ନୂଆଦିଲ୍ଲୀ : ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗରେ ଶଙ୍କର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିସାରିଛି । ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହାର ତଦନ୍ତ କରି ଶଙ୍କରଙ୍କୁ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ପାଇଁ ୪ ମାସିଆ ବାସନ୍ଦାଦେଶ ଲାଗୁ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଶଙ୍କରଙ୍କୁ ଏକ ମାସ ପାଇଁ ବାସନ୍ଦ କରାଯାଇଥିଲା । ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ପରାମର୍ଶ ପରେ ଏହି କଟକଣା ୪ ମାସକୁ ବୃଦ୍ଧି କରାଯାଇଛି । ଶଙ୍କରଙ୍କ ଜାମିନ ଆବେଦନ ପୂର୍ବରୁ ଖାରଜ ହୋଇସାରିଛି ।