16.1 C
Bhubaneswar
Tuesday, November 26, 2024
Homeଓଡିଶା୨୦ ବର୍ଷ ପରେ ଆକାଶରେ ଦୃଶ୍ୟମାନ ହେବେନି ତାରା !

୨୦ ବର୍ଷ ପରେ ଆକାଶରେ ଦୃଶ୍ୟମାନ ହେବେନି ତାରା !

ଭୁବନେଶ୍ୱର: ଭବିଷ୍ୟତରେ ଲୋକମାନେ ଆକାଶରେ ତାରା ଦେଖୀପାରିବେ ନାହିଁ। ଆଲୋକ ପ୍ରଦୂଷଣ ଯୋଗୁଁ ୨୦ ବର୍ଷରେ ଆକାଶରୁ ତାରା ଅଦୃଶ୍ୟ ହୋଇଯିବ ବୋଲି ବୈଜ୍ଞାନିକମାନେ ଚେତାଇଦେଇଛନ୍ତି। ପରିବେଶର ଏକ ଅଂଶ ବିଶେଷ ହେଉଛି ଆକାଶରେ ଦେଖାଯାଉଥିବା ତାରା। ଯଦି ଆଗାମୀ ପିଢ଼ି ଏହାକୁ ଦେଖୀ ନପାରିବେ, ତେବେ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଗତ କିଛି ବର୍ଷ ହେବ ଆଲୋକ ପ୍ରଦୂଷଣ ବଢ଼ିବାରେ ଲାଗିଛି। ମୁଖ୍ୟତଃ ୨୦୧୬ ମସିହାରୁ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର ଏକମାତ୍ର କାରଣ ହେଉଛି ମଣିଷ ଦ୍ବାରା ବ୍ୟବହୃତ ଏଲ୍‌ଇଡି ଲାଇଟ୍‌। ଲଗାତାର ବଢ଼ୁଥିବା ପ୍ରଦୂଷଣ ଯୋଗୁଁ ରାତିରେ ତାରା ବର୍ଷକୁ ୧୦ ପ୍ରତିଶତ ଚିକ୍‌ମିକ୍‌ କରୁଛନ୍ତି।

ତେବେ କୃତ୍ରିମ ଲାଇଟ୍‌, ମୋବାଇଲ୍ ଓ ଲାପଟପ୍‌ ଭଳି ଅତ୍ୟାଧୁନିକ ଗ୍ୟାଜେଟ୍‌ର ଅଧିକ ବ୍ୟବହାର, ଶୋ ରୁମ୍‌ ବାହାରଗୁଡ଼ିକରେ ଲାଗିଥିବା ଏଲ୍‌ିଡି ଲାଇଟ୍‌, କାର୍‌ ହେଡ୍‌ଲାଇଟ୍ ଯୋଗୁଁ ଆଲୋକ ପ୍ରଦୂଷଣ ବଢ଼ିବାରେ ଲାଗିଛି। ସେହିପରି ଏହା ଯୋଗୁଁ ଅାକାଶର ରଙ୍ଗ କଳା ପରିବର୍ତ୍ତେ ଧୂସର ହେବାରେ ଲାଗିଛି। ଏହି ପ୍ରଦୂଷଣ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଯଦି ଗୋଟିଏ ପିଲା, ଏମିତି ଏକ ସ୍ଥାନରେ ଜନ୍ମ ନିଏ, ଯେଉଁଠି ରାତିରେ ୨୫୦ ତାରା ଦେଖା ଦେଉଥିବେ, ସେହି ପିଲାକୁ ୧୮ ବର୍ଷ ହେଲା ବେଳକୁ ସେ ୧୦୦ ତାରା ଦେଖୀବାକୁ ସକ୍ଷମ ହେବ। ସେହିପରି ଯେଉଁଭଳି ଭାବେ ବୟସ ବଢ଼ିବ, ତାରା ଦେଖିବା ସଂଖ୍ୟା ହ୍ରାସ ପାଇବ। ଏହି ସମସ୍ୟାର ସମାଧାନ କରିବା ପାଇଁ ଆଲୋକ ପ୍ରଦୂଷଣକୁ ଦୂରେଇବା ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking