31.1 C
Bhubaneswar
Friday, September 20, 2024
Homeଦେଶ ବିଦେଶରାଜନୀତିରେ ପ୍ରବେଶ ଖବରକୁ ନେଇ ରିଜେକ୍ଟ କଲେ ଅଭିନେତ୍ରୀ କଙ୍ଗନା ରଣାୱତ

ରାଜନୀତିରେ ପ୍ରବେଶ ଖବରକୁ ନେଇ ରିଜେକ୍ଟ କଲେ ଅଭିନେତ୍ରୀ କଙ୍ଗନା ରଣାୱତ

ମୁମ୍ଵାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ଚଳିତ ବର୍ଷ ତାଙ୍କ ଚଳଚ୍ଚିତ୍ର ବିଶେଷ କିଛି ଭଲ ପ୍ରଦର୍ଶନ କରିନାହିଁ। ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ତେଜସ୍ ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ରିଲିଜ୍ ହୋଇଥିବା ଚନ୍ଦ୍ରମୁଖୀ ମଧ୍ୟ ଦର୍ଶକଙ୍କୁ ଅଧିକ ପସନ୍ଦ ଆସିନଥିଲା। ଚଳଚ୍ଚିତ୍ରର ଫ୍ଲପ୍ ପରେ, ବର୍ତ୍ତମାନ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅଭିନେତ୍ରୀଙ୍କ ବିଷୟରେ ଖବର ଆସୁଛି ଏବେ ଏହି ଗୁଜବ ଉପରେ ଅଭିନେତ୍ରୀ ପ୍ରତିକ୍ରିୟା ରଖିଛନ୍ତି।   

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କଙ୍ଗନା ରଣାୱତଙ୍କ ନିର୍ବାଚନ ପୋଷ୍ଟର ଦେଖିବାକୁ ମିଳେ। ଏହି ପୋଷ୍ଟରରେ ଅଭିନେତ୍ରୀଙ୍କୁ ହାତ ଯୋଡି ଥିବାର ଦେଖିବାକୁ ମିଳୁଛି ଏହି ଭାଇରାଲ ପୋଷ୍ଟ ଅନୁଯାୟୀ, ବିଜେପି ଭିତରି ଲୋକମାନେ କଙ୍ଗନାଙ୍କୁ କିରନ୍ ଖେରଙ୍କ ସ୍ଥାନ ରିପଲେସ୍କରିବେ ବୋଲି କୁହାଯାଉଛି। ଅଭିନେତ୍ରୀଙ୍କ ରାଜନୀତି ପ୍ରବେଶକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଯାହା ତାଙ୍କ ଅଭିନୟ କ୍ୟାରିୟରରେ ଏକ ବଡ ପରିବର୍ତ୍ତନ ହୋଇପାରେ ଏଥି ସହ ଅଭିନେତ୍ରୀ ମଧ୍ୟ ଏହି ଖବରକୁ ପ୍ରତିକ୍ରିୟା ଦେଇଛନ୍ତି।

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ରାଜନୀତିରେ ପ୍ରବେଶକୁ ନେଇ ଭାଇରାଲ ଖବରକୁ ରିଜେକ୍ଟ କରିଛନ୍ତି। ସ୍ପଷ୍ଟ କରି କହିଛନ୍ତି ସମ୍ପୂର୍ଣ୍ଣ ଭୁଲ୍ ଏବଂ ଏହି ବିବୃତ୍ତିକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛନ୍ତି। କହିବାକୁ ଗଲେ କଙ୍ଗନା ରାଜନୀତିରେ ପ୍ରବେଶ କରିବା ବିଷୟରେ କହିଥିଲେ ଯେ ଯଦି ସେ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ପାଆନ୍ତି, ତେବେ ସେ ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ ଏହା ଏକ ଇଶ୍ୱରୀୟ ସଙ୍କେତ କିମ୍ବା ଆଶୀର୍ବାଦ ବୋଲି ବିଶ୍ଵାସ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking