26.1 C
Bhubaneswar
Sunday, October 6, 2024
Homeବଲିଉଡସପରିବାର ସହ ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କଲେ ଅଭିନେତ୍ରୀ ରୁବିନା

ସପରିବାର ସହ ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କଲେ ଅଭିନେତ୍ରୀ ରୁବିନା

ମୁମ୍ବାଇ : ରୁବିନା ଦିଲାୟକ ଓ ତାଙ୍କ ସ୍ୱାମୀ ଅଭିନବ ଶୁକ୍ଳାଙ୍କ ଦୁଇଝିଅ ସହିତ  ଏକ ଫଟୋ  ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି । ଯେଉଁଥିରେ ସେମାନେ  ଅମୃତସରର ସ୍ୱର୍ଣ୍ଣ ମନ୍ଦିର ନିକଟରେ ତାଙ୍କର ଦୁଇ ଯାଆଁଳା ଝିଅ ଏଧା ଏବଂ ଜୀବାଙ୍କ ସହ ଠିଆ ହୋଇଥିବାର  ଦେଖିବାକୁ ମିଳିଛି । ରୁବିନା ଦିଲାୟକଙ୍କର ଜଣେ  ପ୍ରଶଂସକ ଏହି ଫଟୋକୁ ସେୟାର କରିଛନ୍ତି । ଫଟୋରେ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଝିଅ ତାଙ୍କର କୁନି କୁନି ହାତରେ ପିତାଙ୍କୁ ଦେଖି ହାତ ଯୋଡିବାକୁ ଚେଷ୍ଟା କରୁଛନ୍ତି ।   ପ୍ରଥମଥର ପାଇଁ ରୁବିନା ଦିଲାୟକ  ତାଙ୍କ ଝିଅମାନଙ୍କ ଚେହେରା ଦୁନିଆକୁ ଦେଖାଇଛନ୍ତି । ସୂଚନା ଅନୁସାରେ  ସେ ଗତ ନଭେମ୍ବର ୨୭ ତାରିଖରେ ଦୁଇ ଜାଆଁଳା ଝିଅକୁ ଜନ୍ମ ଦେଇଥିଲେ ।  ବର୍ତ୍ତମାନ ପ୍ରାୟ ୧୧ ମାସ ପରେ ରୁବିନାଙ୍କୁ ୁଏକ ଭିନ୍ନ ଲୁକରେ ଦର୍ଶକ ଦେଖିବାକୁ ପାଉଛନ୍ତିା ରୁୁବିନା ତାଙ୍କର ସିରିଏଲ ଜଗତରେ ଛୋଟି ବହୁ, ଶକ୍ତି ପରି ହିଟ ସିରିଏଲ କରି ପ୍ରଶଂସକଙ୍କ ମନ ଜିଣିଛନ୍ତି । ଖୁବଶୀଘ୍ର ଦର୍ଶକ ରୁବିନା ଦିଲାୟକଙ୍କୁ ହିନ୍ଦୀ ଚଳଚ୍ଚିତ୍ର ହମ ତୁମ ମାକଟବରେ ଦେଖିବାକୁ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking