ନୂଆଦିଲ୍ଲୀ: ଘନକୁହୁଡ଼ି ଯୋଗୁଁ ରବିବାର ୬ଶହ ବିମାନର ଯାତ୍ରା ସମୟ ବିଳମ୍ବ ହୋଇଥିଲା। ୭୬ ବିମାନଯାତ୍ରାକୁ ବାତିଲ କରାଯାଇଥିଲା। ସୋମବାର ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ ୧୬୮ଟି ବିମାନ ଯାତ୍ରା ବିଳମ୍ବିତ ହୋଇଥିବା ବେଳେ ୮୪ଟି ବିମାନ ଯାତ୍ରା ବାତିଲ କରାଯାଇଛି। ତେବେ ଏହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଓ ତତ୍ଜନିତ ଯାତ୍ରୀ ଅସନ୍ତୋଷରେ ଆଜି କେନ୍ଦ୍ର ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଶ୍ବାସନା ଦେଇଛନ୍ତି। ସମସ୍ୟାର ସମାଧାନ ପାଇଁ ବିମାନ କର୍ମଚାରୀ ଓ ସହଯୋଗୀମାନେ ଦିନତମାମ କାର୍ଯ୍ୟକରୁଛନ୍ତି ବୋଲି ମନ୍ତ୍ରୀ ସିନ୍ଧିଆ କହିଛନ୍ତି। ଅପରପକ୍ଷରେ, ଯାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଡିଜିସିଏ ନୂଆ ଏସ୍ଓପି ଜାରି କରିଛି।