ଉନ୍ନାଓ : ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଜଣେ ଯୁବତୀଙ୍କୁ ବାରମ୍ବାର ପିଛା କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଜଣେ ୨୦ ବର୍ଷୀୟା ଯୁବତୀ ତାଙ୍କୁ ପିଛା କରୁଥିବା ଯୁବକଙ୍କ ଉପରକୁ ଏସିଡ୍ ଆକ୍ରମଣ କରିଛନ୍ତି। ଘଟଣାଟି ଘଟିଛି, ମୋରାୱାନ୍ ଥାନା ଅଧୀନସ୍ଥ ଗୋଡ଼ମାଉ ଗ୍ରାମରେ ।
ସୂଚନା ଅନୁଯାୟୀ, ବାରମ୍ବାର ରୋହିତ ଯାଦବ ଯୁବତୀଙ୍କୁ ଯଉଠି ଦେଖନ୍ତି ହଇରାଣ ହରକତ କରନ୍ତି । ପ୍ରେମ ନିବେଦନ କରି ହଇରାଣ କରନ୍ତି । ଏଥିରେ ଯୁବତୀ ରାଗିଯାଇ ରୋହିତଙ୍କ ଉପରକୁ ଏସିଡ୍ ଆକ୍ରମଣ କରିଥିଲେ । ୨୪ ବର୍ଷୀୟ ରୋହିତ ଯାଦବ ଏସ୍ଡି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ଏକ ହସ୍ପିଟାଲ୍ରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ଏକତରଫା ପ୍ରେମର କରୁଣ ପରିଣତି ବୋଲି ଜଣାପଡ଼ିଛି ।
https://onakhabar.com/2020/01/27/minor-girl/