31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଡିଡବ୍ଲ୍ୟୁ ସାମ୍ବାଦିକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ହତ୍ୟା କଲେ ତାଲିବାନୀ

ଡିଡବ୍ଲ୍ୟୁ ସାମ୍ବାଦିକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ହତ୍ୟା କଲେ ତାଲିବାନୀ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦେଶରେ ସ୍ଥିତି ଖରାପ ହେବାରେ ଲାଗିଛି । ସାମ୍ବାଦିକଙ୍କୁ ଟାର୍ଗେଟ ବନାଉଥିବା ତାଲିବାନୀମାନେ ଡିଡବ୍ଲୁ ସାମ୍ବାଦିକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଓ ଆଉ ଜଣଙ୍କୁ ଆହତ କରିଛନ୍ତି ।
ତାଲିବାନୀମାନେ ଘର ଘର ବୁଲି ଜର୍ମାନୀରେ କାମ କରୁଥିବା ସାମ୍ବାଦିକଙ୍କ ଘରର ତଲାସୀ କରୁଛନ୍ତି । ଏହାରି ମଧ୍ୟରେ ସେମାନେ ଡିଡବ୍ଲୁ ସାମ୍ବାଦିକଙ୍କ ଘରେ ପଶି ଗୁଳି ଚାଳନା କରିଥିଲେ । ଗୁଳି ଚାଳନା ସମୟରେ ସାମ୍ବାଦିକଙ୍କ ଅନ୍ୟ ସଂପର୍କୀୟ ସେଠାରୁ ଦୌଡି ପଳାଇବାରେ ସଫଳ ହୋଇଥିଲେ ।
ଡିଡବ୍ଲୁର ମହାନିର୍ଦ୍ଦେଶକ ପିଟର ଲିମ୍ବର୍ଗ ଏହି ଘଟଣାକୁ କଡା ନିନ୍ଦା କରିବା ସହିତ ଜର୍ମାନ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତାଲିବାନୀ କାବୁଲ ଓ ଅନ୍ୟ ପ୍ରାନ୍ତରେ ସାମ୍ବାଦିକଙ୍କୁ ଖୋଜୁଛନ୍ତି ।
ରିପୋର୍ଟରେ କୁହାଯାଇଛି, ତାଲିବାନ ଡିଡବ୍ଲୁ ପାଇଁ କାମ କରୁଥିବା ୩ ଜଣ ସାମ୍ବାଦିକଙ୍କ ଘରେ ତଲାସୀ କରିଥିଲେ । ଗୋଟିଏ ମାସ ପୂର୍ବରୁ ତାଲିବାନ ବିଶ୍ୱ ପ୍ରସିଦ୍ଧ ଭାରତୀୟ ଫଟୋଗ୍ରାଫର ଓ ପୁଲିତଜର ପୁରସ୍କାର ବିଜେତା ଦାନିଶ ସିଦ୍ଦିକିଙ୍କୁ କନ୍ଧାରରେ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking