15.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ନିଜର କ୍ଷମତା, ଶକ୍ତି ଓ ବିଶେଷତାଗୁଡିକ ସହିତ ପରିଚିତ ହେବା ଉଚିତ, ଏହାରି ଆଧାରରେ ଲକ୍ଷ୍ୟର ନିର୍ଦ୍ଧାରଣ କରିବା ଆବଶ୍ୟକ ।
ଭାଗ୍ୟ ଯଦି ମଣିଷ ଲେଖିଥାଆନ୍ତା କେହି କର୍ମ କରନ୍ତେ ନାହିଁ,ତେଣୁ କର୍ମ ଅନୁସାରେ ପ୍ରତ୍ୟେକଙ୍କ ଭାଗ୍ୟ ଲେଖୁଛନ୍ତି ।
ମୁଁ ଅନ୍ୟ କାହା ପାଖରେ ଦାମୀ ନ ହୋଇପାରେ କିନ୍ତୁ ନିଜ ପାଖେ ବହୁତ ଦାମୀ ।

ବିଶ୍ବାସ ଏବଂ ପ୍ରାର୍ଥନା କେବେ ଦେଖା ଯାଏନାହିଁ !କିନ୍ତୁ ଅସମ୍ଭବ କୁ ସମ୍ଭବ କରି ଦିଏ !

ଜୀବନରେ ଯଦି ଖୁସିରେ ରହିବାକୁ ଚାହୁଁଚ,ତା’ହେଲେ କାହା ଉପରେ ଆଶା ରଖିବା ଛାଡିଦିଅ ।

ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ।

ଇର୍ଷା ପରାୟଣ ଲୋକ ଜୀବନରେ କେବେ ସୁଖୀ ହୋଇପାରନ୍ତି ନାହିଁ —।
Life….ରେ ଏମିତି କିଛି କର ଯେଉଁଠି ଲୋକେ ତୁମକୁ block ନୁହେଁ…… search କରିବେ……..।
କାହାକୁ ସତ କହି ଧୋକା ଦେବା କେବେକେବେ ଗ୍ରହଣିୟ….
କିନ୍ତୁ
ମିଛ କହି କାହାକୁ ଆଶା ଦେବା ବା ବିଶ୍ବାସ ଭାଙ୍ଗିବା ଠିକ୍ ନୁହେଁ….
ଧର୍ମ ତାକୁ କୁହାଯାଏ ଯେଉଁଥିରେ ଅନ୍ୟର ମଙ୍ଗଳ ହୁଏ। ଅନ୍ୟର ଅମଙ୍ଗଳ କରି ଯେତେ ପୂଜାପାଠ କଲେ ମଧ୍ୟ ତାହା ପାପ ହିଁ ହୋଇଥାଏ।

ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ ତେଣୁ ପ୍ରତ୍ୟେକ ସକାଳୁ ଜିତିବାର ଇଚ୍ଛା ନେଇ ଆଗକୁ ବଢନ୍ତୁ ।

ଉଚ୍ଚ ପାଟିରେ କହିଲେ କିଛି ଲୋକ ଶୁଣିବେ, କିନ୍ତୁ ଯଦି କଥା ଉଚ୍ଚ ହେବ — ତେବେ ବହୁତ ଲୋକ ଶୁଣିବେ…!!

ସ୍ବାଭିମାନରେ ବଞ୍ଚୁଥିବା ମଣିଷମାନେ ସମ୍ପର୍କ ଅପେକ୍ଷା ସମ୍ମାନକୁ ବେଶୀ ଗୁରୁତ୍ବ ଦିଅନ୍ତି…. ଆଉ ସେଇ ସମ୍ମାନରେ ଟିକେ ଆଞ୍ଚ୍ ଆସିଲେ ସେମାନେ ଅତି ଘନିଷ୍ଠ ସମ୍ପର୍କକୁ ବି ଭୁଲିଯିବାକୁ ପସନ୍ଦ କରନ୍ତି….।

ଅଦ୍ୟ ଅକ୍ଟୋବର ମାସ ୨୪ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- ଶୁକ୍ଳ
ତିଥି- ତୃତୀୟା ରାତ୍ରି ଘ୦୧/୦୭ ଗତେ ଚତୁର୍ଥୀ
ନକ୍ଷତ୍ର-ଅନୁରାଧା
ଚନ୍ଦ୍ର- ବିଛା
ଯୋଗ- ସୌଭାଗ୍ୟ
କରଣ – ତୈତିଳ
ସୌରମାସ- ତୁଳା ୦୮ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୫୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୩୫
*✧═════•❁❀
ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୧/୦୭ ଗତେ ନୈରୁତକୋଣେ
ବିଛା,ଧନୁ ଓ ମୀନ ରାଶିର ଘାତବାର
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୩୩ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୫ ମଧ୍ୟେ ଓ ଘ୦୭/୨୩ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୧୧ ଗତେ ଘ ୦୩/୨୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ ପୋଇ ଭକ୍ଷଣ ନିଷେଧ

✧═════•❁❀❁•═════ ଆଜିର ରାଶିଫଳ ✧═════•❁❀❁•═════
ମେଷ
ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।
✧═════•❁❀❁•═════
ବୃଷ
ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।
✧═════•❁❀❁•═════
ମିଥୁନ
ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।

✧═════•❁❀❁•═════*
କର୍କଟ
ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।
✧═════•❁❀❁•═════
ସିଂହ
ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।
✧═════•❁❀❁•═════
କନ୍ୟା
ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ ।
✧═════•❁❀❁•═════
ତୁଳା
ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।
✧═════•❁❀❁•═════

ବିଛା
ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।
✧═════•❁❀❁•═════
ଧନୁ
ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।
✧═════•❁❀❁•═════
ମକର
ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।
✧═════•❁❀❁•═════

କୁମ୍ଭ
ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।
✧═════•❁❀❁•═════
ମୀନ
ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking