27.1 C
Bhubaneswar
Friday, September 20, 2024
Homeଓଡିଶାଓଭରବ୍ରିଜ ତଳକୁ ଓଲଟିଲା ଟ୍ରକ, ଡ୍ରାଇଭର ମୃତ

ଓଭରବ୍ରିଜ ତଳକୁ ଓଲଟିଲା ଟ୍ରକ, ଡ୍ରାଇଭର ମୃତ

ଆନନ୍ଦପୁର : ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡା ନିକଟରେ ଓଲଟିଲା ଲୁହାପଥର ବୋଝେଇ ଟ୍ରକ। ଘଟଣା ସ୍ଥଳରେ ଡ୍ରାଇଭର ମୃତ। ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ ଲୁହାପଥର ବୋଝେଇ କରି ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଓଲଟିପଡିଛି। ଟ୍ରକଟି ଓଲଟି ପଡିବା ସମୟରେ ଡ୍ରାଇଭର ଡେଇଁ ପଡି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଡ୍ରାଇଭର ଉପରେ ଟ୍ରକଟି ପଡିଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରର ମୃତଦେହକୁ ଉଦ୍ଧାର କରିଥିବା ବେଳେ ଘସିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking