31.1 C
Bhubaneswar
Sunday, May 19, 2024
Homeକରୋନାଚାଇନାରେ ପୁଣି ଲକଡାଉନ

ଚାଇନାରେ ପୁଣି ଲକଡାଉନ

ନୂଆଦିଲ୍ଲୀ : ମହାମାରୀ କରୋନାର ଡେଲ୍ଟା ଭ୍ୟାରିଏଣ୍ଟ ଏବେ ଚାଇନାର ଉତ୍କଟ ସ୍ଥିତି ସୃଷ୍ଟି କରିଛି । ଡେଲ୍ଟା ଭ୍ୟାରିଏଣ୍ଟ ଜନିତ ସଂକ୍ରମଣ ବଢ଼ୁଥିବାରୁ ଚାଇନା ପୁଣିଥରେ ଲକଡାଉନ ଭଳି କଡ଼ା ନିୟମକୁ ଲାଗୁ କରିଛି । ଦକ୍ଷିଣପୂର୍ବରେ ଥିବା ଫୁଜିଆନ ପ୍ରଦେଶର ଗୋଟିଏ ସହରରୁ ୧୨ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବାରୁ ପ୍ରଶାସନ ପକ୍ଷରୁ ଏଠାରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇଛି । ଏହି ସହରରେ ୪.୫ ନିୟୁତ ଲୋକ ବସବାସ କରନ୍ତି । ଲକଡାଉନ ଲାଗୁ ହୋଇଥିବାରୁ ସମସ୍ତଙ୍କୁ ଘର ମଧ୍ୟରେ ରହିବାକୁ କୁହାଯାଇଛି । ଲକଡାଉନ ହୋଇଥିବା ଜିଆମେନରେ ବୈଦ୍ୟୁତିକ ଉପକରଣଗୁଡ଼ିକ ଉତ୍ପାଦନ ହୋଇଥାଏ।

ତେବେ ଏହି ସହରରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛିକୁ ବନ୍ଦ କରାଯାଇଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ସମସ୍ତ ଆବାସିକ ଅଞ୍ଚଳ ଓ ଗାଁଗୁଡ଼ିକର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ କରାଯାଇଛି । ବାର୍‌ ଓ ଜିମ୍‌ ଭଳି ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ କୁହାଯାଇଛି । ଏଠାରେ ଲକଡାଉନ କରାଯାଇ ସମସ୍ତଙ୍କ କରୋନା ଟେଷ୍ଟ କରାଯିବ। ଯଥାଶୀଘ୍ର ଟେଷ୍ଟ ସାରି ସ୍ଥିତି ସ୍ୱାଭିବକ କରିବାକୁ ଗ୍ରାଉଣ୍ଡରେ କାମ କରୁଥିବା ଅଧିକାରୀମାନଙ୍କୁ କୁହାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବିଦେଶ ଗସ୍ତ କରି ନଥିଲେ। ସମସ୍ତେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହୋଇଥିବାରୁ ପ୍ରଶାସନର ଚିନ୍ତା ଆହୁରି ବଢ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking