27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଜମ୍ମୁରେ ବାୟୁସେନାର ପ୍ରଥମ ଏୟାର୍ ଶୋ’

ଜମ୍ମୁରେ ବାୟୁସେନାର ପ୍ରଥମ ଏୟାର୍ ଶୋ’

ଜମ୍ମୁ : ଜମ୍ମୁ ଏୟାର୍‌ଫୋର୍ସ ଷ୍ଟେସନ୍‌ରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ଏୟାର୍ ଶୋ’ ଆୟୋଜିତ ହୋଇଛି । ଭାରତରେ ଜମ୍ମୁ-କଶ୍ମୀର ବିଲୟର ୭୬ ବର୍ଷ ଏବଂ ଜମ୍ମୁ ବାୟୁସେନା ଷ୍ଟେସନ୍‌ର ଡାଏମଣ୍ଡ୍ ଜୁବଲି ଅବସରରେ ପ୍ରଥମ ଥର ଏହିପରି ଶୋ’ର ଆୟୋଜନ କରାଯାଇଛି । ଏହି ଏୟାର୍ ଶୋ’ରେ ସୂର୍ଯ୍ୟ କିରଣ ଏରୋବେଟିକ୍ ଟିମ୍ ହକ୍ ଏମ୍‌କେ ୧୩୨ ବିମାନ ଜରିଆରେ ଦେଶର ଶକ୍ତି ପ୍ରଦର୍ଶନ କରିଥିଲା ।

ଏହା ବ୍ୟତୀତ ଏମ୍‌ଆଇ-୧୭ ହେଲିକପ୍ଟରର ଡିସ୍‌ପ୍ଲେ ସହିତ ଏୟାର୍ ୱାରିୟର୍ ଡ୍ରିଲ୍ ଟିମ୍‌, ଆକାଶଗଙ୍ଗା ଡେୟାର୍‌ଡେଭିଲ୍ ସ୍କାଏ ଡାଇଭିଂ ଟିମ୍ ଆକାଶରେ ଷ୍ଟଣ୍ଟ୍ ପ୍ରଦର୍ଶନ କରିଥିଲେ । ଶୋ’ରେ ଭାରତୀୟ ବାୟୁସେନାର ଏୟାର୍ ୱାରିୟର୍ ସିମ୍ଫୋନୀ ଅର୍କେଷ୍ଟ୍ରା ପ୍ରଦର୍ଶିତ ହେବାର ଥିଲା । ମାତ୍ର ପାଗ ଖରାପ ଯୋଗୁଁ ଏହା ବାତିଲ ହୋଇଯାଇଛି । ଏହି ଶୋ’ ଦେଖିବା ନିମନ୍ତେ ବହୁ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking