29.1 C
Bhubaneswar
Wednesday, July 3, 2024
Homeଅପରାଧଛୁରୀରେ ନିଜ ବେକ କାଟିବା ପରେ ରାସ୍ତାରେ ବନ୍ଧୁକ ଧରି ଦୌଡିଲେ ବ୍ୟକ୍ତି; ଦେଖନ୍ତୁ ଭିଡିଓ....

ଛୁରୀରେ ନିଜ ବେକ କାଟିବା ପରେ ରାସ୍ତାରେ ବନ୍ଧୁକ ଧରି ଦୌଡିଲେ ବ୍ୟକ୍ତି; ଦେଖନ୍ତୁ ଭିଡିଓ….

ନୂଆଦିଲ୍ଲୀ: ଛୁରୀରେ ନିଜ ବେକ କାଟିବା ପରେ ଛୁରୀ ଏବଂ ବନ୍ଧୁକ ଧରି ରାସ୍ତାରେ ଦୌଡୁଥିଲେ ଜଣେ ବ୍ୟକ୍ତି । ଯାହାର ଭିଡିଓ ଏବେ ଶୋସିଆଲ୍ ମିଡିଆରେ ବେଶ୍ ଭାଇରଶଲ ହେବାରେ ଲାଗିଛି । ଆଉ ବ୍ୟକ୍ତିଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଦିଲ୍ଲୀର ନାଥୁ କଲୋନୀ ଛକ ନିକଟରେ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ରାସ୍ତାରେ ପିସ୍ତଲ ଧରି ରାସ୍ତାରେ ଦୌଡୁଥିବାର ଭିଡିଓ ସାମ୍ନାକୁ ଆସିଛି । ନିଜ ବେକ କାଟିବା ପରେ ପୋଲିସ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇବା ଭିଡିଓରେ ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ଟିମ୍ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏହି ବ୍ୟକ୍ତି ଜଣକ କୃଷ୍ଣ ଶେରୱାଲ ବୋଲି ଜଣାପଡିଛି ।

ବର୍ତ୍ତମାନ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ବ୍ୟକ୍ତି ଜଣକ ନିଜ ବେକ କାଟିବା ପରେ ହାତରେ ଛୁରୀ ଏବଂ ପିସ୍ତଲ ଧରି ନାଥୁ ଛକରେ ଦୌଡିବାକୁ ଲାଗିଥିଲା । ଏମିତି ଘଟଣା ପରେ ସ୍ଥାନୀୟ ମାର୍ଚ୍ଚ ୧୬ ରେ ସନ୍ଧ୍ୟା ୬:୪୦ ଏମଏସ ପାର୍କ ପୋଲିସ ଷ୍ଟେସନରେ ଦୁଇଟି ଚଉଜ କଲ ଆସିଥିଲା ଯେ, କୃଷ୍ଣ ଶେରୱାଲ ନାମକ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ଦେଇଛି । ସେହି ଛୁରୀଟି ନାଥୁ କଲୋନୀ ନିକଟରେ ସର୍ବସାଧାରଣ ସ୍ଥାନରେ ଏକ ପିସ୍ତଲ ଧରି ଦୌଡ଼ି କିଛି ସ୍ଥାନରେ ଗୁଳି ମଧ୍ୟ ଚଳାଇଥିଲା । ସେହି ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୯୪, ୩୯୭, ୧୮୬ ଏବଂ ୩୫୩ ଏବଂ ଆର୍ମସ ଆକ୍ଟର ଧାରା ୨୭ ଅନୁଯାୟୀ ଏମଏସ ପାର୍କ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଶେରୱାଲ ଏପରି ହେବା ପଛରେ କାରଣ ହେଉଛି ତାଙ୍କ ପତ୍ନୀଙ୍କଠାରୁ ସେ ଅଲଗା ହୋଇଥିଲେ । ଏବଂ ହତାଶ ହୋଇଥିଲେ ବୋଲି କୁହାଯାଉଛି । ପୋଲିସ ଆଗକୁ ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking