32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଭୟଙ୍କର ଦୁର୍ଘଟଣା ; ୪ ଜଣଙ୍କ ମୃତ୍ୟୁ

ଭୟଙ୍କର ଦୁର୍ଘଟଣା ; ୪ ଜଣଙ୍କ ମୃତ୍ୟୁ

ରାଜସ୍ଥାନ : ରାଜସ୍ଥାନର କିଶନଗଡ଼-ଭିଲୱାଡା ଜାତୀୟ ରାଜପଥରେ ଗତକାଲି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପତିପତ୍ନୀ ଓ ଛୋଟ ଛୁଆ ବି ଅଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ କାର୍‌ରେ ପତିପତ୍ନୀ ତାଙ୍କ ଛୋଟ ପୁଅ ଓ ସାଙ୍ଗ ଚିତ୍ତୋଡ଼ଗଡ଼ରୁ ଜୟପୁର ଫେରୁଥିଲେ। ଗାଡ଼ିଟି କିଶନଗଡ଼-ଭିଲୱାଡା ଜାତୀୟ ରାଜପଥରେ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଏକ ଟ୍ରକ୍‌ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିଲେ। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking