18.1 C
Bhubaneswar
Tuesday, November 19, 2024
Homeଓଡିଶାନିଯୁକ୍ତିରୁ ହଟିଲା ‘ଠିକା’: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ନିଯୁକ୍ତିରୁ ହଟିଲା ‘ଠିକା’: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର: କ୍ୟାବିନେଟ୍ ନିଷ୍ପତ୍ତିକ୍ରମେ ରାଜ୍ୟ ସରକାର ନିଯୁକ୍ତିରୁ ହଟାଇଥିଲେ ‘ଠିକା’ ଶବ୍ଦ । ଏନେଇ ଓଡ଼ିଶା ‘ବର୍ଗ-ଖ ଚୁକ୍ତିନାମା ନୁଯୁକ୍ତି ନିୟମ-୨୦୧୩’ର ସଂଶୋଧିତ ପ୍ରସ୍ତାବରେ ବି କ୍ୟାବିନେଟ୍ ମୋହର ବାଜିିଥିଲା । ନୂଆ ନାମ ‘ଇନିସିଆଲ ଆପଏଣ୍ଟିଜ୍‌’ ଭାବେ ପରିଗଣିତ ହେବ ଏବଂ କର୍ମଚାରୀମାନେ ପ୍ରଥମ ବର୍ଷରୁ ସ୍ଥାୟୀ ନିଯୁକ୍ତିର ୫୦ ପ୍ରତିଶତ ଦରମା ପାଇବେ ବୋଲି ସରକାର ଐତିହାସିକ ନିଷ୍ପତ୍ତି ନେଇଥିଲେ । ବୁଧବାର ଏହାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସଂଶୋଧିତ ନିୟମର ଗ୍ରୁପ-ବି ଏବଂ ଗ୍ରୁପ୍‌-ସି ଓ ଗ୍ରୁପ-ଡି ପାଇଁ ବିସ୍ତୃତ ଭାବେ ବର୍ଣ୍ଣନା ହୋଇଛି । ନୂତନ ଭାବେ ‘ଓଡ଼ିଶା ଗ୍ରୁପ୍‌-ସି ଓ ଗ୍ରୁପ-ଡି ଚୁକ୍ତିନାମା ନିଯୁକ୍ତି ସଂଶୋଧିତ ନିୟମ-୨୦୨୧’ ଏବଂ ‘ଓଡ଼ିଶା ଗ୍ରୁପ୍‌-ସି ଓ ଗ୍ରୁପ-ଡି ଚୁକ୍ତିନାମା ନିଯୁକ୍ତି ସଂଶୋଧିତ ନିୟମ-୨୦୨୧’ ପ୍ରକାଶିତ ହୋଇଛି ।
ଓଡ଼ିିଶା ବର୍ଗ-ଖ (ଚୁକ୍ତିନାମା ନିଯୁକ୍ତି) ନିୟମ, ୨୦୧୩ର ସଂଶୋଧନ ହୋଇଛି । ଏବେ ଫଳରେ କର୍ମଚାରୀମାନେ ପ୍ରଥମ ବର୍ଷରୁ ସ୍ଥାୟୀ ନିଯୁକ୍ତିର ୫୦ ପ୍ରତିଶତ ଦରମା ପାଇବେ । ଏଥିସହ ମିଳିବ ‘ମେଡିକାଲ ଟ୍ରିଟ୍‌ମେଣ୍ଟ ରିଅମ୍ବର୍ସମେଣ୍ଟ’ ବା ଆରସିଏମ୍ ଭତ୍ତା ।

ଏବେ କର୍ମଚାରୀମାନଙ୍କ ଦରମା ୯,୩୦୦ରୁ ୩୪,୮୦୦ ହେବ । ପ୍ରଥମ ବର୍ଷ ଏମାନେ ମାସିକ ଦରମା ୨୫,୩୦୦ ଟଙ୍କା ରହିବ । ସେହିପରି ଦ୍ୱିତୀୟ ବର୍ଷ ୨୬, ୫୦୦ ଟଙ୍କା,ତୃତୀୟ ବର୍ଷ ୨୭,୮୦୦, ଚତୁର୍ଥ ବର୍ଷ ୨୯, ୨୦୦ ଟଙ୍କା, ପଞ୍ଚମ ବର୍ଷ ୩୦,୬୦୦ ଟଙ୍କା ଓ ଷଷ୍ଠ ବର୍ଷ ୩୨,୧୦୦ ଟଙ୍କାର ଦରମା ପାଇବେ । ଠିକାରେ ୬ ବର୍ଷ ପରେ ସ୍ଥାୟୀ ନିଯୁକ୍ତି ମିଳୁଥିଲା ।  ଅନ୍ୟପକ୍ଷରେ ରାଜ୍ୟରେ ଓଡ଼ିଶା ଗ୍ରୁପ-ସି ଓ ଗ୍ରୁପ୍ ପଦବୀର (ଚୁକ୍ତିନାମା ନିଯୁକ୍ତି) ନିୟମ, ୨୦୧୩ ସଂଶୋଧିତ ହୋଇଛି । ଏଥିରେ ରୁଲ୍ସ ୨ ଓ ସବ୍‌-ରୁଲ୍ସ (୧)ରେ ପରିବର୍ତ୍ତନ ହୋଇଛି ।‘ଇନିସିଆଲ ଆପଏଣ୍ଟିଜ୍‌’ ଅର୍ଥର ବ୍ୟାଖ୍ୟା ରୁଲ୍ସ-୫ରେ ହୋଇଛି ।

ସେହିପରି ଚାକିରୀର କାର୍ଯ୍ୟକାଳ ଓ ଦରମା ଆଦି ସବ୍‌-ରୁଲ୍ସ (୩) ଓ (୪)ରେ ସ୍ପଷ୍ଟ କରାଯାଇଛି । ସେହିପରି ନିୟମାବଳୀର ରୁଲ୍ସ-୧୦ ଏବଂ ରୁଲ୍ସ-୧୧ ଅନୁଯାୟୀ ଯେଉଁ କର୍ମଚାରୀ ଉକ୍ତ ନିୟମ ଅନୁଯାୟୀ ନିଯୁକ୍ତ ହୋଇଥାନ୍ତି ସେମାନଙ୍କ ପାଇଁ ପ୍ରାରମ୍ଭିକ ପାରିଶ୍ରମିକ ଏବଂ ପ୍ରତ୍ୟେକ ବର୍ଷ ସେବା ସମାପ୍ତ ହେବା ପରେ ପାରିଶ୍ରମିକର ବୃଦ୍ଧି କରାଯାଇଛି । ଏଥିପାଇଁ ବାର୍ଷିକ ରାଜ୍ୟ ସରକାର ୨୫୦କୋଟି ଅତିରିକ୍ତ ଖର୍ଚ୍ଚ କରିବେ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking