30.1 C
Bhubaneswar
Wednesday, April 24, 2024
Homeଅପରାଧମୁକେଶ ସିଂହର ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ମୁକେଶ ସିଂହର ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ରାଜକ୍ଷମା ନାକଚ ବିରୋଧରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ମୁକେଶ ସିଂହ କରିଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ବୁଧବାର ଦିନ ଖାରଜ କରିଛନ୍ତି। ବିଚାରପତି ଆର୍‌. ବାନୁମତୀଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତି ଖଣ୍ଡପୀଠ ରାୟ ଦେଇ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଠାରେ ସରକାର ସମସ୍ତ ପ୍ରାସଙ୍ଗିକ କାଗଜପତ୍ର ଦାଖଲକରିନାହାନ୍ତି ବୋଲି ମୁକେଶ ସିଂହ ବାଢ଼ିଥିବା ଯୁକ୍ତିର କୌଣସି ଯଥାର୍ଥତା ନାହିଁ।  ଅଦାଲତ ଦେଇଥିବା ଫାଶୀଦଣ୍ଡରୁ ମୁକ୍ତି ପାଇବା ଲାଗି ରାଜକ୍ଷମା ନିମନ୍ତେ ମୁକେଶ ଭାରତର ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ। କିନ୍ତୁ, ରାଷ୍ଟ୍ରପତିଙ୍କ ଦ୍ୱାରା ତାହା ଖାରଜ ହୋଇଥିଲା।ଜେଲ୍‌ରେ ଦୁର୍ଦ୍ଦଶା ଏବଂ ଅପମାନ ଭୋଗିଛି ବୋଲି ମୁକେଶ ସିଂହ କହିଥିବା କଥାକୁ ମଧ୍ୟ ଖଣ୍ଡପୀଠ ଏଡ଼ାଇ ଦେଇଛନ୍ତି। ତେବେ ଫାଶୀ ପାଇଁ ଆଉ ମାତ୍ର ୩ଦିନ ବାକି ରହିଛି। ଏଭଳି ପରିସ୍ଥିତିରେ ବି ନିର୍ଭୟାର ୪ଜଣ ଦୋଷୀ ମୁକେଶ ସିଂହ, ବିନୟ, ଅକ୍ଷୟ ଓ ପବନ ଗୁପ୍ତା ଫାଶୀରୁ ବଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ପୂର୍ବରୁ ହିଁ ଖାରଜ କରି ଦିଆଯାଇଛି।
https://onakhabar.com/2020/01/29/acid-attack-on-uttar-pradesh/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking