ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରା ସହରରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ସଂଗଠନର ୨ ଜଣ ବ୍ରହ୍ମକୁମାରୀ ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି । ଜବତ ହୋଇଥିବା ସୁଇସାଇଡ୍ ନୋଟ୍ରେ ମୃତକମାନେ ଆତ୍ମହତ୍ୟା ପାଇଁ ଆଶ୍ରମର ୪ ଜଣ କର୍ମଚାରୀଙ୍କୁ ଦାୟୀ କରିଛନ୍ତି ।
ସୂଚନା ମୁତାବକ୍ ପାରିବାରିକ ଗଣ୍ଡଗୋଳ ପରେ ଏହି ସମ୍ପର୍କରେ ଭଉଣି କୁହାଯାଉଥିବା ଦୁଇଜଣ ବ୍ରହ୍ମକୁମାରୀ ୨୫ ଲକ୍ଷ ଟଙ୍କା ଧରି ଆଶ୍ରମରେ ପହଞ୍ଚିଥିଲେ । ସମ୍ଭବତଃ ଏହି ଟଙ୍କା ହଡପ କରିବାକୁ ଦୁଇ ଭଉଣିଙ୍କୁ ନିର୍ଯାତନା ଦିଆଯାଇଥିବାରୁ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି ।