ଜେନେଭା: ଏକ ସାମ୍ବାଦିକ ସମ୍ମିଳନୀରେ ହୁ ର ଡିରେକ୍ଟର ଜେନେରାଲ ଡକ୍ଟର ଟେଡ୍ରସ ଆଧାନୋମ ଏକ ବଡ ଘୋଷଣା କରିଛନ୍ତି । ମଙ୍କିପକ୍ସକୁ ବିଶ୍ବ ମହାମାରୀ ତାଲିକାରୁ ହଟାଇଛି ହୁ । କେରୋନା ମହାମାରୀ ପରେ ବିଶ୍ବ ମହାମାରୀ ତାଲିକାରୁ ହଟିଲା ମଙ୍କିପକ୍ସ । ଏହା ଏକ ଜରୁରୀ ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବୋଲି କହିଲା ହୁ । ଏନେଇ ଟେଡ୍ରସ ଆଧାନୋମ ଗତକାଲି(ଗୁରୁବାର) ଘୋଷଣା କରିଛନ୍ତି ।
ସେ କହିଛନ୍ତି,” ବିଶ୍ବରେ ମଙ୍କିପକ୍ସ ସଂକ୍ରମଣ ହ୍ରାସ ପାଇଛି । ଏଥି ପାଇଁ ଆଉ ବିପଦ ନାହିଁ । ତେଣୁ ଏଭଳି ସ୍ଥିତିରେ ଏହାକୁ ଆଉ ବିଶ୍ବ ମହାମାରୀ କୁହାଯାଇ ପାରିବନାହିଁ । ହୁ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଏକ ଜରୁରୀ ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବୋଲି ଘୋଷଣା କରି ମୋତେ ଖୁସି ଲାଗୁଛି । ବିଶ୍ବରୁ ମଙ୍କିପକ୍ସ ଦୂର ହୋଇଯାଇଛି ଏହା ଭାବିବା ଉଚିତ ନୁହେଁ । ତେଣୁ ଏହି ଭାଇରସକୁ ନେଇ ଅବହେଳା କରିବା ଉଚିତ ନୁହେଁ ।
Yesterday, the emergency committee for #mpox met and recommended to me that the outbreak no longer represents a public health emergency of international concern.
I have accepted that advice, and am pleased to declare that mpox is no longer a global health emergency. pic.twitter.com/fImnlZUfUr
— Tedros Adhanom Ghebreyesus (@DrTedros) May 11, 2023