27.1 C
Bhubaneswar
Friday, June 28, 2024
Homeଓଡିଶାଘାଟିରେ ଓଲଟିଲା ଟ୍ରକ୍‌; ଗାଡ଼ି ସହ ଜଳିଗଲେ ଡ୍ରାଇଭର

ଘାଟିରେ ଓଲଟିଲା ଟ୍ରକ୍‌; ଗାଡ଼ି ସହ ଜଳିଗଲେ ଡ୍ରାଇଭର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ୨ଟି ଟ୍ରକ୍‌ ୨୦ ଫୁଟ ତଳକୁ ଖସି ଯାଇଥିଲା। ଏହାପରେ ସେଥି ମଧ୍ୟରୁ ଗୋଟିଏ ଟ୍ରକ୍‌ରେ ନିଆଁ ଲାଗି ଡ୍ରାଇଭର ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି। ଅନ୍ୟ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି।

ଆଜି ସକାଳ ପ୍ରାୟ ୮ଟା ପରେ ଏକ ତେଲ ବୋଝେଇ ଟ୍ରକ୍‌ ଓ ଏକ ଟ୍ୟାଙ୍କର କେନ୍ଦୁଝରରୁ ବାରିପଦା ଅଭିମୁଖେ ଆସୁଥିଲେ। ମାତ୍ର ବାଙ୍ଗିରିପୋଷି ଘାଟିରେ ତଳକୁ ଓହ୍ଲାଉଥିବା ବେଳେ ପାଖାପାଖି ଥିବା ୨ଟି ଗାଡ଼ି ଭାରସାମ୍ୟ ହରାଇ ବସି ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଏହାପରେ ତତ୍‌କ୍ଷଣାତ ତେଲ ବୋଝେଇ ଟ୍ରକ୍‌ରେ ନିଆଁ ଲାଗି ଜଳିଯିବା ସହ ଡ୍ରାଇଭର ଜଳି ଯାଇଛନ୍ତି। ବିଶୋଇ ଓ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking