା ୦୭ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୫୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୦୪
*✧═════•❁❀
ଯୋଗିନୀ ଦକ୍ଷିଣେ ସଂଘ୦୬/୧୨ଗତେ ପଶ୍ଚିମେ
ମେଷ ରାଶିର ଘାତବାର
ବୃଷ ରାଶିର ଘାତଚନ୍ଦ୍ର
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ ୧୦/୦୬ ଗତେ ଘ୧୨/୫୯ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୩୫ ଗତେ ୦୯/୦୧ ମଧ୍ୟେ ଓ ଘ ୦୧/୦୦ଗତେ ୦୩/୨୫ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୧୩ ଗତେ ୦୫/୦୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବାଇଗଣ ସଂ ଘ ୦୬/୧୨ ଗତେ ବିରି ଭକ୍ଷଣ ନିଷେଧ
═✧══•❁❀❁•════

ଆଜିର ରାଶିଫଳ*
✧═════•❁❀❁•═════✧
🌹👉ମେଷ👉ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
✧═════•❁❀❁•═════✧
🌹👉ବୃଷ👉ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
✧═════•❁❀❁•═════✧
🌹👉ମିଥୁନ👉ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
✧═════•❁❀❁•═════✧
🌹👉କର୍କଟ👉ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।
✧═════•❁❀❁•═════✧
🌹👉ସିଂହ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
✧═════•❁❀❁•═════✧
🌹👉କନ୍ୟା👉ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
✧═════•❁❀❁•═════✧
🌹👉ତୁଳା👉ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
✧═════•❁❀❁•═════✧
🌹👉ବିଛା👉ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
✧═════•❁❀❁•═════✧
🌹👉ଧନୁ👉ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
✧═════•❁❀❁•═════✧
🌹👉ମକର👉ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।
✧═════•❁❀❁•═════✧
🌹👉କୁମ୍ଭ👉ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
✧═════•❁❀❁•═════✧
🌹👉ମୀନ👉ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।

ସୂର୍ଯ୍ୟୋଦୟ – ପ୍ରାତଃ ଘ୫/୪୮/୨୪ ସେକେଣ୍ଡ ।
ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ ୫ /୧୩ /୧୮ ସେକେଣ୍ଡ ।

🌒ପୁରୀକୁ ଗ୍ରହଣ ସ୍ପର୍ଶ ଓ ମୋକ୍ଷାଦି –ଅନୁସାରେ

🌒️ ଗ୍ରହଣ ସ୍ପର୍ଶ – ଦିବା ଘ ୪/୫୬/୫୨ ସେକେଣ୍ଡ (IST) ପଶ୍ଚିମ ବାୟବ୍ୟେ (ଦୃଶ୍ୟ) ।

🌒️ଗ୍ରହଣ ମଧ୍ୟକାଳ – ସନ୍ଧ୍ୟା ଘ୫/୪୩/୪୬ ସେକେଣ୍ଡ (I S T ) (ଅଦୃଶ୍ୟ) ।

☀️️ସର୍ବମୋକ୍ଷ – ସନ୍ଧ୍ୟା ଘ୬/୨୬/୫୨ ସେକେଣ୍ଡ (I S.T) (ଅଦୃଶ୍ୟ) ।

🌞ଗ୍ରହଣ ଆଦ୍ୟନ୍ତ କାଳ – ଘ୧/୩୦/୦ ସେକେଣ୍ଡ ମାତ୍ର ।

🌒️ ଏ ଉପ ପରାଗ ( ଗ୍ରହଣ) ୧୬ ମିନିଟ୍‌ ୨୬ ସେକେଣ୍ଡ ପାଇଁ ପୁରୀକୁ ଦୃଶ୍ୟ ହେବ । ଏ ଗ୍ରହଣ ସୂର୍ଯ୍ୟାସ୍ତ ସମୟକୁ ପାଞ୍ଚ ବିଶ୍ବା ପାଞ୍ଚ ଗଣ୍ଡା (ବି୫/୫) ଗ୍ରାସ ଥାଇ ସୂର୍ଯ୍ୟାସ୍ତ ହେବେ ।

🌒️ପାକତ୍ୟାଗ – ତା୨୪/୧୦/୨୦୨୨ ସୋମବାର ରାତ୍ରି ଶେଷ ଘ୪/୫୭ ମିନିଟ୍ ଠାରୁ ଅନ୍ନ ଭୋଜନ, ପାକକର୍ମ ଓ ଦେବ ନୀତି ନିଷେଧ ।

କିନ୍ତୁ ବାଳକ , ବୃଦ୍ଧ, ଆତୁର ଓ ରୋଗୀମାନଙ୍କ ପାଇଁ ଉକ୍ତ ନିୟମ ଲଂଘନୀୟ ।

ତା୨୬/୧୦/୨୦୨୨ ବୁଧବାର ସୂର୍ଯ୍ୟଦର୍ଶନ ପରେ ଦେବଦେବୀମାନଙ୍କର ମହାସ୍ନାନ କରାଯାଇ ପାକକର୍ମ ଓ ଦେବନୀତି କରଣୀୟ ।

🌓️ଏହି ଗ୍ରହଣ ନିମନ୍ତେ ( ରାତ୍ରି ଶେଷ ଘ୪/୫୭ ମିନିଟ୍ ଠାରୁ ଗ୍ରହଣ ସମୟରେ ଦେବଦେବୀମାନଙ୍କର ପହୁଡ ନହୋଇ ଫଳମୂଳ , ଶୁଷ୍କ ଦ୍ରବ୍ୟ ନୈବେଦ୍ୟ କରାଯାଇପାରିବ ।

ସର୍ବମୋକ୍ଷ ପରେ ମହାସ୍ନାନ କରାଇ ପାକକର୍ମ ଓ ରନ୍ଧନଦ୍ରବ୍ୟ ନୈବେଦ୍ୟ କରଣୀୟ ।

◾️ଓଡ଼ିଶା ରାଜ୍ୟରେ ବିଭିନ୍ନ ସ୍ଥାନ ପାଇଁ ସ୍ପର୍ଶ ଓ ସର୍ବମୋକ୍ଷ ସମୟ ।

(ତା୨୫।୧୦୮୨୦୨୨ ମଙ୍ଗଳବାର )

🌓️ ଅନଗୁଳ – ଅପରାହ୍ନ ଘ୫/୫୦/୪୭ରୁ ସନ୍ଧ୍ୟା ଘ୬/୪୪/୪୦

🌓️ଜୟପୁର ଅପରାହ୍ନ ଘ୫/୧୦/୪୮ରୁ ସନ୍ଧ୍ୟା ଘ୬/୪୦/୪୮

🌓️ସମ୍ବଲପୁର ଅପରାହ୍ନ ଘ୫/୪/୪ରୁ ସନ୍ଧ୍ୟା ଘ୬/୩୪/୪

🌓️ବଲାଙ୍ଗର ଅପରାହ୍ନ ଘ୫/୬/୨୦ରୁ ସନ୍ଧ୍ୟା ଘ୬/୩୬/ ୨୦

🌒️ନବରଙ୍ଗପୁର ଅପରାହ୍ନ ଘ୫/୯/୪୪ରୁ ସନ୍ଧ୍ୟା ଘ୬/୩୯/୪୪

🌒️ରାଉରକେଲା ଅପରାହ୍ନ ଘ୫/୦/୪୮ରୁ ସନ୍ଧ୍ୟା ଘ୬/୩୦/୪୮

🌓️ଭବାନୀପାଟଣା ଅପରାହ୍ନ ଘ୫/୭/୪୦ ରୁ ସନ୍ଧ୍ୟା ଘ୬/୩୭/୪୦

🌓️କଟକ ଦିବା ଘ ୪/୫୬/୩୬ ରୁ ସନ୍ଧ୍ୟା ଘ୬/୨୬/ ୩୨

🌒️ରାୟଗଡ଼ା ଅପରାହ୍ନ ଘ୬/୬/୨୮ରୁ ସନ୍ଧ୍ୟା ଘ୬/୩୬/୨୮

🌒️ସୁନ୍ଦରଗଡ଼ ଅପରାହ୍ନ ଘ୫/୪/୧୨ରୁ ସନ୍ଧ୍ୟା ଘ୬/୩୪ /୧୨

☀️ ଗ୍ରହଣ ଦର୍ଶନେ ଚନ୍ଦ୍ର ଅଶୁଦ୍ଧି- ମେଷ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିମାନଙ୍କର ଗ୍ରହଣ ଦର୍ଶନେ ଅଶୁଭ ।

🌍 ଗ୍ରହଣେ ଦର୍ଶନେ ତାରା ଅଶୁଦ୍ଧି – ଆର୍ଦ୍ରା, ଅଶ୍ଳେଷା, ସ୍ବାତୀ, ଜ୍ୟେଷ୍ଠା, ଶତଭିଷା ଓ ରେବତୀ ଏହି ନକ୍ଷତ୍ରମାନଙ୍କର ଜନ୍ମ ଓ ନିଧନ ତାରା ହେତୁ ଗ୍ରହଣ ଦର୍ଶନେ ଅଶୁଭ । ଦୈବାତ୍ ଦର୍ଶନେ ସ୍ନାନ ପୂର୍ବଳ ତିଳ, ସ୍ବର୍ଣଦାନ ବିଧେୟ ।

🌞️ଗ୍ରହଣ ଦର୍ଶନେ ସ୍ନାନ ଆବଶ୍ୟକ –

ସଂକ୍ରମେ ଗ୍ରହଣେ ଚୈବ ନ ସ୍ନାୟାତ୍ ଯସ୍ତୁ ମାନବାଃ ।
ସପ୍ତଜନ୍ମଷୁ କୁଷ୍ଠୀସ୍ୟାତ୍ ଦୁଃଖଭାଗୀ ଚ ସର୍ବଦା ।
ଇନ୍ଦୋର୍ଲକ୍ଷ ଗୁଣଂ ପୂଣ୍ୟଂ ରବେର୍ଦଶଗୁଣଂ ତଥା ।
ଗଙ୍ଗାତୋୟେ ତୁ ସଂପ୍ରାପ୍ତେ ଇନ୍ଦୋର୍କୋଟିରବେର୍ଦଶ ।
ନଦୀ କୂପ –ତଡାଗେଷୁ ନବପ୍ରସ୍ରବଣେ ତଥା ।
ନଦ୍ଯାନଦେ ଦେବଖାତେ ସରସୀଷୁଦ୍ଧୃତାମ୍ବୁନି ।।
ଉଷ୍ମୋଦକେଽପିବା ସ୍ନାୟାତ୍ ଗ୍ରହଣେ ଚନ୍ଦ୍ରସୂର୍ଯ୍ୟୟୋଃ ।

🔥️ଗ୍ରହଣ ସମୟରେ ସ୍ନାନ, ଦାନ, ହୋମ, ଜପ ଓ ତାନ୍ତ୍ରିକ ସିଦ୍ଧି କାର୍ଯ୍ଯମାନ କରଣୀୟ ।

ଯଥା-
ଗ୍ରସ୍ତମାନେ ଭବେତ୍ ସ୍ନାନଂ ଗ୍ରାସେ ହୋମ ବିଧିୟତେ।
ମୁଚ୍ଯମାନେ ଭବେତ୍ ଦାନଂ ମୁକ୍ତୌ ସ୍ନାନଂ ବିଧିୟତେ ।
ସୂର୍ଯ୍ୟେନ୍ଦୁ ଗ୍ରହଣଂ ଯାବତ୍ ତାବତ୍ କୁର୍ଯ୍ୟାତ୍‌ ଜପାଦିକଂ ।
ନ ସ୍ବପେତ୍ ନ ଚ ଭୁକ୍ତଂ ଚ ସ୍ନାତ୍ବା ଭୁଞ୍ଜିତ ମୁକ୍ତୟୋ ।

(ଗ୍ରହଣ ସମସୟେ ମୂଳ ସଂଗ୍ରହ ଓ ଜପକାର୍ଯ୍ୟରେ ମଧ୍ଯ ସିଦ୍ଧି ମିଳିଥାଏ । ଏ ସମୟରେ ଶୟନ, ଭୋଜନ, ମୈଥୁନ ନିଷିଦ୍ଧ ଅଟେ ।)

🌍️ସ୍ପର୍ଶେସ୍ନାନ ମନ୍ତ୍ରଃ –

ସ୍ଵସ୍ଥାନଂ ଗମ୍ୟତାଂ କେତୋ ତ୍ୟଜ୍ୟତାଂ ସୂର୍ଯ୍ୟ ସଂଗମଃ ।
କର୍ମଚଣ୍ଡାଳଯୋନେ ସ୍ତ୍ବଂ ମମପାପକ୍ଷୟଂ କୁରୁ ।

☀️️ଅର୍ଘ୍ୟଦାନମନ୍ତ୍ରଃ –

ମହାତେଜୋ ଛାୟା କାନ୍ତଂ ସିଂହିକେୟ ରିପୋପ୍ରଭୋ ।
ଅର୍ଘ୍ୟଂ ଦଦାମି ଦେବଶ କେତୋ ଗ୍ରହ ବିମୋଚନାତ୍ ।

🌞️ମୁକ୍ତୌ ସ୍ନାନମନ୍ତ୍ରଃ –

ଯଥା ପଦୋ ବିମୁକ୍ତୋସି କେତୋର୍ବଦନ ସଙ୍କଟାତ୍ ।
ତଥାତ୍ବଂ ପ୍ରଭୁ ଦିନେଶଂ ଆପଦୋ ମାଂ ବିମୋଚୟ ।

🌓️ ଗ୍ରହଣେ କାର୍ଯ୍ୟାଦିବର୍ଜନ –

ଏକରାତ୍ରିଂ ପରିତ୍ୟଜ୍ୟ କୁର୍ଯ୍ୟାତ୍ ପାଣିଗ୍ରହଂ ଗ୍ରହେ ।
ସପ୍ତ ରାତ୍ରିତୁ ଯାତ୍ରାୟାଂ ତ୍ରିରାତ୍ରଂ ବ୍ରତବନ୍ଧୟୋଃ ।

( ବିବାହରେ ଏକରାତ୍ରି, ଯାତ୍ରାପାଇଁ ସାତରାତ୍ରି ଏବଂ ଉପନୟନାଦି କାର୍ଯ୍ୟ ତିନି ରାତ୍ରି ପରେ କରଣୀୟ ।)

🌍️ବିଶେଷ ସୂଚନା-

ଚନ୍ଦ୍ର- ସୂର୍ଯ୍ୟ ଗ୍ରହଣ ସମୟରେ ଶୟନ, ଭୋଜନ, ମୈଥୁନ, ମୂତ୍ର-ପୂରିଷ ତ୍ଯାଗ, ତୈଳାଭ୍ଯଙ୍ଗ ଇତ୍ୟାଦି କର୍ମ ବର୍ଜନୀୟ । ଏବଂ ଗର୍ଭବତୀ ନାରୀମାନେ କାଟିବା, ବାଟିବା, ଛେଚିବା, ସିଲାଇ କରିବା ଆଦି କାର୍ଯ୍ୟ କରିବେ ନାହିଁ । ଏ ସମୟରେ ନିରବ ଓ ଶାନ୍ତ ଭାବରେ ସ୍ଥିର ରହିବା ଶ୍ରେୟ ଅଟେ ।

📚 ଗ୍ରହଣ ମହାତ୍ମ୍ୟ–

ସର୍ବ ଗଙ୍ଗା ସମଂ ତୋୟଂ ସର୍ବେବ୍ରହ୍ମ ସମ ଦ୍ବିଜାଃ ।
ସର୍ବଭୂମି ସମଂ ଦାନଂ ଗ୍ରହଣେ ଚନ୍ଦ୍ର-ସୂର୍ଯ୍ୟୟୋଃ ।

☀️️ଗ୍ରହଣେ ଦାନକାଳଃ –
ଉପସ୍ପର୍ଶେ ଲକ୍ଷଗୁଣଂ ଗ୍ରହଣେ ଚନ୍ଦ୍ରସୂର୍ଯ୍ୟୋୟୋଃ ।
ପୁଣ୍ୟଂ କୋଟି ଗୁଣଂ ମଧ୍ୟେ ମୁକ୍ତିକାଳେଽପ୍ୟନନ୍ତକମ୍ ।।
ଦିନ ଶ୍ରାଦ୍ଧ ପକ୍ଷାନ୍ତର ଅବଧି ଯୋଗୁଁ ଅମାବାସ୍ଯା ଠାରୁ ପୂର୍ଣ୍ଣିମା ମଧ୍ୟରେ କରଣୀୟ ।
ଯଦି ଏହି ତିଥି ଅର୍ଥାତ୍ ଏହି ଅମାବାସ୍ଯା ରେ ଅତ୍ଯାବଶ୍ଯକ ହୁଏ ଶ୍ରାଦ୍ଧ ଦିବସ ପାଳନ ପାଇଁ ।
ତେବେ ଶୁଷ୍କ ଦ୍ରବ୍ୟ ଦ୍ବାରା ଶ୍ରାଦ୍ଧ କରଣୀୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking