26.1 C
Bhubaneswar
Friday, November 1, 2024
Homeଦେଶ ବିଦେଶଏୟାର ଇଣ୍ଡିଆକୁ ମିଳିଲା ବୋମାମାଡ଼ ଧମକ

ଏୟାର ଇଣ୍ଡିଆକୁ ମିଳିଲା ବୋମାମାଡ଼ ଧମକ

ଗୁଜୁରାଟ : ବୁଧବାର ଏୟାର ଇଣ୍ଡିଆର ଏକ ବିମାନ ଗୁଜୁରାଟର ବଡୋଦରାରୁ ଉଡାଣ ଭରିବା ପୂର୍ବରୁ ବିମାନର ଜଣେ ଯାତ୍ରୀ ଟିସୁ ପେପର ପାଇଥିଲେ । ସେଥିରେ ବୋମା ଲେଖାଯାଇଥିଲା । ପରେ ଯାତ୍ରୀ ଜଣକ ଏହି ଖବର ବିମାନ କର୍ମଚାରୀଙ୍କୁ ଦେଇଥିଲେ । ସେମାନେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଦେଇଥିଲେ । ଏହା ପରେ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ ମଧ୍ୟ କରାଯାଇଥିଲା । କିନ୍ତୁ ବୋମାର କୌଣସି ସୂଚନା ମିଳିନଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିବା ସହିତ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking