28.1 C
Bhubaneswar
Sunday, September 8, 2024
Homeଅପରାଧସୀମା ଟପିଲା ଘୃଣ୍ୟ ମାନସିକତା; ଆଇସିୟୁରେ ଚିକିତ୍ସାଧୀନ ମହିଳାଙ୍କୁ ଦୁଷ୍କର୍ମ କଲା ନର୍ସିଂ ଷ୍ଟାଫ

ସୀମା ଟପିଲା ଘୃଣ୍ୟ ମାନସିକତା; ଆଇସିୟୁରେ ଚିକିତ୍ସାଧୀନ ମହିଳାଙ୍କୁ ଦୁଷ୍କର୍ମ କଲା ନର୍ସିଂ ଷ୍ଟାଫ

ଜୟପୁର: ସୀମା ଟପୁଛି ଘୃଣ୍ୟ ମାନସିକତା । ଏପରି ଅପରାଧ ଯେ, ଯେତେ ଘୃଣା କଲେ ମଧ୍ୟ କମ ହେବ । ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ମଧ୍ୟ ଦୁଷ୍କର୍ମ ଶିକାର ହୋଇଛନ୍ତି ଜଣେ ମହିଳା ରୋଗୀ । ସେ ପୁଣି ସେହି ହସ୍ପିଟାଲର ଜଣେ ନର୍ସିଂ ଷ୍ଟାଫଙ୍କ ଦ୍ୱାରା । ରାତିରେ ଉକ୍ତ ୱାର୍ଡ ଦାୟିତ୍ୱରେ ଥିବା ଜଣେ ୱାର୍ଡ ବଏ ଆଇସିୟୁରେ ଚିକିତ୍ସାଧୀନ ଜଣେ ମହଳାଙ୍କୁ ଦୁଷ୍କର୍ମ କରିଛନ୍ତି । ଏପରି ଏକ ସଙ୍ଗୀନ ଅଭିଯୋଗ ରାଜସ୍ଥାନ ଅଲୱାରରୁ ଆସିଛି । ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କଷ୍ଟଡିକୁ ନେଇଛି ।

ଅଭିଯୋଗ ଅନୁସାରେ, ରାଜସ୍ଥାନର ଅଲୱାର ଶିବାଜୀ ପାର୍କ ଥାନା କ୍ଷେତ୍ର ଅଧୀନରେ ଥିବା ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ହସ୍ପିଟାଲରେ ଆସିୟୁରେ ଚିକିତ୍ସାଧୀନ ଜଣେ ମହିଳା ସେହି ହସ୍ପିଟାଲର ଜଣେ କର୍ମଚାରୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଆଜି ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ କର୍ମଚାରୀକୁ ଗିରଫ କରିଛି । ହସ୍ପିଟାଲର ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଛି । ଶିବାଜୀ ପୋଲିସ ଷ୍ଟେସନ ଅଧିକାରୀ ରାଜପାଲ ଚୌଧୁରୀ କହିଛନ୍ତି ମାମଲା ପଞ୍ଜିକୃତ ହୋଇଛି ।

ଅଭିଯୁକ୍ତକୁ ଗିରଫ କରାଯାଇ ଜେରା କରାଯାଉଛି । ତାର ଡାକ୍ତରୀମାଇନା ମଧ୍ୟ କରାଯିବ । ହସ୍ପିଟାଲରୁ ସଂଗୃହିତ ସିସିଟିଭି ଫୁଟେଜରେ ଏହି ୱାର୍ଡବଏ ଆସିୟୁ ୱାର୍ଡରେ କିଛି ସନ୍ଦେହଜନକ କାର୍ଯ୍ୟ କରୁଥିବା ମଧ୍ୟ ଦେଖାଯାଇଛି । ଅନ୍ୟପଟେ ହସ୍ପିଟାଲ ମ୍ୟାନେଜମେଣ୍ଟ କହିଛି ଯେ ପୋଲିସ ତଦନ୍ତ କରୁଛି । ହସ୍ପିଟାଲ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସିସିଟିଭି ଫୁଟେଜ ଦେବାକୁ ମନା କରିଦେଇଛି । ହସ୍ପିଟାଲର ଇନଚାର୍ଜ ଲବସ ଗୁପ୍ତା କହିଛନ୍ତି, ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ୱାର୍ଡ ବଏକୁ ଗିରଫ କରିଛି । ଏହି ପ୍ରସଙ୍ଗରେ କିଛି କୁହାଯାଇପାରିବ ନାହିଁ । ଅନ୍ୟପଟେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ମାମଲା ପ୍ରତ୍ୟାହାର କରିବା ପାଇଁ ହସ୍ପିଟାଲରୁ ଚାପ ପକାଯିବା ସହ ଚିକିତ୍ସାଧୀନ ମହିଳା ପୀଡିତାଙ୍କୁ ଜୀବନରୁ ମାରିଦେବା ନେଇ ମଧ୍ୟ ଧମକ ମିଳିଥବା ମଧ୍ୟ ଅଭିଯୋଗ ହୋଇଛି । ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking