28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ୭ ଜୀବନ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ୭ ଜୀବନ

ରାୟପୁର: କୋର୍ବାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଛିଡା ହୋଇଥିବା ଟ୍ରଲରକୁ ଧକ୍କା ଦେଲା ବସ୍ । ଫଳରେ ୭ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୋମବାର ଭୋର ୪ଟା ସମୟରେ ଘଟିଛି ଏହି ଦୁର୍ଘଟଣା । ରାୟପୁରରୁ ସୀତାପୁର ଯାଉଥିବା ଏକ ମେଟ୍ରୋ ବସ୍ ମଡାଇ ନିକଟରେ ଛିଡା ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେବାରୁ ୭ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ରହିଛି । ସୋମବାର ସକାଳ ୪ଟା ସମୟରେ ପୋଣ୍ଡି ଉପୋରଡା ୧୩୦ ନମ୍ବର ଜାତୀୟ ରାଜପଥ ନିକଟରେ ରାୟପୁରରୁ ସୀତାପୁର ଯାଉଥିବା ଏକ ମେଟ୍ରୋ ବସ୍ ମଡାଇ ନିକଟରେ ଛିଡା ହୋଇଥିବା ଏକ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା ।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବସଟି ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ, ୨ଜଣ ମହିଳା ଏବଂ ଜଣେ ଶିଶୁ ଥିବା ସୂଚନା ରହିଛି ।ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମୃତକଙ୍କୁ ଉଦ୍ଧାର କରାଯାଇ ପୋଡି ଉପୋରଡାର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking