30.1 C
Bhubaneswar
Saturday, October 5, 2024
Homeଅପରାଧଅଫତାବଙ୍କ ଆକାଉଣ୍ଟରେ କଳା କନା ବୁଲାଇଲେ ସାଇବର ଠକ

ଅଫତାବଙ୍କ ଆକାଉଣ୍ଟରେ କଳା କନା ବୁଲାଇଲେ ସାଇବର ଠକ

ନୂଆଦିଲ୍ଲୀ: ସାଇବର ଠକେଇଙ୍କ ଶିକାର ହେଲେ ବଲିଉଡ ହିରୋ ଅଫତାବ ଶିବଦସାନୀ। କେୱାଇସି
ଅପଡେଟ୍‌ କରିବା ନାଁରେ ସାଇବର ଠକ ଅଫତାବଙ୍କଠାରୁ ଲୁଟି ନେଲେ ଦେଢ ଲକ୍ଷ ଟଙ୍କା । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତ ରବିବାର ଅଫତାବଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା। ଯେଉଁଥିରେ ତାଙ୍କୁ ନିଜ କେୱାଇସି
ଅପଡେଟ୍‌ କରିବାକୁ କୁହାଯାଇଥିଲା। ଏହାପରେ ଅଫତାବ ଉକ୍ତ ମେସେଜ ଉପରେ କ୍ଲିକ୍‌ କରିବାରୁ ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟି ଯାଇଥିଲା।
ଏନେଇ ସେ ବ୍ୟାଙ୍କକୁ ଅବଗତ କରିବା ପରେ ଥାନାରେ ଏକ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଫତାବ ବଲିଉଡର ସୁପରହିଟ୍‌ ଫିଲ୍ମ ମସ୍ତ, ମସ୍ତି, ହଙ୍ଗାମା ଆଦି ଫିଲ୍ମରେ ଅଭିନୟ କରିଛନ୍ତି।
ଅଫତାବଙ୍କ ପୂର୍ବରୁ ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫଙ୍କ ଆକାଉଣ୍ଟରୁ ୫୮ ଲକ୍ଷ ଟଙ୍କା ଲୁଟ୍‌ ହୋଇ ଯାଇଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ବଲିଉଡ ଅଭିନେତା ଅନୁ କପୁରଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଠକେଇ ହେବା ଅଭିଯୋଗରେ ପୁଲିସ୍‌ ଜଣଙ୍କୁ ବାନ୍ଧିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking