27.7 C
Bhubaneswar
Tuesday, April 7, 2026
Homeଦେଶ ବିଦେଶଏପ୍ରିଲ ୮ ରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା!

ଏପ୍ରିଲ ୮ ରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା!

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା।କମ୍ପାନୀ ୮ ଏପ୍ରିଲରୁ ଏହାର ଇନ୍ଧନ ସରଚାର୍ଜ ଢାଞ୍ଚାରେ ପରିବର୍ତ୍ତନ ଘୋଷଣା କରିଛି, ଯାହା ଫଳରେ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ରୁଟରେ ଟିକେଟ ମୂଲ୍ୟ ଅଧିକ ହେବ । ରିପୋର୍ଟ ଅନୁଯାୟୀ, ୭ ଏପ୍ରିଲରେ ଜାରି ଏକ ବିବୃତ୍ତିରେ ଏୟାର ଇଣ୍ଡିଆ କହିଛି ଯେ ବିଶ୍ୱବ୍ୟାପୀ ଜେଟ୍ ଇନ୍ଧନ (ATF) ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।ଏୟାର ଇଣ୍ଡିଆ ଘରୋଇ ବିମାନ ଉଡ଼ାଣ ପାଇଁ ଫ୍ଲାଟ୍ ରେଟ୍ ହଟାଇ ଦେଇଛି ଏବଂ ଏବେ ଦୂରତା ଉପରେ ଆଧାରିତ ଏକ ନୂତନ ସରଚାର୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ସରକାର ATF ମୂଲ୍ୟରେ ସର୍ବାଧିକ ବୃଦ୍ଧିକୁ ୨୫% ରେ ସୀମିତ କରିବା ପରେ ଏହି ପରିବର୍ତ୍ତନ କରାଯାଇଛି । ଏୟାର ଇଣ୍ଡିଆ ସୂଚିତ କରିଛି ଯେ ଅନ୍ତର୍ଜାତୀୟ ରୁଟରେ ଇନ୍ଧନ ସରଚାର୍ଜ ମଧ୍ୟ ସଂଶୋଧନ କରାଯାଇଛି, ଯାହା ସେହି କ୍ଷେତ୍ରଗୁଡ଼ିକରେ ଟିକେଟ୍ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking