ନୂଆଦିଲ୍ଲୀ : ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଛତିଶଗଡ ସମେତ ଅନ୍ୟ କେତେକ ରାଜ୍ୟରେ ଦିନେ ୩୪ ହତ୍ୟାକାଣ୍ଡ ଘଟାଇଥିବା ‘ସିରିଏଲ କିଲର’ ୫୨ ବର୍ଷୀୟ ଆଦେଶ ଖାମରା ବର୍ତ୍ତମାନ ଜେଲରେ ରହି ଧାର୍ମିକ ଏବଂ ପ୍ରେରଣା ଦାୟକ ବହି ପଢ଼ୁଛି। ୨୦୧୮ରେ ଉତ୍ତରପ୍ରଦେଶର ସୁଲତାନପୁର ଅଞ୍ଚଳରୁ ଭୋପାଳ ପୋଲିସ ଦ୍ୱାରା ଧରାପଡିଥିବା ଆଦେଶ ଖାମରା ସେହି ଦିନଠାରୁ ଭୋପାଳ ସେଣ୍ଟ୍ରାଲ ଜେଲରେ ରହିଛି। ଭୋପାଳ ସେଣ୍ଟ୍ରାଲ ଜେଲର ଅଧିକାରୀଙ୍କ କହିବାନୁସାରେ, ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି କରିଥିବା କଏଦୀ ଆଦେଶ ଖାମରେ ଏବେ ହାଜତ ଭିତରେ ପୁରାଣ ଶାସ୍ତ୍ର ପଢ଼ୁଛି। ଆଦେଶ ବିରୋଧରେ ୩୪ଟି ହତ୍ୟା ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ୨୦୧୮ ରେ ଗିରଫ ହେବା ପରେ ସେ ତାର ସମସ୍ତ ଅପରାଧକୁ ମଧ୍ୟ ସ୍ୱୀକାର କରିଥିଲା।
ସେ ଅଧିକାଂଶ ଟ୍ରକ ଡ୍ରାଇଭର ଏବଂ ଅପରେଟର ମାନଙ୍କୁ ହତ୍ୟା କରୁଥିଲା। ଏବଂ ସେ ତାର ଅନ୍ୟ ସହଯୋଗୀମାନଙ୍କ ସହିତ ସେହି ଟ୍ରକରେ ଲୋଡ୍ ହୋଇଥିବା ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଲୁଟିବାରେ ବ୍ୟବହାର କରୁଥିଲା। ଜେଲରେ ତାର ଆଚରଣରେ ପରିବର୍ତ୍ତନ ଦେଖି ଜେଲର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ସେ ଶିକ୍ଷା ସମ୍ବନ୍ଧୀୟ ଏବଂ ଅଧିକାଂଶ ସମୟ ଜେଲରେ ଧାର୍ମିକ ଏବଂ ପ୍ରେରଣାଦାୟକ ବହି ପଖୁଛି। ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଖାମରା ଜେଲର ସମସ୍ତ ନିୟମକୁ ବିଶ୍ୱସ୍ତ ଭାବରେ ପାଳନ କରୁଛି। ଅଧିକାରୀ କହିଛନ୍ତି ଯେ ପ୍ରମାଣ ଅଭାବରୁ ସେ ନିକଟରେ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲା। ସେ କହିଛନ୍ତି ଯେ ଅଭିଯୁକ୍ତକୁ ଭେଟିବା ପାଇଁ ତାର ପତ୍ନୀ ଏବଂ ପୁଅ ବେଳେବେଳେ ତାଙ୍କୁ ଜେଲକୁ ଆସନ୍ତି। ଏଥି ସହ ସହକାରୀ ପୋଲିସ କମିଶନର ବିଟୁ ଶର୍ମା କହିଛନ୍ତି ଯେ ଗତ ଦଶବର୍ଷ ମଧ୍ୟରେ ୩୪ ଟି ଟ୍ରକ ଡ୍ରାଇଭର ଏବଂ ଅପରେଟରଙ୍କୁ ହତ୍ୟା ମାମଲାରେ ପୋଲିସ ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାର ମାଣ୍ଡିଦୀପ ନିବାସୀ ଆଦେଶ ଖାମରାକୁ ଗିରଫ କରାଯାଇଥିଲା।