27.1 C
Bhubaneswar
Friday, November 22, 2024
Homeଅପରାଧନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୭ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୭ ବର୍ଷ ଜେଲ୍

ବ୍ରହ୍ମପୁର:  ବ୍ରହ୍ମପୁର ଆସିଷ୍ଟାଣ୍ଟ୍ ସେସନ କୋର୍ଟ ଜଜ୍ ଅମରେଶ ନାୟକ ଆଜି ଜନୈକା ନାବାଳିକାକୁ ଦୁଷ୍କର୍ମ ମାଲାର ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣରୁ ଅଭିଯୁକ୍ତକୁ ୭ ବର୍ଷ ଜେଲ୍ ଦଣ୍ଡର ଶୁଣାଣି କରିଛନ୍ତି । ଏହା ସହ ୫ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି। ଜୋରିମାନା ଅନାଦେୟ ଆଉ ୩ ମାସ ଅଧିକ ଜେଲ ଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ  ହେଲେ ଜଗବନ୍ଧୁ ବେହେରା । ଏହି ମାମଲାର ବିଚାରଣା ବେଳେ ୧୭ ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ଼ କରାଯାଇଥିଲା । କୋର୍ଟ ପୀଡିତାକୁ କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୨୦୧୧ ମସିହାରେ ଜନୈକା ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗଙ୍କୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ମାମଲାରେ ପୁଲିସ ଅଭିଯୁକ୍ତ ଜଗବନ୍ଧୁ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି କୋର୍ଟ ଅଭିଯୁକ୍ତଙ୍କୁ ୭ ଜେଲ୍ ଦଣ୍ଡର ଶୁଣାଣି କରିଥିଲେ । ସରକାରଙ୍କ ପକ୍ଷରୁ ଏପିପି ଆରତୀ ପଟ୍ଟନାୟକ ମାମଲାର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking