19.1 C
Bhubaneswar
Friday, December 27, 2024
Homeଦେଶ ବିଦେଶବାପାଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ପ୍ରେମୀ ଯୁଗଳ

ବାପାଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ପ୍ରେମୀ ଯୁଗଳ

ନୂଆଦିଲ୍ଲୀ: ବାପାଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ପ୍ରେମୀ ଯୁଗଳ । ଗତକାଲି ଯୁବତୀଙ୍କ ବାପା ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇବା ପରେ ସେମାନେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ମିଳିଛି । ରାଜସ୍ଥାନର ବୁଣ୍ଡି ଜିଲ୍ଲାରେ ଏପରି ଏକ ଅଘଟଣ ଘଟିଥିବାବେଳେ ପୋଲିସ ଏନେଇ ତଦନ୍ତ ଚଳାଇଛି । ପୋଲିସର ସୂଚନା ଅନୁସାରେ, ସୋମବାର ଠାରୁ ଯୁବତୀଙ୍କ ବାପା ଘରୁ ନିଖୋଜ ହୋଇଯାଇଥିଲେ । ହେଲେ ମଙ୍ଗଳବାର ଦିନ ଏକ ଘର ଛାତର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହାକୁ ଶୁଣିବା ମାତ୍ରେ ତାଙ୍କ ଝିଅ ଓ ଝିଅର ପୁରୁଷ ବନ୍ଧୁ ଆତ୍ମହତ୍ୟା କରିଛନ୍ତି । ମୃତ ଦୁଇଜଣ ହେଉଛନ୍ତି ତାଲେରା ସହରର ବାସିନ୍ଦା । ଯୁବକଙ୍କ ନାଁ ନାଭାଲ କିଶୋର ଗୁଟାମ (୩୦) ହୋଇଥିବା ବେଳେ ଯୁବତୀଙ୍କ ନାଁ ଯୋଗିତା କାନୱାର (୨୦) ବୋଲି କୁହାଯାଇଛି । ନାଭାଲ ଏକ ମଣ୍ଡିରେ କାମ କରୁଥିଲେ । ହେଲେ କୌଣସି କାରଣରୁ ଏପରି ଏକ ଅଘଟଣ ଘଟିଥିବା କୁହାଯାଉଛି ।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହ ଜବତ କରି ପୋଷ୍ଟମର୍ଟମ କରିବାକୁ ଚିକିତ୍ସାଳୟକୁ ପଠାଇଥିଲା । ସେଠାରେ ପୋଷ୍ଟମର୍ଟମ ହେବାପରେ ଉଭୟ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ତାହାସହ ଉଜଚଉର ଧାରା ୧୭୪ ଅନୁଯାୟୀ ପୋଲିସ ଏକ ମାମଲା ଦାୟର କରିଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ କରି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆଣିଛି । ପୋଲିସ କହିଛି, ନାଭାଲ ଓ ଯୋଗିତାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ସେଥିପାଇଁ ନିଭାଲ ଯୋଗିତାଙ୍କ ଘରକୁ ବାରମ୍ବାର ଆସୁଥିଲେ । ଯାହାକୁ ତା’ର ବାପା ଆଦୌ ପସନ୍ଦ କରୁନଥିଲେ । ଏବଂ ଲୋକ ଲଜ୍ୟାକୁ ଭୟ କରି ତାଙ୍କ ବାପା ଆତ୍ମହତ୍ୟା କରିଛନ୍ତି । ଯାହାକୁ ସହିନପାରି ତାଙ୍କ ଝିଅ ମଧ୍ୟ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଝିଅର ପ୍ରେମିକ ମଧ୍ୟ ଆତ୍ମହତ୍ୟା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking