18.1 C
Bhubaneswar
Saturday, November 23, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍‌ରୁ ଏୟାରକ୍ରାଫ୍‌ଟ ଓ ଏସ୍‌-୪୦୦ ଯନ୍ତ୍ରାଂଶ ପହଞ୍ଚିଲା

ରୁଷ୍‌ରୁ ଏୟାରକ୍ରାଫ୍‌ଟ ଓ ଏସ୍‌-୪୦୦ ଯନ୍ତ୍ରାଂଶ ପହଞ୍ଚିଲା

ନୂଆଦିଲ୍ଲୀ : ରୁଷ୍‌-ୟକ୍ରେନ୍ ଯୁଦ୍ଧ ମଧ୍ୟରେ ଏସ୍‌-୪୦୦ ଏୟାର୍ ଡିଫେନ୍ସ ମିସାଇଲ୍ ସିଷ୍ଟମ୍‌ର ଟ୍ରେନିଂ ସ୍କ୍ୱାର୍ଡନ୍ ପାଇଁ ଭାରତକୁ ରୁଷ୍‌ରୁ ଷ୍ଟିମ୍ୟୁଲେଟର ଓ ଅନ୍ୟ ଉପକରଣ ମିଳିଛି । ମିସାଇଲ୍ ସିଷ୍ଟମର ଦ୍ୱିତୀୟ ସ୍କ୍ୱାର୍ଡନ୍ ଏକ ଟ୍ରେନିଂ ସ୍କ୍ୱାର୍ଡନ୍ ହୋଇଥିବା ବେଳେ ରୁଷ୍‌ରୁ ଏହାକୁ କେବଳ ଷ୍ଟିମ୍ୟୁଲେଟର୍ ଓ ଅନ୍ୟ ଟ୍ରେନିଂ ସମ୍ପର୍କୀତ ଉପକରଣ ମିଳିଛି ।

ଏଥିରେ ମିସାଇଲ୍ କିମ୍ବା ଲଞ୍ଚର୍ ସାମିଲ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ସୂତ୍ର ପକ୍ଷରୁ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ କୁହାଯାଇଛି। ସଂଘର୍ଷ ମଧ୍ୟରେ ମଧ୍ୟ ମସ୍କୋରୁ ପ୍ରତିରକ୍ଷା ସାମଗ୍ରୀ ପହଞ୍ଚିବା ଜାରି ରହିଛି ଏବଂ ଭାରତ ଏୟାର୍‌କ୍ରାଫ୍ଟ ଇଞ୍ଜିନ୍ ଏବଂ ଯନ୍ତ୍ରାଂଶର ଶିପ୍‌ମେଣ୍ଟ୍ ପାଇଛି । ତେବେ ପେମେଣ୍ଟ ସିଷ୍ଟମ୍‌କୁ ନେଇ କୌଣସି ସମାଧାନ ପନ୍ଥା ବାହାରି ନଥିବାରୁ ନିକଟ ଭବିଷ୍ୟତରେ ଏହା ଜାରି ରହିବ କି ନାହିଁ ତାହା ଚିନ୍ତାର ବିଷୟ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking