ଭୁବନେଶ୍ୱର : ମୋ ବସ ଧକ୍କାରେ ଯୁବତୀ ଆହତ ମାମଲାରେ ରାଜଧାନୀରେ ଉତ୍ତେଜନା ଦେଖାଦେଇଛି । ୧୫ଟି ମୋ ବସକୁ ଅଟକ ରଖିଲେ ଲୋକ । ସାଢେ ୩ ଘଣ୍ଟା ପରେ ନନ୍ଦନକାନନ ଜୟଦେବ ବିହାର ରାସ୍ତାରେ ମୋ ବସ ଗଡିଲା । ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଯୁବତୀ ଜଣଙ୍କ ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଇଥିଲା ମୋ ବସ । ଫଳରେ ଯୁବତୀ ଜଣଙ୍କ ଆହତ ହୋଇପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ସ୍ଥାନୀୟ ଅଢ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରି ଏହି ରୁଟର ପ୍ରାୟ ୧୫ଟି ମୋ ବସକୁ ଅଟକ ରଖିଥିଲେ । ଉଭୟ ରୁଟରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଦୁର୍ଘଟଣା ଘଟାଇଥିବା ବସ ଓ ଡା୍ରାଇଭରକୁ ଅଟକ ରଖିଛି ଚନ୍ଦ୍ର ଶେଖର ପୁଲିସ । ବେପରୁଆ ଗାଡି ନ ଚଳାଇବାକୁ ରୁଟ ଅଧିକାରୀଙ୍କୁ ତାଗିଦ କରିଛି ପୋଲିସ ।