28.1 C
Bhubaneswar
Monday, August 24, 2026
Homeଓଡିଶାସୁଧୁରୁନି ଅଭିଜିତ ମଜମୁଦାରଙ୍କ ସ୍ୱାସ୍ଥ୍ୟାବସ୍ଥା

ସୁଧୁରୁନି ଅଭିଜିତ ମଜମୁଦାରଙ୍କ ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର: ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି। ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର। ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ ସ୍ବାସ୍ଥ୍ୟ। ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ତଳେ କଟକର  ଏକ ଘରୋଇ ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର। ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking