34.5 C
Bhubaneswar
Tuesday, April 7, 2026
Homeଦେଶ ବିଦେଶପୃଥକ ପୃଥକ ବସ୍‌ ଦୁର୍ଘଟଣାରେ ଚାଲିଗଲା ୪୦ ଜଣଙ୍କ ଜୀବନ

ପୃଥକ ପୃଥକ ବସ୍‌ ଦୁର୍ଘଟଣାରେ ଚାଲିଗଲା ୪୦ ଜଣଙ୍କ ଜୀବନ

ଇସ୍‌ଲାମ୍‌ବାଦ୍‌: ପୃଥକ ପୃଥକ ସ୍ଥାନରେ ୨ଟି ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪୦ ଜଣ ଲୋକ। ଏମାନଙ୍କ ମଧ୍ୟରେ ୧୧ ଜଣ ତୀର୍ଥ ଯାତ୍ରୀ ରହିଛନ୍ତି। ପାକିସ୍ତାନରେ ଘଟିଥିବା ଏପରି ଡବଲ ବସ୍‌ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ପ୍ରଥମ ଦୁର୍ଘଟଣାଟି ବାଲୋଚିସ୍ତାନର ମାକରନ ଉପକୂଳ ଜାତୀୟ ରାଜପଥରେ ଘଟିଛି। ୭୦ ଜଣ ତୀର୍ଥ ଯାତ୍ରୀ ଗୋଟିଏ ବସ୍‌ରେ ଇରାନରୁ ପଞ୍ଜାବ ପ୍ରଦେଶକୁ ଆସୁଥିଲେ। ଏମାନେ ସମସ୍ତେ ଶିହା ତୀର୍ଥଯାତ୍ରୀ। ବସଟି ପଞ୍ଜାବ ପ୍ରଦେଶ ଅଭିମୁଖେ ଆସୁଥିବା ବେଳେ ମାକରନ ଜାତୀୟ ରଥପଥରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୧୧ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ବସ୍‌ରେ ଥିବା ବାକି ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍‌ରେ ଲାହୋର ଓ ଗୁଜରନୱାଲାର ଅଧିକାଂଶ ଲୋକ ରହିଥିଲେ। ଜିଲ୍ଲା କମିଶନର ଲାସବେଲା ହୁମାରିଆ ବାଲୋଚ କହିଛନ୍ତି ଯେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଦୁର୍ଘଟଣାର କାରଣ ଖୋଜା ଚାଲିଛି।

ଏହି ଦୁର୍ଘଟଣାର ପ୍ରାୟ ଘଣ୍ଟାଏ ପରେ ଆଉ ଗୋଟିଏ ଯାତ୍ରୀବାହୀ ବସ୍‌ ପଞ୍ଜାବ ପ୍ରଦେଶରେ ଖାଇକୁ ଖସି ପଡ଼ିଛି। ବସ୍‌ରେ ମୋଟ ୩୫ ଜଣ ଲୋକ ଥିବା ବେଳେ ଦୁର୍ଘଟଣାରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅଉ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବସ୍‌ଟି ୩୫ ଜଣ ଲୋକଙ୍କୁ ନେଇ କାଭେଲି କହୁତାରୁ ରାୱଲପିଣ୍ଡି ଯାଉଥିଲା। ତେବେ ଅଧ ବାଟରେ ପଡ଼ୁଇଥିବା ପାନା ବ୍ରିଜ୍‌ ନିକଟରେ ବସ୍‌ରୁ ଡ୍ରାଇଭର ସମ୍ଭବତଃ ନିୟନ୍ତ୍ରଣ ହରାଇଥିଲା। ଫଳରେ ବସଟି ସିଧା ତଳେ ଥିବା ଖାଇରେ ପଡ଼ିଥିଲା। ଏଥିଯୋଗୁ ଘଟଣା ସ୍ଥଳରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାଟି ପାହାଡ଼ିଆ ଅଞ୍ଚଳରେ ଘଟିଥିବାରୁ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ ବିଳମ୍ବରେ ପହଞ୍ଚିଥିଲେ। ତେଣୁ ସ୍ଥାନୀୟ ଲୋକମାନେ ହିଁ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରୁ ମୃତାହତଙ୍କୁ ବାହାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking