17.1 C
Bhubaneswar
Tuesday, November 26, 2024
Homeବ୍ରେକୀଙ୍ଗକରୋନା ରୋଗୀଙ୍କୁ ସ୍ନାୟୁ ରୋଗ ପରାମର୍ଶ

କରୋନା ରୋଗୀଙ୍କୁ ସ୍ନାୟୁ ରୋଗ ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହାସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର ମଧ୍ୟ ଦେଇଛନ୍ତି । କରୋନା ଦ୍ୱାରା ଶରୀରର ବିଭିନ୍ନ ସ୍ନାୟୁ ଆକ୍ରାନ୍ତ ହେବା ସମ୍ଭାବନା ରହିଛି । କଟକ ଏସ୍‌ସିବି ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ମଲ୍ଲିକଙ୍କ ସୂଚନା । କରୋନା ଆକ୍ରାନ୍ତ ହେଲେ ମସ୍ତିଷ୍କ ସହ ସମସ୍ତ ସ୍ନାୟୁ ପ୍ରଭାବିତ ହୋଇଥାଏ । କରୋନା ଆକ୍ରାନ୍ତ ମାସେ କିମ୍ବା ୨ ମାସ ପର୍ଯ୍ୟନ୍ତ ବାସ୍ନା ବାରିପାରିବେ ନାହିଁ । ଭୟଭୀତ ହେବାର ନାହିଁ, ଧୀରେ ଧୀରେ ରୋଗୀ ବାସ୍ନା ବାରିପାରିବେ । କୌଣସି ଭାଇରାଲ ଜ୍ୱର ହେଲେ ମୁଣ୍ଡ, ମାଂସପେଶୀ ବିନ୍ଧା ହୁଏ ।

ତେବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ମୁଣ୍ଡବିନ୍ଧା, ଦେହବିନ୍ଧା ବେଶି ହୋଇପାରେ । ପକ୍ଷାଘାତ ରୋଗୀଙ୍କୁ କରୋନା ହେଲେ ଭୟଭୀତ ହେବାର କାରଣ ନାହିଁ । କରୋନା ସଂକ୍ରମଣ ହେଲେ ଡାଇବେଟିସ ମାତ୍ରା ବଢିଯାଇପାରେ । ପୁରୁଣା ପକ୍ଷାଘାତ ରୋଗୀ ଘରେ ରହି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking