27.1 C
Bhubaneswar
Tuesday, November 5, 2024
Homeଅପରାଧନିର୍ବନ୍ଧ ପରେ ଯୁବକଙ୍କ ସହ ଭାଙ୍ଗି ଦେଲେ ବିବାହ

ନିର୍ବନ୍ଧ ପରେ ଯୁବକଙ୍କ ସହ ଭାଙ୍ଗି ଦେଲେ ବିବାହ

ନୂଆଦିଲ୍ଲୀ: ପ୍ରେମିକଙ୍କ କମ୍ପ୍ୟୁଟର ଦେଖୁଥିବା ସମୟରେ ସେଥିରେ ମହିଳା ଯାହା ଦେଖିଛନ୍ତି, ଏହାପରେ ବିବାହ କରିବାକୁ ସେ ସିଧା ମନା କରି ଦେଇଛନ୍ତି । ଏ ନେଇ ନିଜେ ମହିଳା ଜଣକ ସୋଶିଆଲ ମିଡିଆରେ ପ୍ରକାଶ କରିଛନ୍ତି । ନିର୍ବନ୍ଧ ସରିବା ପରେ ମଧ୍ୟ ବିବାହକୁ ମନା କରିଦେଲେ ଏହି ମହିଳା । ତେବେ ଭାବିସ୍ୱାମୀଙ୍କ କମ୍ପ୍ୟୁଟରରେ ସେ କ’ଣ ଦେଖିଥିଲେ ? ଯେଉଁଥି ପାଇଁ ବିବାହ କରିବାକୁ ମନା କରି ଦେଇଛନ୍ତି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଆମେ କହୁଥିବା ଏହି ମହିଳାଙ୍କ ନାମ ମାରିୟା । ନିକଟରେ ସୋଶିଆଲ ମିଡିଆ ଆପ ଟିକଟକରେ ସେ ଏହି ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି । ନିର୍ବନ୍ଧ ପରେ ଆଉ ୩ ମାସ ପରେ ଯୁବକଙ୍କ ସହ ତାଙ୍କର ବିବାହ ହୋଇଥାନ୍ତା । କିନ୍ତୁ ଏହି ସମୟରେ ଏଭଳି ଏକ ଅଘଟଣ ଘଟିଗଲା ବୋଲି କହିଛନ୍ତି ମହିଳା । କୌଣସି ଏକ କାମରେ ମହିଳା ଜଣକ ତାଙ୍କ ଭାବି ସ୍ୱାମୀଙ୍କ କମ୍ପ୍ୟୁଟର ଖୋଲିଥିଲେ । କିନ୍ତୁ କମ୍ପ୍ୟୁଟର ଖୋଲିବା ମାତ୍ରେ ଅନେକ ଅଶ୍ଳୀଳ ଜିନିଷ ଦେଖିବାକୁ ପାଇଥିଲେ ମହିଳା ।

ମାରିୟାଙ୍କ କହିବା ଅନୁଯାୟୀ, କମ୍ପ୍ୟୁଟର ଖୋଲିବାରୁ ଗେଟିଏ ଫୋଲ୍ଡର ଉପରେ ତାଙ୍କର ନଜର ପଡିଲା । ଏହି ଫୋଲ୍ଡର ଓପନ କରିବାରୁ ସେଥିରେ ଅନେକ ପର୍ଣ୍ଣ ଭିଡିଓ ସହିତ ଭଉଣୀ ଏବଂ ସହକର୍ମୀଙ୍କର କିଛି ଆପତ୍ତିଜନକ ଫଟୋ ଦେଖିଥିଲେ ମାରିୟା । ଏହାପରେ ଯୁବକଙ୍କ ସହ ବିଭାଘରକୁ ମାରିୟା ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାପରେ ତାଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking