ମୟୁରଭଞ୍ଜ : ମୟୁରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ବେଶ କିଛିଦିନ ହେବ ଲଗାତାର ଘଟିଚାଲିଛି ଦୁର୍ଘଟଣା । ଦୁର୍ଘଟଣା ଥମିବାର ନାଁ ଧରୁ ନ ଥିଲା ବେଳେ ଆଜି ପୁଣି ଏକ ମର୍ମଦୁନ୍ଦ ସଡକ ଦୁର୍ଘଟଣା ଘଟିଯାଇଛି । ଏକ ଘରେଇ ଯାତ୍ରୀବାହି ବସକୁ ପିଟିଲା ଲୁହା ପଥର ବୋଝେଇ ଟ୍ରକ, ଦୁଇ ଗୁରୁତ୍ତର ପାଞ୍ଚ ଆହତ । ସୂଚନା ଅନୁସାରେ ଆଜି ବାରିପଦା ରୁ ବାଦାମପାହାଡ଼ ଯାଉଥିବା ଆନନ୍ଦ ନାମକ ଏକ ଘରୋଇ ଯାତ୍ରୀବାହି ବସ ଘାଟି ଚଢ଼ୁ ଥିଲା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ,ବସଟିକୁ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ଘାଟି ତଳକୁ ଖସି ପଡ଼ିଥିଲା ବେଳେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତ୍ତର ହେଇଥିଲା ବେଳେ ପାଞ୍ଚଜଣ ସାମାନ୍ୟ ଆହତ ହେଇଛନ୍ତି । ଗୁରୁତ୍ତର ଯାତ୍ରୀ ଜଣକ ହେଲେ ରତିକାନ୍ତ ମଣ୍ଡଳ । ଗୁରୁତ୍ତର ଯାତ୍ରୀକୁ ପ୍ରାଥମିକ ଚିକିତ୍ସା ପରେ PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠେଇ ଦିଆ ଯାଇଥିଲା ବେଳେ, ଆହତଙ୍କ ଚିକିତ୍ସା ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାରୀ ରହିଛି । ଅନ୍ୟପଟେ ଟ୍ରକ ଚାଳକ ଟ୍ରକତଳେ ଚାପି ହେଇ ରହିଥିଲା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାପଡିଛି ।
https://onakhabar.com/2020/03/04/inverted-gas-tanker/